ETV Bharat / bharat

ନେପାଳ ସୀମାରେ ଲାଗିଲା ପଳାତକ ଅମ୍ରିତପାଲର ପୋଷ୍ଟର

author img

By

Published : Mar 24, 2023, 10:37 PM IST

ନେପାଳ ସୀମାରେ ଲାଗିଲା ପଳାତକ ଘୋଷିତ ହୋଇଥିବା ଖଲିସ୍ତାନୀ ନେତା ଅମ୍ରିତପାଲର ପୋଷ୍ଟର । ନେପାଳ ସୀମା ଦେଇ ଖସିବାର ରହିଛି ସମ୍ଭାବନା । ଅଧିକ ପଢନ୍ତୁ

Amritpal singh
Amritpal singh

ନୂଆଦିଲ୍ଲୀ: ଦେଶରେ ପଳାତକ ଘୋଷିତ ହୋଇଥିବା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ ନେପାଳ ଦେଇ ଖସିଯିବାକୁ ଯୋଜନା ରଖିଛି । ଏହାକୁ ଦୃଷ୍ଟିରେ ରଖି ନେପାଳ ସୀମାରେ ଲୋକଙ୍କ ମଧ୍ୟରେ ସତର୍କତା ବୃଦ୍ଧି କରିବା ଲାଗି ଲଗାଯାଇଛି ଅମ୍ରିତପାଲର ପୋଷ୍ଟର । ଏହାସହ ପୋଲିସ ଓ ଏସଏସବିଙ୍କୁ ଆଲର୍ଟ କରାଯାଇଛି । ଅମ୍ରିତପାଲକୁ ଗିରଫ କରିବା ଲାଗି ଭିନ୍ନ ଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି ।

ଖଲିସ୍ତାନୀ ନେତା ଅମ୍ରିତପାଲ ପଳାତକ ଘୋଷିତ ହେବା ପରେ ବିଦେଶକୁ ପଳାୟନ କରିବା ଲାଗି ଉଦ୍ୟମ ଜାରି ରଖିଛି । ଗୋଟିଏ ପରେ ଗୋଟିଏ ନୂଆ ବେଶ ବଦଳାଉଛି ଅମ୍ରିତପାଲ । ଶେଷ ଥର ଲାଗି ଅମ୍ରିତପାଲକୁ ଉତ୍ତରାଖଣ୍ଡରେ ଠାବ କରାଯାଇଛି । ତେବେ ଉତ୍ତରପ୍ରଦେଶର ବହରାଇଚର ଭାରତୀୟ-ନେପାଳ ସୀମା ଦେଇ ନେପାଳକୁ ପଳାୟନ କରିବା ଲାଗି ଏକ ସହଜ ରାସ୍ତା ବୋଲି ବିବେଚନା କରାଯାଏ । ତେବେ ଅମ୍ରିତପାଲ ଏହି ରାସ୍ତା ଦେଇ ଖସିବାର ଉଦ୍ୟମ କରିପାରେ । ଏଣୁ ସୀମାରେ ଥିବା ପୋଲିସ ଓ ଯବାନଙ୍କୁ ଏ ନେଇ ଆଲର୍ଟ କରାଯାଇଛି । ଫଳରେ ଅମ୍ରିତପାଲ ଯେପରି ଏହି ରାସ୍ତା ଦେଇ ଖସିବାରେ ବିଫଳ ହେବ ।

ଏହା ବି ପଢନ୍ତୁ- ଯୁବକଙ୍କ ଅଦ୍ଭୁତ କଳା, ପାଣି ଉପରେ ପଦ୍ମାସନ ମୁଦ୍ରାରେ ବସିଲେ ଦୀର୍ଘ ଅଢେଇ ଘଣ୍ଟା

ଗତ କିଛି ଦିନ ତଳେ ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅତିକ ଅହମ୍ମଦର ପୁଅ ଅସଦ ଏହି ରାସ୍ତା ଦେଇ ନେପାଳକୁ ଚାଲିଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଭାରତୀୟ ଗୁଇନ୍ଦା ସଂସ୍ଥା ମଧ୍ୟ ଅମ୍ରିତପାଲ କ୍ଷେତ୍ରରେ ଏହି ଆଶଙ୍କା କରିଛି । ଏହି ଅନ୍ତର୍ଜାତୀୟ ସୀମାକୁ ପାର କରି ନେପାଳ ପଳାୟନ କରିବା ଲାଗି ଅମ୍ରିତପାଲ ଉଦ୍ୟମ କରିପାରେ । ଏଣୁ ଏହି ସୀମାରେ ସତର୍କତା ଜାରି କରାଯାଇଛି । ଏଥିଲାଗି ବହରାଇଚର ଏସଏସବି ଚେକପୋଷ୍ଟ ନିକଟରେ ଅମ୍ରିତପାଲ ଓ ତାର ୨ ସହଯୋଗୀଙ୍କ ପୋଷ୍ଟର ଲଗାଯାଇଛି ।

ଏ ନେଇ ବହରାଇଚ ୪୨ ବାଟାଲିୟନର ଏସଏସବି କମାଣ୍ଡର ତପନଦାସ କହିଛନ୍ତି, "ଚେକପୋଷ୍ଟ ନିକଟରେ ଅମ୍ରିତପାଲ ଓ ତାର ସହଯୋଗୀଙ୍କ ପୋଷ୍ଟର ଲଗାଯାଇଛି । ଏହି ପୋଷ୍ଟର ସହାୟତାରେ ସେମାନଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ । ଏସଏସବି ଓ ପୋଲିସ ଆଲର୍ଟରେ ରହିଛି । ଏହି ଚେକପୋଷ୍ଟ ଦେଇ ଯାଉଥିବା ଯାନବାହନର ଯାଞ୍ଚ ମଧ୍ୟ କରାଯାଉଛି । ପଳାତକ ଅମ୍ରତିପାଲକୁ କାବୁ କରିବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ଏସଏସବି ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.