ETV Bharat / bharat

National Panchayat Awards: ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି କହିଛନ୍ତି ଯେ ଗତ କିଛି ଦଶନ୍ଧିରେ ଦୃତ ସହରୀକରଣ ସତ୍ୱେ ଜନସଂଖ୍ୟାର ଅଧିକାଂଶ ଭାଗ ଏବେ ମଧ୍ୟ ଗାଁରେ ବସବାସ କରୁଛନ୍ତି । ସହରରେ ରହୁଥିବା ଲୋକମାନେ ମଧ୍ୟ କୌଣସି ନା କୌଣସି ଭାବରେ ଗାଁ ସହ ଯୋଡି ହୋଇଛନ୍ତି । ଗାଁର ବିକାଶ ଦ୍ୱାରା ହିଁ ଦେଶର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇ ପାରିବ । ଅଧିକ ପଢନ୍ତୁ

author img

By

Published : Apr 17, 2023, 10:56 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ସୋମବାର) ନୂଆଦିଲ୍ଲୀରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି । ଏହାସହ ଜାତୀୟ ପଞ୍ଚାୟତ ପ୍ରୋତ୍ସାହନ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ।

  • LIVE: President Droupadi Murmu’s address at the National Panchayati Raj Day celebration at Vigyan Bhavan, New Delhi https://t.co/p1WGI2CRrg

    — President of India (@rashtrapatibhvn) April 17, 2023 " class="align-text-top noRightClick twitterSection" data=" ">

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଗତ କିଛି ଦଶନ୍ଧିରେ ଦୃତ ସହରୀକରଣ ସତ୍ୱେ ଜନସଂଖ୍ୟାର ଅଧିକାଂଶ ଭାଗ ଏବେ ମଧ୍ୟ ଗାଁରେ ବସବାସ କରୁଛନ୍ତି । ସହରରେ ରହୁଥିବା ଲୋକମାନେ ମଧ୍ୟ କୌଣସି ନା କୌଣସି ଭାବରେ ଗାଁ ସହ ଯୋଡି ହୋଇଛନ୍ତି । ଗାଁର ବିକାଶ ଦ୍ୱାରା ହିଁ ଦେଶର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇ ପାରିବ । ରାଷ୍ଟ୍ରପତି କହିଛନ୍ତି ଯେ ଗ୍ରାମବାସୀମାନଙ୍କୁ ଏହି ନିଷ୍ପତି ନେବାରେ ସକ୍ଷମ ହେବା ଆବଶ୍ୟକ ଯେ ଗାଁର ବିକାଶ ପାଇଁ କେଉଁ ମଡେଲ ଉପଯୁକ୍ତ ଅଟେ ଏବଂ ଏହାକୁ କିଭଳି ଭାବେ ଲାଗୁ କରାଯିବା ଆବଶ୍ୟକ ।

ଏହାବି ପଢନ୍ତୁ- ଜାତୀୟସ୍ତରରେ ୬ ଗୋଟି ପୁରସ୍କାର, ହିଞ୍ଜିଳିକାଟୁ ଦେଶର ଏକ ନମ୍ବର ବ୍ଲକ

ସେ କହିଛନ୍ତି ଯେ ପଞ୍ଚାୟତ କେବଳ ସରକାରୀ କାର୍ଯ୍ୟକ୍ରମ ଏବଂ ଯୋଜନାଗୁଡିକୁ ଲାଗୁ କରିବାର ମାଧ୍ୟମ ନୁହେଁ। ବରଂ ନେତୃତ୍ୱ ପ୍ରଦାନ କରୁଥିବା ନୂଆ ନୂଆ ବ୍ୟକ୍ତିତ୍ୱ, ଯୋଜନା ପ୍ରସ୍ତୁତକର୍ତା, ନୀତି ନିର୍ଦ୍ଧାରକ ଏବଂ ନବଉନ୍ମେଷକମାନଙ୍କୁ ପ୍ରୋତ୍ସାହିତ କରିବାର ସ୍ଥାନ ମଧ୍ୟ ଅଟେ । ଗୋଟିଏ ପଞ୍ଚାୟତର ସର୍ବୋତମ ନୀତି ନିୟମଗୁଡିକୁ ଅନ୍ୟ ପଞ୍ଚାୟତଗୁଡିକ ଆପଣାଇ ଆମେ ଦୃତ ଗତିରେ ବିକାଶ କରି ପାରିବା ଏବଂ ଆମ ଗାଆଁକୁ ସମୃଦ୍ଧ କରି ପାରିବା ।

