ETV Bharat / bharat

ଆଜିଠୁ 3 ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି - ରାଷ୍ଟ୍ରପତି ରାମନାଥ କୋବିନ୍ଦ ନ୍ୟୁଜ

ଆଜିଠୁ 3 ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ

ଆଜିଠୁ 3 ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି

author img

By

Published : Jun 3, 2022, 10:28 AM IST

ନୂଆଦିଲ୍ଲୀ: ଆଜିଠୁ 3 ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ରାଷ୍ଟ୍ରପତି ସେକ୍ରେଟେରିଏଟ ତରଫରୁ ସୂଚନା ଦିଆଯଆଇଛି । ଆଜି (ଶୁକ୍ରବାର) ପ୍ରଥମ ଦିନରେ ରାଷ୍ଟ୍ରପତି ତାଙ୍କ ଜନ୍ମମାଟି ପାରାଉଖ କାନପୁର ଦେହାଟ ଯିବେ । ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଜୁନ 4ରେ ଉତ୍ତରପ୍ରଦେଶ କାନପୁରର ମରଚାଣ୍ଟ ଚାମ୍ବରର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହି ଦିନ ଗୋରଖପୁରରେ ଥିବା ଗୀତା ପ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ମିଳିଛି । ହିନ୍ଦୁ ଧର୍ମର ଗୀତା ପ୍ରେସ ବିଶ୍ବର ବଡ ପବ୍ଲିସର । ଏହା 1923ରେ ଜୟା ହୟାଲ ଗୋୟାନଙ୍କ ଓ ଘନଶ୍ୟାମ ଦାସ ଜଲାନ ଦ୍ବାରା ପ୍ରତିଷ୍ଠା ହୋଇଥିଲା । ସନାତନ ଧର୍ମର ପ୍ରୋତ୍ସାହନ ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ।

ଜୁନ 5 ତାରିଖରେ ରାଷ୍ଟ୍ରପତି ମଗହରରେ ସନ୍ଥ କବୀର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ସନ୍ଥକବୀର ଏକାଡେମୀର ଉଦଘାଟନ କରିବେ । ଏହାସହ ଏ ଗବେଷଣା କେନ୍ଦ୍ର ଓ ସ୍ବଦେଶ ଦର୍ଶନ ଯୋଜନାର ଶୁଭାରମ୍ଭ କରିବେ । ପ୍ରକାଶ ଥାଉକି, ସନ୍ଥ କବୀର ଦାସ 15 ଦଶକର କବି ଥିଲେ । ଗୁରୁ ଗନ୍ଥ ସାହେବର ଲେଖକ ଥିଲେ କବୀର ଓ ହିନ୍ଦୁ ଭକ୍ତି ଆନ୍ଦୋଳନର ମଙ୍ଗ ଧରିଥିଲେ । ଜୁନ 6 ତାରିଖରେ ରାଷ୍ଟ୍ରପତି ଉତ୍ତରପ୍ରଦେଶ ବିଧାନମଣ୍ଡଳରେ ଏକ ସ୍ବତନ୍ତ୍ର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ।

ଏହା ବି ପଢନ୍ତୁ.. ୟୁପିରେ ମୋଦିଙ୍କ ମେଗା ଇଭେଣ୍ଟ, ୮୦ହଜାର କୋଟି ପ୍ରକଳ୍ପର କରିବେ ଶିଳାନ୍ୟାସ

ଉତ୍ତରପ୍ରଦେଶ ଗସ୍ତ ପୂର୍ବରୁ ତିନି ମୁକ୍ତି ଭବନରେ ଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି । ତାଙ୍କ ସହ ତାଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ଥିଲେ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନ ବିଷୟରେ ଏହି ସଂଗ୍ରାହଳୟରେ ରହିଛି । ଏପ୍ରିଲ 14ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.