ETV Bharat / bharat

କେନ୍ଦ୍ର ସରକାରଙ୍କ ତିନୋଟି ସାମାଜିକ ସୁରକ୍ଷା ଯୋଜନାକୁ ୭ ବର୍ଷ - Pradhan Mantri Jeevan Jyoti Bima Yojana complete 7 years

କେନ୍ଦ୍ର ସରକାରଙ୍କ ତିନୋଟି ସାମାଜିକ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା (PMSBY) ଓ ଅଟଳ ପେନସନ ଯୋଜନା (APY) କାର୍ଯ୍ୟକାରୀ ହେବାର ୭ ବର୍ଷ ପୂରଣ ହୋଇଛି । ଅଧିକ ପଢନ୍ତୁ

ସାମାଜିକ ସୁରକ୍ଷା ଯୋଜନାକୁ 3 ବର୍ଷ
ସାମାଜିକ ସୁରକ୍ଷା ଯୋଜନାକୁ 3 ବର୍ଷ
author img

By

Published : May 10, 2022, 1:27 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନୋଟି ସାମାଜିକ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY), ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା (PMSBY) ଓ ଅଟଳ ପେନସନ ଯୋଜନା (APY) କାର୍ଯ୍ୟକାରୀ ହେବାର ୭ ବର୍ଷ ପୂରଣ ହୋଇଛି । ସପ୍ତମ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ଏହାକୁ ନେଇ କେନ୍ଦ୍ର ସରକାର ଏକ ଆଲୋଚନା ଚକ୍ର ଆୟୋଜିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ମେ, ୨୦୧୫ରେ ପଶ୍ଚିମବଙ୍ଗର କୋଲକାତା ଠାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ଯୋଜନାର ଶୁଭାରମ୍ଭ କରିଥିଲେ ।

ଏହି ତିନୋଟି ସାମାଜିକ ସୁରକ୍ଷା ଯୋଜନା ଅପ୍ରାତ୍ୟାଶିତ ବିପତ୍ତି/କ୍ଷତି ଏବଂ ଆର୍ଥିକ ଅନିଶ୍ଚିତତା ଠାରୁ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ରଖିବାର ଆବଶ୍ୟକତା ପୂରଣ କରିବା ସହିତ ନାଗରିକଙ୍କ କଲ୍ୟାଣ ପ୍ରତି ସମର୍ପିତ । ଦେଶର ଅସଂଗଠିତ କ୍ଷେତ୍ରର ଲୋକମାନଙ୍କର ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ବୀମା ଯୋଜନା ଆରମ୍ଭ କରିଥିଲେ ।ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ଲୋକମାନଙ୍କୁ କମ ଖର୍ଚ୍ଚରେ ଜୀବନ/ଦୁର୍ଘଟଣା ବୀମା କଭର ସୁରକ୍ଷା ଦେଇଥାଏ । ଅନ୍ୟପକ୍ଷରେ ଅଟଳ ପେନସନ ଯୋଜନା ନାଗରିକଙ୍କୁ ବୃଦ୍ଧାବସ୍ଥା ସମୟରେ ନିୟମିତ ପେନସନ ପାଇବା ଲାଗି ବର୍ତ୍ତମାନ ଠାରୁ ସଞ୍ଚୟ କରିବା ଲାଗି ସୁଯୋଗ ଦେଉଛି ।

ଯୋଜନାର ୭ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, "ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୧୫ ଅଗଷ୍ଟ, ୨୦୧୪ ରେ ଘୋଷଣା କରାଯାଇଥିବା ‘ଆର୍ଥିକ ଅନ୍ତର୍ଭୂକ୍ତିକରଣ ଆଧାରିତ ଜାତୀୟ ମିଶନ’ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି – ବୀମା ଏବଂ ପେନସନ ପରିସରକୁ ବିସ୍ତାରିତ କରିବା, ଯାହାଫଳରେ ସମାଜର ଗରିବ ଓ ଦୁର୍ବଳ ଲୋକମାନଙ୍କୁ ଶସ୍ତା ଉତ୍ପାଦ ମାଧ୍ୟମରେ ଅତ୍ୟଧିକ ଆବଶ୍ୟକ ଆର୍ଥିକ ସୁରକ୍ଷା ମିଳିପାରିବ ।"

ନିର୍ମଳା ଆହୁରି କହିଛନ୍ତି ଯେ, "ତିନୋଟି ଜନ ସୁରକ୍ଷା ଯୋଜନା ବୀମା ଏବଂ ପେନସନକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଯାଇ ପାରିଛି । ବିଗତ ୭ ବର୍ଷ ମଧ୍ୟରେ ଉପରୋକ୍ତ ଯୋଜନାରେ ପଞ୍ଜିକୃତ ଏବଂ ଏଥିରୁ ଲାଭାନ୍ବିତ ହେଉଥିବା ଲୋକମାନଙ୍କ ସଂଖ୍ୟା ଏସବୁ ଯୋଜନାର ସଫଳତାର ପ୍ରମାଣ ଦେଉଛି । କମ ଖର୍ଚ୍ଚରେ ବୀମା ଯୋଜନା ଏବଂ ଗ୍ୟାରେଣ୍ଟିଯୁକ୍ତ ପେନସନ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରୁଛି । ପୂର୍ବରୁ ଏହି ସୁବିଧା ଅଳ୍ପକିଛି ହାତଗଣତି ଲୋକଙ୍କ ପାଖରେ ଉପଲବ୍ଧ ଥିଲା । ଏବେ ଏହା ସମାଜର ଶେଷସ୍ତରରେ ଥିବା ବ୍ୟକ୍ତିଟି ପାଖରେ ପହଞ୍ଚି ପାରିଛି ।"

