ମୁମ୍ବାଇ: ମନ୍ଦିରରେ ପ୍ରସାଦ ମିଳିବା ଏକ ସାଧାରଣ କଥା । କିନ୍ତୁ ଭାରତର ବିଭିନ୍ନ ମନ୍ଦିରରେ ଭଳି ଭଳିକ ପ୍ରସାଦ ମିଳିବା ନଜୀର ରହିଛି(Money Distributed in Maa Kali Temple) । ଏହାହିଁ ଭାରତରେ ଥିବା ମନ୍ଦିରଗୁଡ଼ିକୁ ନିଜ ନିଜର ସ୍ବତନ୍ତ୍ରତା ବହନ କରି ଆସୁଛନ୍ତି । ଏଭଳି ହିଁ ଏକ ମନ୍ଦିର ହେଉଛି ମହାରାଷ୍ଟ୍ରର ଅମରାବତୀରେ ଥିବା କାଳୀ ମନ୍ଦିର । ଏଠାରେ ପ୍ରସାଦ ବଦଳରେ ଶ୍ରଦ୍ଧାଳୁଙ୍କୁ ଟଙ୍କା ବଣ୍ଟନ କରାଯାଇଥାଏ ।
ଅମରାବତୀରେ ଥିବା କାଳୀ ମନ୍ଦିରରେ ପ୍ରତ୍ୟେକ ବର୍ଷ ଦୀପାବଳି ପାଳନ ହୋଇ ଆସୁଛି । ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଶ୍ରଦ୍ଧାଳୁ ମନ୍ଦିରରେ ଭୋଗ ଭାବରେ ଟଙ୍କା ଲାଗି କରିଥାଆନ୍ତି । ପ୍ରତିବଦଳରେ ଶ୍ରଦ୍ଧାଳୁଙ୍କୁ ମଧ୍ୟ ଟଙ୍କା ପ୍ରସାଦ ଭାବରେ ବଣ୍ଟନ କରାଯାଇଥାଏ । ଏକ ବିରାଟକାୟ ପାତ୍ରରେ ଖଇ ସହ ଟଙ୍କା ରଖାଯାଇଥାଏ ।
ମନ୍ଦିରରେ ମାଆ କାଳୀଙ୍କ ଦର୍ଶନ ପରେ ଏଠାରେ ପରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥାଏ । ଶ୍ରଦ୍ଧାଳୁ ଜଣଙ୍କ ପରେ ଜଣେ ଆସି ସ୍ଥାନୀୟ ସେବାୟତଙ୍କଠାରୁ ଟଙ୍କା ଓ ଖଇ ପ୍ରସାଦ ବାବଦକୁ ଗ୍ରହଣ କରିଥାଆନ୍ତି । ଗତ ୩୮ ବର୍ଷ ହେଲା ଏଠାରେ ଏହିଭଳି ଭାବରେ ଦୀପାବଳି ପାଳନ ହୋଇ ଆସୁଛି । ତେବେ କେଉଁ କାରଣରୁ ଏଠାରେ ଟଙ୍କା ପ୍ରସାଦ ଭାବରେ ବଣ୍ଟନ କରାଯାଉଛି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ପାରିନାହାନ୍ତି ମନ୍ଦିର ସେବାୟତ ।