ETV Bharat / bharat

କୋଭିଡ ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ; କଣ ରହିଛି ଯୋଜନା ? - ବାଲାଂଦେଶରେ ପ୍ରଧାନମନ୍ତ୍ରୀ ମୋଦି

ପଶ୍ଚିମବଙ୍ଗ ବିଧାନସଭା ମତଦାନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବ ସେତିକି ବେଳେ ପ୍ରଧାନମନ୍ତ୍ରୀ ମୋଦି ମାତୁଆ ସମ୍ପ୍ରଦାୟକଙ୍କ ଗହଣରେ ଥିବେ । ଯାହାକୁ ନେଇ ରାଜନୀତିକ ଗନ୍ଧ ବାରିଲେଣି ବିରୋଧୀ । ଅଧିକ ପଢନ୍ତୁ...

Prime Minister's first foreign visit
Prime Minister's first foreign visit
author img

By

Published : Mar 26, 2021, 1:04 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି 2 ଦିନିଆ ବାଲାଂଦେଶ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାଲାଂଦେଶ ଗସ୍ତ ଆଜି ( ଶୁକ୍ରବାର) ଆସନ୍ତାକାଲି (ଶନିବାର) ରହିଛି । ଆସନ୍ତାକାଲି ମୋଦି ଓରାକାଣ୍ଡି ସ୍ଥିତ ଶ୍ରୀ ହରିଚନ୍ଦ୍ର ଠାକୁରଙ୍କ ଜନ୍ମସ୍ଥଳୀ ଯାଇ ମାତୁଆ ସମୁଦାୟ ପ୍ରତିନିଧିଙ୍କୁ ସାକ୍ଷାତ କରିବେ । ଅର୍ଥାତ ଯେତେବେଳେ ପଶ୍ଚିମବଙ୍ଗ ବିଧାନସଭା ମତଦାନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବ ସେତିକି ବେଳେ ପ୍ରଧାନମନ୍ତ୍ରୀ ମୋଦି ମାତୁଆ ସମ୍ପ୍ରଦାୟକଙ୍କ ଗହଣରେ ଥିବେ । ଯାହାକୁ ନେଇ ରାଜନୀତିକ ଗନ୍ଧ ବାହାର କଲେଣି ବିରୋଧୀ ।

କାରଣ ପଶ୍ଚିମବଙ୍ଗରେ ମାତୁଆ ସମ୍ପ୍ରଦାୟର ଏକ ବଡ ଭୋଟ ବ୍ୟାଙ୍କ ଅଛି । ଯାହା 70ଟି ବିଧାନସଭାରେ ପ୍ରଭାବ ରଖୁଛି । ଏହାକୁ ନେଇ ମୋଦିଙ୍କ ଗସ୍ତକୁ ରାଜନୀତି ଉଦ୍ଦେଶ୍ୟ ବୋଲି ବିରୋଧୀ ଅଭିଯୋଗ କଲେଣି । ଯେତେବେଳେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବା ସେତେବେଳେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ କୋଭିଡ ସଂକଟ ଭିତରେ ପଶ୍ଚିମବଙ୍ଗକୁ ଲାଗିଥିବା ପଡୋଶୀ ରାଷ୍ଟ୍ର ବାଲାଂଦେଶରେ ଥିବେ ।

ସେପଟେ ରାଜନୀତିକ ପ୍ରସଙ୍ଗକୁ ଛାଡିଦେଲେ ପ୍ରଧାନମନ୍ତ୍ରୀଙ୍କ ଏହି ବାଂଲାଦେଶ ଗସ୍ତ ଉଭୟ ଦେଶ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ମୋଦିଙ୍କ ଏହି ଗସ୍ତ 3 ଟି କାରଣ ଚର୍ଚ୍ଚାରେ । ପ୍ରଥମତଃ ପ୍ରଧାନମନ୍ତ୍ରୀ ବାଲାଂଦେଶ ସ୍ବାଧିନତାର 50 ବର୍ଷ ପୂର୍ତ୍ତୀ ଅବସରରରେ ଜାତୀୟ ଦିବସ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ଦ୍ବିତୀୟରେ ବାଂଲାଦେଶର ରାଷ୍ଟ୍ରପିତା, ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତାବାର୍ଷିକୀ ପାଳନ କାର୍ଯ୍ୟକ୍ରମରେ ସାମିଲ ହେବେ ମୋଦି । ତୃତୀୟରେ ଭାରତ-ବାଲାଂଦେଶ କୂଟନୈତିକ ସମ୍ପର୍କର 50 ବର୍ଷ ପୂର୍ତ୍ତୀ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହେବେ ସାମିଲ ।