ଗରିବ ଲୋକମାନଙ୍କୁ ସୁବିଧା ପ୍ରଦାନ କରିବା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, "ଆଜି ଅତି ଦରିଦ୍ର ଲୋକ ମଧ୍ୟ PMJJBY ଅଧୀନରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁରକ୍ଷା ଦୈନିକ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ପାଇପାରୁଛନ୍ତି । ସେହିପରି ଦୈନିକ ମାତ୍ର ୧ ଟଙ୍କା ଖର୍ଚ୍ଚ କରି PMSBY ଅଧୀନରେ ଦୁଇ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମିଳିପାରୁଛି । ଦେଶର ୧୮ ରୁ ୪୦ ବର୍ଷ ବୟସର ସବୁ ନାଗରିକ ମାସିକ ସର୍ବନିମ୍ନ ୪୨ ଟଙ୍କା ଖର୍ଚ୍ଚ କରି ୬୦ ବର୍ଷ ବୟସ ପରେ ପେନସନ ପାଇପାରିବେ ।"

PMJJBY ମାଧ୍ୟମରେ ନାଗରିକମାନଙ୍କୁ, ବିଶେଷ କରି କୋଭିଡ-୧୯ ମହାମାରୀ ସମୟରେ, ସୁବିଧା ସହିତ ସୁରକ୍ଷା ପ୍ରଦାନ କରିବା ସମୟରେ ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, "ପିଏମଜେଜେବିୱାଇ ଅଧୀନରେ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୧୨.୭୬ କୋଟି ଲୋକ ଜୀବନ ବୀମା ପଞ୍ଜୀକରଣ କରାଇଛନ୍ତି । ୫ ଲକ୍ଷ ୭୬ ହଜାର ୧୨୧ ଲୋକଙ୍କ ପରିବାରକୁ ଯୋଜନା ଅଧୀନରେ ୧୧ ହଜାର ୫୨୨ କୋଟି ଟଙ୍କାର ଦାବି ପୂରଣ କରାଯାଇପାରିଛି । ଏହି ଯୋଜନା ମହାମାରୀ ସମୟରେ କମ ଆୟ କରୁଥିବା ପରିବାର ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି ।

କାରଣ ୨୦୨୧ ଆର୍ଥିକ ବର୍ଷରେ, ପରିଶୋଧ କରାଯାଇଥିବା ମୋଟ ଦାବି ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ କୋଭିଡ-୧୯ ଜନିତ ମୃତ୍ୟୁ ସହ ଜଡିତ ଥିଲା । ମହାମାରୀ ଅବଧି ସମୟରେ ଦାବି ଗୁଡିକ ତୁରନ୍ତ ପୂରଣ କରାଯିବା ଲାଗି ବୀମା ଦାବି ପୂରଣ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା । ଦାବିର ସହଜ ସମାଧାନ ପାଇଁ ଆରମ୍ଭ କରାଯାଇଥିବା ପରିବର୍ତ୍ତନ ଏବେ ସୁଦ୍ଧା ଜାରି ରହିଛି । ମହାମାରୀ ଆରମ୍ଭ ପରଠାରୁ, ଅର୍ଥାତ ୧ ଏପ୍ରିଲ, ୨୦୨୦ ଠାରୁ ୨୩ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ, ମୋଟ ୨.୧୦ ଲକ୍ଷ ଦାବି ବାବଦରେ ୪ ହଜାର ୧୯୪.୨୮ କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ବୀମା ଦାବି ପୂରଣ ହାର ୯୯.୭୨ ପ୍ରତିଶତ ରହିଛି ।"

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆହୁରି କହିଛନ୍ତି ଯେ, "ଅନୁରୂପ ଭାବେ ପିଏମଏସବିୱାଇର ଶୁଭାରମ୍ଭ ପରଠାରୁ ୨୮.୩୭ କୋଟି ଲୋକ ଦୁର୍ଘଟଣା ସୁରକ୍ଷା ନିମନ୍ତେ ପଞ୍ଜୀକରଣ କରାଇଛନ୍ତି । ୯୭ ହଜାର ୨୨୭ଟି ବୀମା ଦାବି ପାଇଁ ୧ ହଜାର ୯୩୦କୋଟି ଟଙ୍କା ପ୍ରଦାନ କରାଯାଇଛି । ୪ କୋଟିରୁ ଅଧିକ ଲୋକ ଏପିୱାଇ ଯୋଜନାର ସଦସ୍ୟ ହୋଇଛନ୍ତି । ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଶନରାଓ କରାଡ କହିଛନ୍ତି ‘ଏସବୁ ଯୋଜନାର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ, ସବୁ ବୀମା କମ୍ପାନୀମାନଙ୍କୁ ଯୋଜନା ଗୁଡିକର ସଫଳ କାର୍ଯ୍ୟକାରିତା ପାଇଁ ଅଭିନନ୍ଦନ । ସେମାନଙ୍କୁ ଅନୁରୋଧ ଯେ ସେମାନେ ସମାଜର ଗରିବ ଲୋକଙ୍କ ନିକଟରେ ଯୋଜନାର ଲାଭ ପହଞ୍ଚିବା ପର୍ଯ୍ୟନ୍ତ ପ୍ରତିବଦ୍ଧତାର ସହିତ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଜାରିରଖନ୍ତୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.