ETV Bharat / bharat

Assam State Zoo: ଅମ୍ବାନୀଙ୍କ ପ୍ରାଣୀ ଉଦ୍ୟାନକୁ ପଶୁ ସ୍ଥାନାନ୍ତରୀକରଣକୁ ବିରୋଧ

author img

By

Published : Dec 30, 2022, 1:13 PM IST

ଆସାମ ପ୍ରାଣୀଉଦ୍ୟାନରୁ ଅମ୍ବାନୀଙ୍କ ଉଦ୍ୟାନକୁ ପଶୁ ସ୍ଥାନାନ୍ତରକୁ ବିରୋଧ । ଗୁରୁବାର ଆସାମ ପ୍ରାଣୀଉଦ୍ୟାନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିକ୍ଷୋଭକାରୀ । ଅଧିକ ପଢନ୍ତୁ

protest in Assam State Zoo
protest in Assam State Zoo

ଦିସପୁର: ଆସାମ ପ୍ରାଣୀଉଦ୍ୟାନ(Assam State Zoo) ସାମ୍ନାରେ ବିକ୍ଷୋଭ । ଉଦ୍ୟାନରେ ଥିବା ପଶୁ ପକ୍ଷୀମାନଙ୍କୁ ବାରମ୍ବାର ଅମ୍ବାନୀଙ୍କ ଉଦ୍ୟାନକୁ ସ୍ଥାନାନ୍ତରକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ ।

ସୂଚନାଅନୁସାରେ, ଆସାମ ପ୍ରାଣୀଉଦ୍ୟାନରୁ ଗୁଜୁରାଟ ଜାମ୍ମନଗରରେ ଥିବା ଅମ୍ବାନୀଙ୍କ ପ୍ରାଣୀ ଉଦ୍ୟାନକୁ ବାରମ୍ବାର ବାଘ, ବିଭିନ୍ନ ପ୍ରଜାତିର ମାଙ୍କଡ, କଇଁଛ, ଭାଲୁ ଭଳି ଅନେକ ପଶୁଙ୍କୁ ସ୍ଥାନାନ୍ତର କରାଯାଉଥିଲା । ତେବେ ଏହାକୁ ବିରୋଧ କରି ଗୁରୁବାର ଦିନ ବିଭିନ୍ନ ରାଜନୈତିକ ଦଳଙ୍କ ଅନେକ କର୍ମକର୍ତ୍ତା ସଙ୍ଗଠନ ମିଶି ପ୍ରତିବାଦ କରିଛନ୍ତି ।

ଖବରଅନୁସାରେ,ବଣୁଆ ପ୍ରାଣୀକୁ ଅମ୍ବାନିଙ୍କ ପ୍ରାଣୀଉଦ୍ୟାନକୁ ସ୍ଥାନାନ୍ତର କରାଯିବାକୁ ନେଇ ଚିରାଖାନା ସୁରକ୍ଷାମଞ୍ଚ ପକ୍ଷରୁ ବିରୋଧ କରାଯାଇଥିଲା । ଆସାମ ପ୍ରାଣୀଉଦ୍ୟାନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭରେAPWC ସଭାପତି ମୀରା ବୋରଥାକୁର ସହ ସାଧାରଣ ଲୋକ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: Rishabh Pant Accident: ଡିଭାଇଡରରେ ପିଟି ହୋଇ ଜଳିଗଲା ଋଷବଙ୍କ କାର, ହସ୍ପିଟାଲରେ ଭର୍ତ୍ତି

ତେବେ ସୂଚନାଅନୁସାରେ, ଶେଷଥର ପାଇଁ ଡିସେମ୍ବର ୭ ତାରିଖରେ ବନ୍ୟପ୍ରାଣୀକୁ ସ୍ଥାନାନ୍ତର କରାଯାଇଥିଲା । ୨୦୧୮ ମସିହାକୁ ବନ୍ୟପ୍ରାଣୀ ସ୍ଥାନାନ୍ତର କରାଯାଉଥିବା ନେଇ ସୁରକ୍ଷା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ୧୧୦୦ ପଶୁଙ୍କୁ ସ୍ଥାନାନ୍ତର କରାଯାଉଥିବା କିହାଯାଇଛି । ତେବେ ଏଭଳି କାର୍ଯ୍ୟକୁ ନେଇ ବିଜେପିକୁ ଦାୟୀ କରାଯାଇଛି । ବିଜେପି ସରକାର ଆସାମ ପ୍ରାଣୀଉଦ୍ୟାନକୁ ଘରୋଇକରଣ କରିବାକୁ ଚେଷ୍ଟା କରୁଥିବା କଥା କହିଛନ୍ତି ବିକ୍ଷୋଭକାରୀ । ଅମ୍ବାନୀଙ୍କ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଥିବା ପ୍ରାଣୀଙ୍କୁ ଫେରାଇ ଆଣିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁରୁବାର ଦିନ ବିକ୍ଷୋଭକାରୀମାନେ ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.