ରାଷ୍ଟ୍ରପତି କହିଥିଲେ ଯେ ସମାଜର ପ୍ରତ୍ୟେକ ସମୁଦାୟଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ପ୍ରତି ପାଞ୍ଚ ବର୍ଷରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନିର୍ବାଚିତ କରିବାର ବ୍ୟବସ୍ଥା ରହିଛି । ତେବେ ଏହା ଦେଖାଯାଉଛି ଯେ ଏହି ନିର୍ବାଚନ ଅନେକ ଥର ଲୋକମାନଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି କରୁଛି । ନିର୍ବାଚନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ନିଜ ନିଜ ମଧ୍ୟରେ କଳହ ନ ଉପୁଜେ, ଏହି ବିଷୟକୁ ଧ୍ୟାନରେ ରଖି ପଞ୍ଚାୟତ ନିର୍ବାଚନକୁ ରାଜନୈତିକ ଦଳ ଗୁଡିକଠାରୁ ପୃଥକ ରଖାଯାଇଛି । ଯେଉଁ ସମାଜରେ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ବିଶ୍ୱାସ ରହିଥାଏ, ସେହି ସମାଜ ଅଧିକ ବିକଶିତ ହୋଇଥାଏ । ସେ କହିଛନ୍ତି ଯେ ଗ୍ରାମ ହେଉଛି ପରିବାରର ସମ୍ପ୍ରସାରିତ ରୂପ । ଯେତେଦୂର ସମ୍ଭବ ସମସ୍ତ ସାମୁହିକ କାର୍ଯ୍ୟ ପାସ୍ପରିକ ସହମତିର ଆଧାରରେ କରାଯିବା ଉଚିତ ।

ରାଷ୍ଟ୍ରପତି କହିଥିଲେ , କୌଣସି ବି ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ, ମହିଳାମାନଙ୍କର ଭାଗିଦାରୀ ଅତ୍ୟନ୍ତ ଜରୁରୀ ଅଟେ । ମହିଳାମାନଙ୍କୁ ନିଜ ପାଇଁ, ନିଜ ପରିବାର ପାଇଁ, ଏବଂ ସମାଜ କଲ୍ୟାଣ ପାଇଁ ନିଷ୍ପତି ନେବାର ଅଧିକାର ମିଳିବା ଉଚିତ । ପରିବାର ଏବଂ ଗ୍ରାମ ସ୍ତରରେ ସେମାନଙ୍କ ସଶକ୍ତିକରଣ ମାଧ୍ୟମରେ, ଏହି ଅଧିକାରକୁ ହାସଲ କରାଯାଇ ପାରିବ । ଏକଥା ସେମାନଙ୍କ ପାଇଁ ଆନନ୍ଦର ବିଷୟ ଯେ, ଗ୍ରାମୀଣ ସ୍ୱାୟତ ସଂସ୍ଥାର ୩୧.୫ ଲକ୍ଷରୁ ଅଧିକ ନିର୍ବାଚିତ ପ୍ରତିନଧିମାନଙ୍କୁ ମଧ୍ୟରୁ ୪୬ ପ୍ରତିଶତ ହେଉଛନ୍ତି ମହିଳା । ଗ୍ରାମ ପଞ୍ଚାୟତର କାର୍ଯ୍ୟରେ ସକ୍ରିୟ ରୂପେ ଭାଗ ନେବା ପାଇଁ ସେ ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ପ୍ରୟାସରେ ମହିଳାମାନଙ୍କୁ ସହଯୋଗ କରିବା ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ମଧ୍ୟ ରାଷ୍ଟ୍ରପତି ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.