ETV Bharat / bharat

ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଆଜମେର ଦରଘା କରିବେ ପରିଦର୍ଶନ

author img

By

Published : Sep 1, 2022, 10:02 PM IST

ଚଳିତ ମାସ 5 ତାରିଖରେ ଭାରତ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା । 7 କିମ୍ବା 8 ରେ ପରିଦର୍ଶନ କରିପାରନ୍ତି ରାଜସ୍ଥାନର ପ୍ରସିଦ୍ଧ ଆଜମେର ଦରଘା (Sheikh Hasina Ajmer visit on 7 or 8 September । ଆଜି ସ୍ଥାନୀୟ ପ୍ରଶାସନ ସହ ବୈଠକ କରି ବ୍ୟବସ୍ଥା ତଦାରଖ କଲା ବାଂଲାଦେଶ ପ୍ରତିନିଧି ଦଳ । ଅଧିକ ପଢନ୍ତୁ

ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଆଜମେର ଦରଘା କରିବେ ପରିଦର୍ଶନ

ନୂଆଦିଲ୍ଲୀ: ଚଳିତ ମାସ 5 ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ପଡୋଶୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା (sheikh hasina ajmer visit)। ଏହି ଗସ୍ତ ସମୟରେ ସେ 7 କିମ୍ବା 8 ତାରିଖରେ ରାଜସ୍ଥାନର ପ୍ରସିଦ୍ଧ ଆଜମେର ଦରଘା ପରିଦର୍ଶନ କରିପାରନ୍ତି । ସେଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ବାଂଲାଦେଶ ସରକାରଙ୍କ ଏକ ପ୍ରତିନିଧି ମଣ୍ଡଳୀ ବ୍ୟବସ୍ଥା ତଦାରଖ କରିବା ପାଇଁ ରାଜସ୍ଥାନର ଆଜମେରରେ ପହଞ୍ଚିଛନ୍ତି । ଆଜି (ଗୁରୁବାର) ବାଂଲାଦେଶ ପ୍ରତିନିଧୀ ଦଳ ଏବଂ ସ୍ଥାନୀୟ ଜିଲ୍ଲାପାଳଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ହସିନାଙ୍କ ପ୍ରସ୍ତାବିତ ଗସ୍ତ ଓ ଦରଘା ପରିଦର୍ଶନ ପ୍ରସ୍ତୁତି ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

ସେପ୍ଟେମ୍ବର 5 ରେ ଭାରତ ଆସିବେ ହାସିନା :-

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ସେପ୍ଟେମ୍ବର 5ରେ ଭାରତ ଗସ୍ତ କରିବେ (sheikh hasina ajmer visit)। ଏହି ଗସ୍ତ ଅବଧି ମଧ୍ୟରେ ସେ 7 କିମ୍ବା 8 ତାରିଖରେ ରାଜସ୍ଥାନ ଅଜମେରକୁ ଯାଇ ଦରଘା ପରିଦର୍ଶନ କରିପାରନ୍ତି । ଏଠାରେ ସେ ଖ୍ୱାଜା ଗରିବ ନୱାଜଙ୍କ ଦରଘାରେ ତାଙ୍କର ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି । ବାଂଲାଦେଶ ହାଇ କମିଶନର ଏବଂ ସୁରକ୍ଷା ଅଧିକାରୀମାନେ ହସିନାଙ୍କ ପ୍ରସ୍ତାବିତ ଅଜମେର ଗସ୍ତ ସମ୍ପର୍କିତ ବ୍ୟବସ୍ଥା ତଦାରଖ କରିଥିଲେ । ଆଜି (ଗୁରୁବାର) ଅଜମେର ଜିଲ୍ଲା କଲେକ୍ଟରେଟ ଅଡିଟୋରିୟମରେ ସ୍ଥାନୀୟ ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କ ସହ ବାଂଲାଦେଶୀ ପ୍ରତିନିଧୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଆଜି ଅନୁଷ୍ଠିତ ବୈଠକରେ ବାଂଲାଦେଶ ମୁଖ୍ୟ ପ୍ରୋଟୋକଲ୍ ମୋହଦ୍ ଶାଫିଲ୍, ବରିଷ୍ଠ ସଚିବ ଦତ୍ତାଶ୍ରୀ ରାଜୀବ କୁମାର, ବରିଷ୍ଠ ସହକାରୀ ସଚିବ ନୁର ଶାହାନ୍ ରାଜ ଏବଂ ବାଂଲାଦେଶ ପ୍ରତିନିଧି ଦଳର ଅନେକ ଅଧିକାରୀ ଉପସ୍ଥିତ ଥିଲେ । ସ୍ଥାନୀୟ କଲେକ୍ଟର ଅନଶଦୀପ ହାସିନାଙ୍କ ଗସ୍ତକୁ ନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିବା ସୂଚନା ରହିଛି ।

ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ ଦରଘା :-

ମିଳିଥିବା ସୂଚନା ଅନୁସାରେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା (Bangladesh PM Sheikh Hasina) ଜୟପୁରରୁ ସଡକ ପଥରେ ଅଜମେରକୁ ଯାତ୍ରା କରିବେ । ଏଥି ସହିତ, ଘୁଘୁରାରେ ହେଲିପ୍ୟାଡ ମଧ୍ୟ ପ୍ରସ୍ତୁତ ରଖାଯିବ । ଉଭୟ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ହାସିନାଙ୍କ ପାଇଁ ବ୍ୟବସ୍ଥା କରାଯିବ । ବାଂଲାଦେଶୀ ଟିମ ସ୍ଥାନୀୟ ପ୍ରଶାସନ ସହଯୋଗରେ ଏହି ସମସ୍ତ ପ୍ରସ୍ତୁତି ନେଇ ଆଜି ଆଲୋଚନା କରିଛି । ସ୍ଥାନୀୟ ପ୍ରଶାସନ ମଧ୍ୟ ସମସ୍ତ ପ୍ରସ୍ତୁତି ପାଇଁ ବିଭାଗୀୟ ତତ୍ପରତା ଆରମ୍ଭ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.