ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଥୁ୍ରାର ଏକ ମନ୍ଦିରରେ ନମାଜ ପଢିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ଓ ଦିଲ୍ଲୀ ପୋଲିସର ଏକ ମିଳିତ ଟିମ । ଗିରଫ ହୋଇଥିବା ଅଭିଯୁକ୍ତର ନାଁ ଫୈଜଲ ଖାନ ଓ ତାକୁ ଦିଲ୍ଲୀର ଜାମିଆ ନଗରରୁ ଗିରଫ କରାଯାଇଥିବା ସୂଚନା ରହିଛି ।
ସୂଚନା ଅନୁସାରେ ମଥୁରାର ଏକ ଗାଁରେ ଥିବା ଏକ ମନ୍ଦିରରେ ଗୋପନୀୟ ଭାବେ ନମାଜ ପଢିଥିବା ଅଭିଯୋଗରେ 4 ଜଣଙ୍କ ନାଁ ରେ ଥାନାରେ ମାମଲା ଦାୟର ହୋଇଥିଲା । ଏହି ମାମଲାରେ ଅଭିଯୁକ୍ତ ଫୈଜଲ ଖାନକୁ ପୋଲିସ ଦିଲ୍ଲୀର ଜାମିଆନଗରରୁ ଗିରଫ କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଛି ଉତ୍ତରପ୍ରଦେଶ ପୋଲିସ ।
ଗତ 29 ତାରିଖରେ ମଥୁରାର ନନ୍ଦବାବା ମନ୍ଦିରରେ କିଛି ଅନ୍ୟ ସଂପ୍ରଦାୟର ଲୋକେ ପ୍ରବେଶ କରି ନମାଜ ପଢିଥିଲେ । ଏହା ଏକ ହିନ୍ଦୁ ଧାର୍ମିକ ସ୍ଥଳୀ ହୋଇଥିବାରୁ ଏହି ଘଟଣା ହିନ୍ଦୁ ମାନଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚିଛି ବୋଲି ଦର୍ଶାଇ ଥାନାରେ ଏତଲା ଦେଇଥିଲେ ମନ୍ଦିର ପ୍ରଶାସନ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