ETV Bharat / bharat

Uttarakhand Politics: ମିଳିଲାନି ଟିକେଟ୍‌, ଇସ୍ତଫା ଦେଲେ BJP ବିଧାୟକ - ଉତ୍ତରାଖଣ୍ଡ ରାଜନୀତି

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ବଢୁଛି ଅଡୁଆ । ଟିକେଟ୍ ନ ମିଳିବାରୁ ଦଳକୁ ବାଏ ବାଏ କହିଲେ ଦୁଇ ବିଧାୟକ । ଅଧିକ ପଢନ୍ତୁ

Uttarakhand Politics: ଟିକେଟ ନ ମିଳିବାରୁ ଇସ୍ତଫା ଦେଲେ ବିଜେପି ବିଧାୟକ

author img

By

Published : Jan 28, 2022, 7:11 AM IST

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କେବଳ କଂଗ୍ରେସର ନୁହେଁ ବିଜେପି ପାଇଁ ମଧ୍ୟ ବଢୁଛି ଅଡୁଆ । ନିର୍ବାଚନ ତାରିଖ ଯେତେ ପାଖଉଛି ରାଜନୈତିକ ଅସ୍ଥିରତା ସେତେ ଅଧିକ ଦେଖାଯାଉଛି । ଟିକେଟ୍ କଟିବାରୁ ବିଜେପିରୁ ମୁହଁ ମୋଡୁଛନ୍ତି ବହୁ ତୁଙ୍ଗ ନେତା । ଟିକେଟ୍‌ରୁ ବଞ୍ଚିତ ବିଜେପି ବିଧାୟକ ରାଜକୁମାର ଠୁକରାଲ(Rajkumar Thukral) ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି । ଠୁକରାଲଙ୍କ ସହ ପୂର୍ବତନ ବିଧାୟକ ଧନ ସିଂହ ନେଗି ମଧ୍ୟରୁ ଦାଳକୁ ବାଏ ବାଏ କହିଛନ୍ତି ।

ଆଗାମୀ ବିଧାନସଭା ନିର୍ବାଚନରେ ରୁଦ୍ରପୁର ବିଧାନସଭା ଆସନରୁ ଲଢିବା ପାଇଁ ଠୁକରାଲଙ୍କ ପରିବର୍ତ୍ତେ ଜିଲ୍ଲାଧ୍ୟକ୍ଷ ଶିବ ଆରୋଡାକୁ ଦଳ ଟିକେଟ୍ ଦେବା ପରେ ଇସ୍ତଫା ଦେଇଛନ୍ତି ଠୁକରାଲ । ବିଜେପି ବିଧାନସଭା ଆସନ ଆକାଶ ଛୁଆଁ ଦରରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ଏହି ଦୁଇ ବରିଷ୍ଠ ନେତା ।

ପଦ୍ମ ଛାଡି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ଉପସ୍ଥିତିରେ ହାତ ଧରିଛନ୍ତି ଧନ ସିଂହ ନେଗି । କଂଗ୍ରେସରେ ସାମିଲ ହେବାର କିଛି ଘଣ୍ଟା ମଧ୍ୟରେ ନେଗି ନିଜ ପୂର୍ବ ପାର୍ଟି ବିରୋଧରେ ଗମ୍ଭୀର ଆରୋପ ଲଗାଇ । ଦଳ ଟଙ୍କା ବଦଳରେ ପ୍ରାର୍ଥୀଙ୍କୁ ଟିକେଟ୍ ବାଣ୍ଟୁଛି । ତେହରି ବିଧାନସଭା କ୍ଷେତ୍ର ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ବିଜେପି ୧୦ କୋଟି ଟଙ୍କାରେ ଟିକେଟ୍ ଦେଇଛି । ଟିକେଟ୍ ବିକ୍ରି ନେଇ ତାଙ୍କ ପାଖରେ ସୂଚନା ଥିବା ଦାବି କରିଛନ୍ତି ନେଗି । କୋଟି କୋଟି ଟଙ୍କା ବିନିମୟରେ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଉଥିବା ଠୁକରାଲ ମଧ୍ୟ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.