ଭାରତର ପଡୋଶୀ ଫାଷ୍ଟ ପୋଲିସି ଅନୁସାରେ ବାଂଲାଦେଶକୁ ଅନେକ ଫାଇଦା ମିଳୁଛି । ଗତ 2 ବର୍ଷ ମଧ୍ୟରେ ଉଭୟ ରାଷ୍ଟ୍ର ମଧ୍ୟରେ 80 ହଜାର କୋଟି ରୁ ଅଧିକ ବାଣିଜ୍ୟ କାରବାର ହୋଇଛି । ଉଭୟ ଦେଶର ସାଂସ୍କୃତିକ, ସାମାଜିକ ଭାଷାଗତ ସମ୍ପର୍କ ରହିଛି। ଯାହାର ସିଧା ସଳଖ ଫାଇଦା ବାଂଲାଦେଶ ପାଇଛି କୋଭିଡ ସଂକଟ ବେଳେ । ଯେତେବେଳେ ଭାରତ ସ୍ବଦେଶୀ ଟିକା ଉତ୍ପାଦନ କଲା ପ୍ରଥମ ବିଦେଶୀ ରାଷ୍ଟ୍ର ଭାବେ ବାଲାଂଦେଶକୁ 20 ଲକ୍ଷ ଡୋଜ ଭାରତ ଉପହାର ଆକରରେ ପ୍ରଦାନ କରିଥିଲା । ସେହିପରି ପରେ ଆଉ 70 ଲକ୍ଷ ଡୋଜ ବିକ୍ରି କରିଥିଲା । ମୋଦିଙ୍କ ଏହି ଗସ୍ତ ଅବସରରେ ଢାକାରୁ ପଶ୍ଚିମବଙ୍ଗ ଜଲପାଇଗୁଡି ପର୍ଯ୍ୟନ୍ତ ଟ୍ରେନ ସେବା ଆରମ୍ଭ କରିବେ । ଆଉ ଏକ ବଡ କୂଟନୀତି ଯୋଜନା ଅନୁସାରେ ବାଲାଂଦେଶର ଚୀନର ବଢୁଥିବା ନିବେଶକୁ ପ୍ରତିହତ କରିବା । ସେଥିପାଇଁ ଭାରତର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ଲକ୍ଷ୍ୟ ସମ୍ପର୍କ ସୁଦୃଢ...

ସେପଟେ ବର୍ଷ 2020 ରେ ପ୍ରଧାନମନ୍ତ୍ରୀ ମୋଦି ଓ ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଉଭୟ ପଶ୍ଚିମବଙ୍ଗର ହଲଦିବାଡୀରୁ ବାଲାଂଦେଶର ଚିଲାହାଟୀ ପର୍ଯ୍ୟନ୍ତ 55 ବର୍ଷ ପରେ ଟ୍ରେନ ସେବା ପୁନଃ ଆରମ୍ଭ କରିଥିଲେ । ଏହି ସେବା 1965 ରେ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ବନ୍ଦ ହୋଇଯାଇଥିଲା । ଯାହା 2020 ରେ ପୁଣିଥରେ ଆରମ୍ଭ ହୋଇଛି ।

କୋଭିଡ ସଂକଟ ଭିତରେ ପ୍ରଥମ ବିଦେଶ ଯାତ୍ରା...

ସବୁଠାରୁ ବଡ କଥା ହେଉଛି ମହାମାରୀ ସଂକଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି 497 ଦିନ ପରେ କୌଣସି ବିଦେଶୀ ରାଷ୍ଟ୍ରକୁ ଯାଇଛନ୍ତି । ଏହା ପୂର୍ବରୁ ମୋଦି ଶେଷଥର ପାଇଁ 2019 ନଭେମ୍ବରରେ ବ୍ରାଜିଲ ଗସ୍ତରେ ଯାଇଥିଲେ । 2014 ରୁ 2019 ମଧ୍ୟରେ ପ୍ରଧାନମନ୍ତ୍ରୀ 96 ଟି ରାଷ୍ଟ୍ର ଯାଇଥିବା ବେଳେ 1979 ଦିନ ବିଦେଶରେ ରହିଛନ୍ତି । କିନ୍ତୁ 2020 ରେ ମୋଦି କୌଣସି ବିଦେଶୀ ରାଷ୍ଟ୍ର ଗସ୍ତ କରିନାହାଁନ୍ତି ।

ବ୍ୟୁର ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.