ETV Bharat / bharat

ଆଜି ମିଳିବ ପଦ୍ମ ପୁରସ୍କାର ୨୦୨୨, CDS ବିପିନ ରାୱତଙ୍କୁ ପଦ୍ମବିଭୂଷଣ

author img

By

Published : Mar 21, 2022, 3:51 PM IST

ଶହୀଦ CDS ବିପିନ ରାୱତଙ୍କୁ ମରଣୋତ୍ତର ଭାବେ ମିଳିବ ଦେଶର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମବିଭୂଷଣ' । ଅଧିକ ପଢନ୍ତୁ

President Kovind to confer Padma awards for 2022 today
ଆଜି ମିଳିବ ପଦ୍ମ ପୁରସ୍କାର ୨୦୨୨, ଜେନେରାଲ ବିପିନ ରାୱତଙ୍କୁ 'ପଦ୍ମବିଭୁଷଣ'

ନୂଆଦିଲ୍ଲୀ: ଆଜି(ସୋମବାର) ମିଳିବ ବର୍ଷ ୨୦୨୨ ପାଇଁ ପଦ୍ମ ପୁରସ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଏହି ଘୋଷଣା କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି କୋବିନ୍ଦ ଦୁଇଟି ପଦ୍ମ ବିଭୁଷଣ, ୮ଟି ପଦ୍ମ ଭୂଷଣ ଓ ୫୪ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ । ରାଷ୍ଟ୍ରପତି ଭବନରେ ଏହି ଭବ୍ୟ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ ।

ଦେଶର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମବିଭୂଷଣ ପାଇବାକୁ ଯାଉଥିବା ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ CDS ବିପିନ ରାୱତ ଓ ରାଧ ଶ୍ୟାମ ରହିଛନ୍ତି । ରାୱତଙ୍କୁ ମରଣାତ୍ତୋର ଭାବେ ଏହି ସମ୍ମାନ ପ୍ରଦାନ କରିବେ ଭାରତ ସରକାର ।

ସେହିପରି ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ପୁରସ୍କାର ପାଇବେ, ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଗୁରମିତ ବୱା (ମରଣାତ୍ତୋର), ଏନ ଚନ୍ଦ୍ରଶେଖରନ, ଦେବେନ୍ଦ୍ର ଜଝାରିଆ, ରସିଦ ଖାନ, ରାଜୀବ ମେହର୍ଷୀ, ଡକ୍ଟର ସାଇରସ ପୁନୱାଲା ଓ ସଚିତାନନ୍ଦସ୍ବାମୀ ।

ପଦ୍ମ ପୁରସ୍କାର ତିନୋଟି ବର୍ଗରେ- (ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ) ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ବିଭିନ୍ନ କ୍ଷେତ୍ର ଯେପରକି-କଳା, ସାମାଜିକ କାର୍ଯ୍ୟ, ଜନସଂପର୍କ, ବିଜ୍ଞାନ, ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡା ଓ ନାଗରିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିଥାଏ । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଏହି ପୁରସ୍କାର ଘୋଷଣା କରାଯାଏ । ପରେ ରାଷ୍ଟ୍ରପତି ଭବନରେ ଏକ ଭବ୍ୟ ଉତ୍ସବରେ ପୁରସ୍କାର ପ୍ରଦାନ କରାଯାଏ ।

ତେବେ ପଦ୍ମଭୂଷଣ ପୁରସ୍କାର ବିଷୟରେ କୌଣସି ଲୋକ କିଛି ଜଣାଇନଥିବା ଅଭିଯୋଗ କରି ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ଗାୟିକା ସନ୍ଧ୍ୟା ମୁଖାର୍ଜୀ ଓ ବିଶିଷ୍ଟ ତବଲାବାଦକ ଅନିନ୍ଦ୍ୟ ଚାଟାର୍ଜୀ ପୁରସ୍କାର ଗ୍ରହଣ କରିବାକୁ ମନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.