ETV Bharat / bharat

ଲଣ୍ଡନ ପରେ ଆମେରିକା, ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ

ଲଣ୍ଡନ ପରେ ସାନ ଫ୍ରାନ୍ସିସକୋରେ ମଧ୍ୟ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ । କାର୍ଯ୍ୟାଳୟରେ ଭଙ୍ଗାରୁଜା, ତ୍ରିରଙ୍ଗାକୁ ଅସମ୍ମାନ । ପ୍ରବାସୀ ଭାରତୀୟ ସମୁଦାୟ ମଧ୍ୟରେ ଅସନ୍ତୋଷ । ଅଧିକ ପଢନ୍ତୁ

author img

By

Published : Mar 20, 2023, 10:11 PM IST

ଲଣ୍ଡନ ପରେ ସାନ ଫ୍ରାନ୍ସିକୋରେ ମଧ୍ୟ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ

ହାଇଦ୍ରାବାଦ: କେବଳ ଲଣ୍ଡନ ନୁହେଁ ବରଂ ଆମେରିକାର ସାନ ଫ୍ରାନ୍ସିସକୋରେ ଥିବା ଭାରତୀୟ ଦୂତାବାସ ଉପରେ ମଧ୍ୟ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଛନ୍ତି । ଅନୁରୂପ ଲଣ୍ଡନ ପରି ସେଠାରେ ମଧ୍ୟ ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯିବା ସହ ତ୍ରିରଙ୍ଗାକୁ ଅସମ୍ମାନ କରାଯାଇଛି । କାର୍ଯ୍ୟାଳୟ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସମ୍ପର୍କରେ ଖବର ପ୍ରଘଟ ହେବା ପରେ ସେଠାରେ ଥିବା ପ୍ରବାସୀ ଭାରତୀୟ ସମୁଦାୟ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଛି । ବାଇଡେନ ପ୍ରଶାସନ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି । ଘଟଣା ପରେ ବିଦେଶ ମନ୍ତ୍ରଣାଳୟ ମଧ୍ୟ ଓ୍ବାଶିଂଟନ ସହ ଯୋଗାଯୋଗ କରି ତଥ୍ୟ ମାଗିଛି । ଏପଟେ ଘଟଣା ପରେ ଭାରତ ଆମେରିକା ନିକଟରେ ଦୃଢ ପ୍ରତିବାଦ କରିଛି ।

ଆମେରିକା ସ୍ଥିତ ପ୍ରବାସୀ ଭାରତୀୟ ଷ୍ଟଡିଜ ଫାଉଣ୍ଡସେନ ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରିଛି ।ଖଲିସ୍ତାନୀ ସମର୍ଥକମାନେ ପ୍ରଥମେ କାର୍ଯ୍ୟାଳୟ ସମ୍ମୁଖରେ ଖଲିସ୍ତାନୀ ପତାକା ଧରି ଭାରତ ବିରୋଧୀ ନାରାବାଜୀ କରିବା ସହ ଦୂତାବାସରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ପରେ ସେମାନେ ସେଠାରେ ଲାଗିଥିବା ତ୍ରିରଙ୍ଗା ପତାକାକୁ ଅସମ୍ମାନ କରିଥିଲେ । କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ । କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି । କାର୍ଯ୍ୟାଳୟ କିଛି ସ୍ଥାନରେ ସେମାନେ ଖଲିସ୍ତାନ ପତାକା ମଧ୍ୟ ଲଗାଇ ଘଟଣାସ୍ଥଳରୁ ପଳାଇଥିଲେ । ପରେ ଦୂତାବାସ ପକ୍ଷରୁ ପୋଲିସକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ଖଲିସ୍ତାନୀ ପତାକାକୁ ସେଠାରୁ ହଟାଯିବା ସହ ତ୍ରିରଙ୍ଗାକୁ ପୁଣି ଥରେ ଉଚିତ ସ୍ଥାନରେ ଲଗାଯାଇଛି । ଘଟଣା ନେଇ ଏକାଧିକ ଅଭିଯୋଗ ପରେ ସାନ ଫ୍ରାନ୍ସିସକୋ ପୋଲିସ ମଧ୍ୟ ହିଂସାକାରୀଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି ।

ଆମେରିକା ପୂର୍ବରୁ ଆଜି ପୂର୍ବାହ୍ନରେ ଖଲିସ୍ତାନୀ ସଂଘବଦ୍ଧ ଭାବେ ବ୍ରିଟେନ ରାଜଧାନୀ ଲଣ୍ଡନରେ ଥିବା ଭାରତୀୟ ଦୂତାବାସରେ ଭଙ୍ଗାରୁଜା କରିଥିଲେ । କାର୍ଯ୍ୟାଳୟରେ ଲାଗିଥିବା ତ୍ରିରଙ୍ଗାକୁ ମଧ୍ୟ କାଢି ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଇଛି । ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛି କେନ୍ଦ୍ର ସରକାର । ନୂଆଦିଲ୍ଲୀରେ ଅବସ୍ଥାପିତ ବ୍ରିଟେନ ଉପ-ଉଚ୍ଚାୟୁକ୍ତଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ସମନ ଜାରି କରିଛି । ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ସମୟରେ ଭାରତୀୟ ଦୂତାବାସ ବାହାରେ ବେଶ କିଛି ସମୟ ଧରି ଏପରି ଅପ୍ରିତିକର ପରିସ୍ଥିତି ଦେଖାଯାଇଥିଲେ ସୁଦ୍ଧା କେହି ଜଣେ ହେଲେ ବ୍ରିଟିଶ ସୁରକ୍ଷାକର୍ମୀ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ବ୍ରିଟିଶ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.