ETV Bharat / bharat

ପରିବାରର 4 ଜଣଙ୍କୁ ହତ୍ୟା କରି ନିଜ ଜୀବନ ନେଲେ ପୋଷ୍ଟମାଷ୍ଟର

author img

By ETV Bharat Odisha Team

Published : Jan 2, 2024, 10:15 AM IST

Man kills his family and dies by suicide: ଋଣ ସୁଝି ନପାରିବାରୁ ପୋଷ୍ଟମାଷ୍ଟରଙ୍କ ଚରମ ପଦକ୍ଷେପ । ସ୍ତ୍ରୀ, 2 ଝିଅ ଓ ନାତୁଣୀକୁ ହତ୍ୟା କରି ନିଜ ଜୀବନ ନେଲେ ପୋଷ୍ଟମାଷ୍ଟର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ପରିବାରର 4 ଜଣଙ୍କୁ ହତ୍ୟା କରି ନିଜ ଜୀବନ ନେଲେ ପୋଷ୍ଟମାଷ୍ଟର
ପରିବାରର 4 ଜଣଙ୍କୁ ହତ୍ୟା କରି ନିଜ ଜୀବନ ନେଲେ ପୋଷ୍ଟମାଷ୍ଟର

ଚଣ୍ଡିଗଡ: ଋଣ ବୋଝ ନେଲା ଜୀବନ ! ଋଣ ସୁଝି ନପାରିବାରୁ ପୋଷ୍ଟମାଷ୍ଟରଙ୍କ ଚରମ ପଦକ୍ଷେପ । ନିଜ ସ୍ତ୍ରୀ, 2 ଝିଅ ଓ ନାତୁଣୀଙ୍କୁ ହତ୍ୟା କରିବା ପରେ ନିଜେ ଜୀବନ ହାରିଛନ୍ତି 55 ବର୍ଷୀୟ ପୋଷ୍ଟମାଷ୍ଟର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବ ଜଳନ୍ଧର ଜିଲ୍ଲାରେ । ଘର ଭିତରୁ 5 ଜଣଙ୍କ ମୃତଦେହ ଉଦ୍ଧାର କରିବା ସହ ପୋଲିସ ତଦନ୍ତ ଜାରି ରଖିଛି । ମନମୋହନ ସିଂ ଆଦମପୁର ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ ।

ପଞ୍ଜାବର ଜଳନ୍ଧର ଜିଲ୍ଲା ଅନ୍ତର୍ଗତ ଡ୍ରୋଲି ଖୋର୍ଦ ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘରୁ ପରିବାରର 5 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଗୁଡିକ ମଧ୍ୟରୁ 4 ଜଣଙ୍କୁ ଗଳା ଚିପି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଜଣଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ 55 ବର୍ଷୀୟ ମନମୋହନ ସିଂ, ତାଙ୍କ ପତ୍ନୀ ସରାବଜିତ କୌର, 2 ଝିଅ ଜ୍ୟୋତି(32) ଓ ଗୋପୀ(31) ଏବଂ ଜ୍ୟୋତିଙ୍କ ସାନ ଝିଅ ଅମାନ । ତେବେ ମନମୋହନ ସିଂଙ୍କ ଜ୍ବାଇଁ ତାଙ୍କ ପତ୍ନୀଙ୍କୁ ବାରମ୍ବାର କଲ କରିବା ପରେ କେହି ଫୋନ ନ ଉଠାଇବାରୁ ସେ ଶ୍ବଶୁର ଘର ଗାଁକୁ ଆସିଥିଲେ । ତେବେ ଘର ମଧ୍ୟରେ ମୃତଦେହଗୁଡିକ ପଡିଥିବା ଦେଖିବା ପରେ ଏନେଇ ପୋଲିସକୁ ଖବର ଦେଇଥିଲେ । ଏନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ... ବିବାହ ପରେ ପ୍ରେମୀ ଯୁଗଳ ଫେରାର, ପୁଅ ପାଇଁ ବାପାକୁ ନିର୍ଯାତନା ଦେଲେ କନ୍ୟାପକ୍ଷ

ପୋଲିସ ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଉଦ୍ଧାର କରାଯାଇଛି । ଯେଉଁଥିରେ ମନମୋହନ ସିଂ ଋଣ ପରିଶୋଧ କରି ନପାରିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ଉଲ୍ଳେଖ ରହିଛି । ପ୍ରାରମ୍ଭିକ ତଦନ୍ତରୁ ସୁଇସାଇଡ ନୋଟ୍ ମୃତ ପୋଷ୍ଟମାଷ୍ଟର ମନମୋହନ ସିଂଙ୍କ ଦ୍ବାରା ଲେଖାଯାଇଥିବା ନେଇ ଜଣାପଡିଛି । ନୋଟରେ ଲେଖାଯାଇଛି ଯେ, ପରିବାର ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିବା ସମୟରେ ସେ ଋଣ ନେଇଥିଲେ । ସେହି ଋଣକୁ ସୁଝିବା ପାଇଁ ପରିବାର ଲୋକେ ବାରମ୍ବାର କହିବା ସହ ଏହାକୁ ନେଇ ସବୁବେଳେ ଝଗଡା ହେଉଥିଲା । ଋଣ ସୁଝିବା ନେଇ ପାରିବାରିବ କଳହ ବଢି ଚାଲିଥିଲା । ଯେଉଁଥିପାଇଁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଅନ୍ୟପଟେ ପୋଲିସ ମୃତଦେହଗୁଡିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଜଳନ୍ଧର ସିଭିଲ ହସ୍ପିଟାଲ ପଠାଇବା ସହ ତଦନ୍ତ ଜାରି ରଖିଛି । ସମସ୍ତ ମୃତଦେହ ବେକରେ ଦାଗ ଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.