କୋଲକାତା: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ପୋଷ୍ଟର ରାଜନୀତି । ତୃଣମୂଳ କଂଗ୍ରେସ(TMC) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ସମାଲୋଚନାମୂଳକ ପୋଷ୍ଟର ଦେଖିବାକୁ ମିଳିଛି । NDA ବିରୋଧରେ ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଚୟନରେ ପ୍ରମୁଖ ଭୂମିକା ନେଇଥିବା ମମତାଙ୍କୁ ଆଦିବାସୀ ସମ୍ପ୍ରଦାୟ ବିରୋଧୀ ବୋଲି ଉକ୍ତ ପୋଷ୍ଟରରେ ଦର୍ଶାଯାଇଛି ।
-
West Bengal | Posters calling CM Mamata Banerjee "anti-tribal community" being put up by BJP in the state. The poster also shows NDA's Presidential candidate Droupadi Murmu and PM Narendra Modi.
— ANI (@ANI) July 16, 2022 " class="align-text-top noRightClick twitterSection" data="
TMC has supported Yashwant Sinha, Opposition's candidate for the Presidential poll. pic.twitter.com/2GW9791F2h
">West Bengal | Posters calling CM Mamata Banerjee "anti-tribal community" being put up by BJP in the state. The poster also shows NDA's Presidential candidate Droupadi Murmu and PM Narendra Modi.
— ANI (@ANI) July 16, 2022
TMC has supported Yashwant Sinha, Opposition's candidate for the Presidential poll. pic.twitter.com/2GW9791F2hWest Bengal | Posters calling CM Mamata Banerjee "anti-tribal community" being put up by BJP in the state. The poster also shows NDA's Presidential candidate Droupadi Murmu and PM Narendra Modi.
— ANI (@ANI) July 16, 2022
TMC has supported Yashwant Sinha, Opposition's candidate for the Presidential poll. pic.twitter.com/2GW9791F2h
ଉକ୍ତ ପୋଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଫୋଟୋ ଥିବାବେଳେ, ମମତା ବାନାର୍ଜୀ ଏକ ଆଦିବାସୀ ଉତ୍ସବରେ ପାରମ୍ପରିକ ପୋଷାକରେ ଆଦିବାସୀଙ୍କ ସହ ନୃତ୍ୟ ପରିବେଷଣ କରୁଥିବାର ଚିତ୍ର ମଧ୍ୟ ସ୍ଥାନିତ କରାଯାଇଛି । ଏହି ପୋଷ୍ଟରରେ ଏହା ମଧ୍ୟ ଲେଖାଯାଇଛି, ମମତା ଆଦିବାସୀ ସମ୍ପ୍ରଦାୟ ବିରୋଧୀ ନେତ୍ରୀ ।
ଏହି ପୋଷ୍ଟରକୁ BJP ପକ୍ଷରୁ ଲଗାଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ତେବେ ମମତାଙ୍କ ପ୍ରସ୍ତାବିତ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ମିଳିତ ବିରୋଧୀ ମଞ୍ଚ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଯାଇଛି । ସେହିପରି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡା କରିଛି । ଆଉ ଦୁଇ ଦିନ ପରେ ଅର୍ଥାତ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