ETV Bharat / bharat

ଏକଜିଟ୍‌ ପୋଲ ୨୦୨୩: ଆତ୍ମରକ୍ଷା ମୁଡ୍‌ରେ ରାଜନୈତିକ ଦଳ - ଆତ୍ମରକ୍ଷା ମୁଡ୍‌ରେ ରାଜନୈତିକ ଦଳ

Political leaders reaction on exit poll: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌ । ଏହାପରେ ଆତ୍ମରକ୍ଷା ମୁଡ୍‌ରେ ବିଭିନ୍ନ ରାଜନୈତିକ ଦଳ । ଅଧିକ ପଢନ୍ତୁ

Exit Poll 2023 reaction
Exit Poll 2023 reaction
author img

By ETV Bharat Odisha Team

Published : Dec 1, 2023, 6:41 PM IST

ହାଇଦ୍ରାବାଦ: ୫ ରାଜ୍ୟର ବିଧାନସଭା ନିର୍ବାଚନର ଏକଜିଟ୍‌ ପୋଲ ପ୍ରକାଶ ପାଇଛି । କେଉଁଠି ପଦ୍ମ ଆଗୁଆ ଥିବା ବେଳେ କେଉଁଠି ହାତ ଆଗରେ ରହିଛି । ଆଉ କେଉଁଠି ଆଞ୍ଚଳିକ ଦଳ ଉପରେ ଭାରି ପଡ଼ିଛି ଜାତୀୟ ଦଳ । ମଧ୍ୟପ୍ରଦେଶରେ ବିଜେପି ସତ୍ତା ବଜାୟ ରଖିବ ଓ ରାଜସ୍ଥାନରେ ବିଜେପି ସରକାର ଗଢିବ ବୋଲି ଆକଳନ କରାଯାଇଛି । ସେପଟେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ବହୁ ମତ ସହ ସରକାର ଗଢିବ ବୋଲି ବୁଥ ବାହୁଡା ମତରେ ପ୍ରକାଶ ପାଇଛି । ଏହାପରେ ବିଭିନ୍ନ ରାଜନୈତିକ ଦଳଗୁଡିକୁ ଆତ୍ମରକ୍ଷା ମୋଡରେ ଦେଖିବାକୁ ମିଳିଛି ।

  • #WATCH | On state assembly exit polls, Karnataka Dy CM and Congress leader D K Shivakumar says, "...We are hoping for the best results for change and for a stronger India..." pic.twitter.com/d0UNU6s8SW

    — ANI (@ANI) December 1, 2023 " class="align-text-top noRightClick twitterSection" data=" ">

'ଏକଜାଟ୍‌ ପୋଲ୍‌ ଆମକୁ ଦେବ ଖୁସି ଖବର':- ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଶାସକ ତଥା ଆଞ୍ଚଳିକ ଦଳ ଭାରତ ରାଷ୍ଟ୍ର ସମିତି (BRS) ଠାରୁ ଆଗରେ ରହିଛି କଂଗ୍ରେସ । ଇଣ୍ଡିଆ ଟିଭି -ସିଏନଏକ୍ସ କଂଗ୍ରେସକୁ 63-79 ଆସନ ସହ ସ୍ପଷ୍ଟ ବହୁମତ ପାଇବା ନେଇ ଆକଳନ କରିଥିବା ବେଳେ ବିଆରଏସ 31-47 ଆସନ ସହ ବହୁମତ ପଛରେ ରହିଛି । ସେହିପରି ବିଜେପି ମାତ୍ର 2-4 ଆସନ ଓ ଏମଆଇଏମଆଇଏମ ପୂର୍ବ ପରି 5- 7 ଆସନ ମଧ୍ୟରେ ସୀମିତ ରହିବା ନେଇ ଅନୁମାନ କରିଛି ସଂସ୍ଥା । ଏହି ଏକଜିଟ୍‌ ପୋଲ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଆରଏସ କାର୍ଯ୍ୟକାରୀ ସଭାପତି ତଥା ଆଇଟି ମନ୍ତ୍ରୀ କେଟି ରାମା ରାଓ । ସେ କହିଛନ୍ତି, " ଦୀର୍ଘ ଦିନ ପରେ ମୁଁ ଶାନ୍ତିରେ ଶୋଇଛି । ଏକଜିଟ୍‌ ପୋଲରେ ଅଧିକା ଦେଖାଯାଇଛି । ହେଲେ ଆମକୁ ଏକଜାଟ୍‌ ପୋଲ ହିଁ ଖୁସି ଖବର ଦେବ ।"

