ETV Bharat / bharat

ସୀମା ହାଇଦର ମାମଲା: ଆତଙ୍କୀ ଲିଙ୍କ୍ ଖୋଳତାଡ ଆରମ୍ଭ କଲା ୟୁପି ATS - ସୀମାଙ୍କ ବାବଦରେ ଛାନଭିନ

ସୀମାଙ୍କ ବାବଦରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିବା ପରେ ତନାଘନା ଆରମ୍ଭ କରିଛି ଆଣ୍ଟି ଟେରୋରିଜମ ସ୍କ୍ବାଡ୍ । ଆତଙ୍କବାଦ ଲିଙ୍କ୍ ସନ୍ଦେହରେ ସୀମାଙ୍କ ପରିବାରର ଭିତ୍ତିଭୂମି ସମ୍ପର୍କରେ ଖୋଳତାଡ଼ କରୁଛି ଉତ୍ତରପ୍ରଦେଶ ATS। ଅଧିକ ପଢନ୍ତୁ

ଆତଙ୍କୀ ଲିଙ୍କ ସନ୍ଦେହରେ ATS ତଦନ୍ତ
ଆତଙ୍କୀ ଲିଙ୍କ ସନ୍ଦେହରେ ATS ତଦନ୍ତ
author img

By

Published : Jul 17, 2023, 6:45 PM IST

ଲକ୍ଷ୍ନୌ: ବଢିଲା ସୀମା ହାଇଦରଙ୍କ ଅଡୁଆ। ନିଜ ପ୍ରେମ ପାଇଁ ପାକିସ୍ତାନରୁ ଭାୟା ନେପାଳ ଦେଇ ଆସିଥିବା ସୀମାଙ୍କୁ ସସପେନ୍ସ ଜାରି ରହିଛି। ଏହାରି ଭିତରେ ସୀମାଙ୍କ ବାବଦରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିବା ପରେ ତନାଘନା ଆରମ୍ଭ କରିଛି ଉତ୍ତର ପ୍ରଦେଶ ଆଣ୍ଟି ଟେରୋରିଜମ ସ୍କ୍ବାଡ୍ (ATS) । ସୀମାଙ୍କ ବାବଦରେ ଛାନଭିନ କରିବାକୁ ନୋଏଡା ଓ ଗାଜିଆବାଦ ପୋଲିସର ସହଯୋଗ ଲୋଡିଛି ATS। ସୂଚନା ଅନୁସାରେ, ପ୍ରଥମେ ପାକିସ୍ତାନରୁ ଦୁବାଇ ପରେ ଦୁବାଇରୁ ନେପାଳ ଓ ଶେଷରେ ନେପାଳ ବର୍ଡରୁ ଭାରତ ପ୍ରବେଶ କରିଥିଲେ ସୀମା ହାଇଦର।

ତେବେ ଜଣେ ସାଧାରଣ ମହିଳା ନିଜର ପିଲାଙ୍କୁ ଧରି କିପରି ଏପରି ବେଆଇନ ସୀମା ପାର କରିବାରେ ସକ୍ଷମ ହେଲେ ତାକୁ ନେଇ ପ୍ରଶ୍ନ ଉଠିଥିଲା। ଯାହାକୁ ନେଇ ସନ୍ଦେହ ଉପୁଜିଥିବାବେଳେ ଏ ଦିଗ ଉପରେ ATS ଖୋଳତାଡ଼ ଆରମ୍ଭ କରିଛି। ଏହାସହ ସୀମା ଓ ସଚିନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କିପରି ଗଢିଉଠିଥିଲା ଦୁହିଁଙ୍କ ମଧ୍ୟରେ ଫୋନକଲ୍ ମାଧ୍ୟମରେ କେଉଁ ସବୁ କଥାବାର୍ତ୍ତା ହେଉଥିଲା ତାହାର ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି। ଖାଲି ସେତିକି ନୁହେଁ, ସୀମା ବ୍ୟବହାର କରୁଥିବା ସିମ୍ କାର୍ଡରୁ ଆଉ କାହାକୁ କଲ୍ ଯାଇଥିଲା ତାହା ମଧ୍ୟ ATS ଯାଞ୍ଚ କରୁଥିବା ଜଣାପଡିଛି।

ପୂର୍ବରୁ ସୀମାଙ୍କ ଭାଇ ପାକିସ୍ତାନ ସେନାରେ କାମ କରୁଥିବା ଜଣାପଡିଥଲା। ପୁଣି ଥରେ ତାଙ୍କର ଆଉ ଜଣେ ସମ୍ପର୍କୀୟ ସୀମାରେ କାମ କରୁଥିବା ଘଟଣା ଜଣାପଡିବା ପରେ ସନ୍ଦେହ ବଢିଛି। ସୀମା ପାକିସ୍ତାନୀ ଗୁପ୍ତଚର ହୋଇଥାଇପାରନ୍ତି ବୋଲି କହି ଅନେକ ଲୋକ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। ତେବେ ପାକିସ୍ତାନୀ ମହିଳା ସୀମା ଭାରତ ଆସିବା ପରଠାରୁ ହିଁ ଏହି ବିଷୟକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ପୂର୍ବରୁ ଏ ତମାମ ଦିଗକୁ ନେଇ NIA ନଜର ରଖିଥିବାବେଳେ ବର୍ତ୍ତମାନ ATS ମଧ୍ୟ ଛାନଭିନ ଆରମ୍ଭ କରିଛି।

ଏହା ମଧ୍ୟ ପଢନ୍ତୁ...Seema Haider On ETV Bharat: ସଚିନ ସହିତ ସତ ପ୍ରେମ ନା ଭାରତ ବିରୋଧରେ ଷଡଯନ୍ତ୍ର ? ଜାଣନ୍ତୁ କେବେ କରିବେ ଭାରତୀୟ ନାଗରିକତା ପାଇଁ ଆବେଦନ

ସେପଟେ ସୀମାଙ୍କ ଭାଷାଗତ ଜ୍ଞାନଙ୍କୁ ନେଇ ମଧ୍ୟ ସନ୍ଦେହ ବଢିଛି। ପାକିସ୍ତାନୀ ମହିଳା ହୋଇ ମଧ୍ୟ ଏପରି ଅନର୍ଗଳ ହିନ୍ଦୀ ଏବଂ ଇରାଜୀ କହିବା ସମସ୍ତଙ୍କୁ ତାଜୁବ କରିଛି। ଏହାସହ 18ବର୍ଷ ବୟସରେ ବାହାଘର ଓ 4ଟି ସନ୍ତାନର ଜନନୀ ସୀମାଙ୍କ ପବଜି ଖେଳିବା ନିଶା ଆଦି ଘଟଣାକୁ ଦେଖିଲେ ସନ୍ଦେହ ଅଧିକ ଘନୀଭୂତ ହୋଇଛି। ଯାହାକୁ ଦୃଷ୍ଟିରେ ରଖି ଆଣ୍ଟି ଟେରୋରିଜମ ସ୍କ୍ବାଡ୍ ସୀମାଙ୍କ ପରିବାରର ଭିତ୍ତିଭୂମି ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି। ଯଦି ସନ୍ଦେହରେ ସତ୍ୟତା ସାବ୍ୟସ୍ତ ହୁଏ ତେବେ ଖୁବଶୀଘ୍ର ସୀମାଙ୍କ ଗିରଫ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.