ETV Bharat / bharat

President Polls 2022: ଭୋଟ ଦେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ - ରାଷ୍ଟ୍ରପତି ନିର୍ବାଚନ

ଦେଶର ରାଷ୍ଟ୍ରପତି ନିର୍ବାଚନ ପଇଁ ମତଦାନ ଆରମ୍ଭ ହୋଇଛି । ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଧାନସଭାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଅଧିକ ପଢନ୍ତୁ

ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

author img

By

Published : Jul 18, 2022, 11:37 AM IST

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରପତି ନିର୍ବାଚନ ପଇଁ ମତଦାନ ଆରମ୍ଭ ହୋଇଛି । ସଂସଦ ଓ ରାଜ୍ୟର ବିଧାନସଭାରେ ସକାଳ 10ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଧାନସଭାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଏହା ସହିତ ଦେଶର ସାଂସଦ ଓ ବିଧାୟକମାନେ ଭୋଟ୍ ଦେଇଛନ୍ତି । ଦିନ ୧୦ଟାରୁ ସଂଧ୍ୟା ୫ଟା ଯାଏଁ ଚାଲିବ ମତଦାନ ଚାଲିବ ।

ସମୟ ପାଖାପାଖି ସାଢେ 10ରେ ସଂସଦ ଭବନରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ପ୍ରକ୍ରିୟା ଅନୁସାରେ ମତଦାନ ସାବ୍ୟସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ସେହିପରି ଓଡିଶା ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ମତଦାନ ସାବ୍ୟସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନ ମୋହନ ରେଡ୍ଡି, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ସାଂସଦ ମନମୋହନ ସିଂହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଛତିଶଗଡ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଗୁଜୁରାଟ ସିଏମ ଭୂପିନ୍ଦର ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ।

ପ୍ରକାଶ ଥାଉ କି, ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ଦେଶର ପଞ୍ଚଦଶ ରାଷ୍ଟ୍ରପତି ପଦ ପାଇଁ NDAର ଦ୍ରୌପଦୀ ମୁର୍ମୁ ଓ ମିଳିତ ବିରୋଧୀ ଦଳ UPAର ଯଶୋବନ୍ତ ସିହ୍ନାଙ୍କ ମଧ୍ୟରେ ଟକ୍କର ଆରମ୍ଭ ହୋଇଛି । ଜୁଲାଇ ୨୧ରେ ଭୋଟ୍ ଗଣତି ଓ ରେଜଲ୍ଟ ଘୋଷଣା ହେବ । ୨୫ରେ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.