ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ବାହିନୀକୁ (President's Bodyguard) ରୌପ୍ୟ ତୁରୀ (silver trumpet) ଓ ତୁରୀ ବ୍ୟାନର ପ୍ରଦାନ କରିବେ । ଏନେଇ ରାଷ୍ଟ୍ରପତି ଭବନରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ । ଏନେଇ ଗତକାଲିଠୁ (ବୁଧବାର) ସମସ୍ତ ପ୍ରସ୍ତୁତି ଶେଷ ହେବା ସହିତ ଫୁଲ ରିଅଲସଲ ଶେଷ ହୋଇଛି । ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଏହି ସମାରୋହ ଚାଲିବ । ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ବାହିନୀ ହେଉଛି ଭାରତୀୟ ସେନାର ସର୍ବପ୍ରାଚୀନ ରେଜିମେଣ୍ଟ ।
-
Delhi | The is Silver trumpet & Trumpet banner presentation which's done to President's bodyguard by President of India. Banner has got President's name inscribed in Devanagari script. So far 13 presidents have presented it: Anup Tiwary, Commandant, President’s Bodyguard Colonel pic.twitter.com/vos5kY4eso
— ANI (@ANI) October 26, 2022 " class="align-text-top noRightClick twitterSection" data="
">Delhi | The is Silver trumpet & Trumpet banner presentation which's done to President's bodyguard by President of India. Banner has got President's name inscribed in Devanagari script. So far 13 presidents have presented it: Anup Tiwary, Commandant, President’s Bodyguard Colonel pic.twitter.com/vos5kY4eso
— ANI (@ANI) October 26, 2022Delhi | The is Silver trumpet & Trumpet banner presentation which's done to President's bodyguard by President of India. Banner has got President's name inscribed in Devanagari script. So far 13 presidents have presented it: Anup Tiwary, Commandant, President’s Bodyguard Colonel pic.twitter.com/vos5kY4eso
— ANI (@ANI) October 26, 2022
ସମାରୋହରେ ପ୍ରଥମେ ରାଷ୍ଟ୍ରପତିଙ୍କଠାରୁ ସିଲଭର ଟ୍ରମ୍ପ୍ ଓ ଟ୍ରମ୍ପେଟ ବ୍ୟାନର ଗ୍ରହଣ କରିବେ ଅଙ୍ଗରକ୍ଷୀ ବାହିନୀ । ଏହା ପରେ ଏକ ଅଡିଓ ଭିଜୁଆଲ୍ ପ୍ରେଜେଣ୍ଟେସନ୍ ପରେ ସିଲଭର ଟ୍ରମ୍ପ୍ ଓ ଟ୍ରମ୍ପେଟ ବ୍ୟାନରର ଇତିହାସ ଓ ମହତ୍ତ୍ୱ, ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ଆଧୁନିକ ଭୂମିକା ଉପରେ ଆଲୋକପାତ କରାଯିବ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଅଧିକ ଗୁରୁତ୍ବପୂର୍ଣ୍ଣ । କାରଣ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ବାହିନୀ 250 ବର୍ଷ ପୂରଣ କରୁଛି । ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ବାହିନୀ କମାଣ୍ଡାଣ୍ଟ କର୍ଣ୍ଣେଲ ଅନୁପ ତିୱାରୀ କହିଛନ୍ତି ଯେ, ''ରୌପ୍ୟ ତୁରୀ ଓ ତୁରୀ ବ୍ୟାନର ହେଉଛି ରାଷ୍ଟ୍ରପତିଙ୍କ ବଡିଗାର୍ଡକୁ ଭାରତର ରାଷ୍ଟ୍ରପତି ଦେଇଥିବା ଏକ ଉପସ୍ଥାପନା । ବ୍ୟାନରରେ ଦେବନାଗରୀ ଭାଷାରେ ରାଷ୍ଟ୍ରପତିଙ୍କ ନାମ ଲେଖାଯାଇଛି । ଏ ପର୍ଯ୍ୟନ୍ତ ୧୩ ଜଣ ରାଷ୍ଟ୍ରପତି ଏହାକୁ ପ୍ରଦାନ କରିସାରିଛନ୍ତି ।'' ସ୍ବାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ ୧୯୫୭ ମସିହାରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ବାହିନୀଙ୍କୁ ରୌପ୍ୟ ତୁରୀ ଏବଂ ତୁରୀ ବ୍ୟାନର ପ୍ରଦାନ କରିଥିଲେ ।
ଏହା ବି ପଢନ୍ତୁ...WhatsApp Outage Issue: ରିପୋର୍ଟ ତଲବ କଲା କେନ୍ଦ୍ର
ଏହି ସମାରୋହରେ ତାଲିମ ପ୍ରାପ୍ତ ଅଶ୍ୱାରୋହୀମାନେ ପ୍ୟାରେଡରେ ବିଭିନ୍ନ ପାରମ୍ପାରିକ ଭାରତୀୟ ଘୋଡା ଚାଳନା ଦକ୍ଷତା ପ୍ରଦର୍ଶନ କରିବେ। ଏ ନେଇ ବୁଧବାରଠୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉଭୟ ଅଶ୍ବ ଓ ଆରୋହୀମାନେ ପୂର୍ଣ୍ଣ ତାଲିମର ଏକ ପରାକାଷ୍ଠା ପ୍ରଦର୍ଶନ କରିବେ । ୧୭୭୩ ମସିହାରେ ଏହାର ଗଠନ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ବାହିନୀରେ ସ୍ବତନ୍ତ୍ର ତାଲିମପ୍ରାପ୍ତ ସୈନିକଙ୍କୁ ସାମିଲ କରାଯାଇଥାଏ । ଯୁଦ୍ଧ ସମୟରେ ସେମାନେ ସୀମାରେ ମଧ୍ୟ କାର୍ଯ୍ୟ କରିଥାନ୍ତି ।