  • #WATCH | Madhya Pradesh CM Shivraj Singh Chouhan says, " Because of the hard work of our workers and people's love and blessings, also because of schemes of Central govt, like Garib Kalyan Yojana, PM Kisan Samman Nidhi, PM Awaz Yojana and MP govt's schemes like Ladli Behna… pic.twitter.com/kovCSdxudi

ଏହା ବି ପଢନ୍ତୁ- ଏକଜିଟ ପୋଲ 2023: ଛତିଶଗଡ ଓ ତେଲେଙ୍ଗାନାରେ କଂଗ୍ରେସ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପି ପଲ୍ଲା ଭାରି

'ଏକଜିଟ୍‌ ପୋଲ୍‌ ହିଁ ଏକଜାଟ୍‌ ପୋଲ୍‌':- ମଧ୍ୟପ୍ରଦେଶରେ ବିଜେପି ସତ୍ତା ବଜାୟ ରଖିବ ବୋଲି ଏକାଧିକ ଗଣମାଧ୍ୟମ ସଂସ୍ଥା ଆକଳନ କରିଛନ୍ତି । ଜନ କି ବାତ ବିଜେପିକୁ 100-123 ଆସନ ଦେଇଥିବା ବେଳେ କଂଗ୍ରେସକୁ 102-125 ଆସନ ଦେଇଛି । ଏକଜିଟ୍‌ ପୋଲ୍‌ ଆସିବା ପରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ହିଁ 'ଏକଜାଟ୍‌ ପୋଲ୍‌' ବୋଲି କହିଛନ୍ତି । ସେ କହିଛନ୍ତି, " ଏହା ବିଜେପି କର୍ମୀଙ୍କ ପରିଶ୍ରମ ଓ ରାଜ୍ୟବାସୀଙ୍କ ଭଲପାଇବାର ଫଳ । ଗରିବ କଲ୍ୟାଣ ଯୋଜନା, ପିଏମ କିସାନ ସମ୍ମାନ ନିଧି, ଲାଡଲି ବେହେନା ଯୋଜନା, ଲକ୍ଷ୍ମୀ ଯୋଜନା ମାଧ୍ୟମରେ ରାଜ୍ୟବାସୀଙ୍କ ହୃଦୟରେ ଦଳ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।"

ଏହା ବି ପଢନ୍ତୁ- ଅଧା ରହିଯିବ କେସିରଆଙ୍କ ହାଟ୍ରିକ ଆଶା ! ତେଲେଙ୍ଗାନାରେ କ୍ଷମତା ଛଡାଇ ନେଇପାରେ କଂଗ୍ରେସ

'ଆପଣ ଜାଣନ୍ତି କର୍ଣ୍ଣାଟକର ଆକଳନ କଣ ଥିଲା':- କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ୫ଟି ରାଜ୍ୟରେ ଏକଜିଟ୍‌ ପୋଲ୍‌କୁ ଗ୍ରହଣ କରିନାହାନ୍ତି । ସେ କହିଛନ୍ତି, "ମୁଁ ଏକଜିଟ୍‌ ପୋଲକୁ ବିଶ୍ବାସ କରେ ନାହିଁ । କାରଣ ଆପଣ ଜାଣନ୍ତି କର୍ଣ୍ଣାଟକ ଆକଳନର ଫଳ କଣ ହୋଇଥିଲା । ଯେଉଁମାନେ ତୃଣମୂଳ ସ୍ତରରେ ଅଛନ୍ତି, ସେମାନେ ପ୍ରକୃତ ସତ୍ୟ କଣ ଜାଣନ୍ତି । ଏକଜିଟ୍‌ ପୋଲ କିଛି ତଥ୍ୟ ଆଧାରିତ । ଏହା ସମ୍ପୂର୍ଣ୍ଣ ରାଜ୍ୟର ଫଳାଫଳକୁ ଦର୍ଶାଇ ନଥାଏ । ମୋର ଦୃଢ ବିଶ୍ବାସ କଂଗ୍ରେସ ରାଜସ୍ଥାନ ସମେତ ଅଧିକାଂଶ ରାଜ୍ୟରେ ସରକାର ଗଢିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.