ଶ୍ରୀନଗର: ଶ୍ରୀନଗରର ଜମାଲାଟା ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସ ଯବାନ ଆହତ ହୋଇଛନ୍ତି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି, କେହି ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହି ପୋଲିସ କର୍ମୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା । ପୋଲିସ ପକ୍ଷରୁ ମଧ୍ୟ କଡା ଯବାବ ଦିଆଯାଇଥିଲା । ତେବେ ଉଭୟ ପଟରୁ କିଛି ସମୟ ଗୁଳି ବିନିମୟରେ ଜଣେ ପୋଲିସ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳକୁ କର୍ଡନ କରି ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନକୁ କଡାକଡି କରିଛି । ତେବେ ଆତଙ୍କୀ ଗୋଷ୍ଠୀଙ୍କ ସମ୍ପର୍କରେ କିଛି ତଥ୍ୟ ମିଳି ପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