ETV Bharat / bharat

ବିହାରରେ ବାଲି ମାଫିଆଙ୍କ ଆତଙ୍କ: ଯାଞ୍ଚ ବେଳେ ପୋଲିସ ଗାଡିକୁ ଧକ୍କା, SI ମୃତ - ଜମୁଇରେ ଚୋରା ବାଲି ଚାଲାଣ

ବିହାରରେ ଏବେ ବାଲି ମାଫିଆଙ୍କ ଆତଙ୍କ ରାଜ ଏବେ ଚରମ ସୀମାରେ ପହଞ୍ଚିଛି । ଜମୁଇରେ ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ଜଣେ SIଙ୍କ ଜୀବନ ନେଇଛନ୍ତି ବାଲି ମାଫିଆ । ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଏସ୍ ଆଇଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଜମୁଇରେ ଟ୍ରାକ୍ଟର ଧକାରେ ପୋଲିସ ମୃତ
ଜମୁଇରେ ଟ୍ରାକ୍ଟର ଧକାରେ ପୋଲିସ ମୃତ
author img

By ETV Bharat Odisha Team

Published : Nov 14, 2023, 5:42 PM IST

ପାଟନା: ବିହାରରେ ବାଲି ମାଫିଆଙ୍କ ଆତଙ୍କରାଜ । ଚଢ଼ାଉ ବେଳେ ଟ୍ରାକ୍ଟର ଚଢ଼ାଇ ଜଣେ ପୋଲିସ ଅଧିକାରୀଙ୍କୁ ହତ୍ୟା କରିଛନ୍ତି । ରାଜେଶ କୁମାର ନାମକ ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି । ମୃତ ଏସ୍ଆଇ ଜଣକ ସ୍ଥାନୀୟ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ବୋଲି ଜଣା ପଡ଼ିଛି । କୌଣସି ସୂତ୍ରରୁ ଖବର ପାଇବା ପରେ ଗରହି ଥାନା ଅଞ୍ଚଳ ମୋହଲି ଟାଣ୍ତ ନଦୀ ନିକଟରେ ଚଢ଼ାଉ କରିବାକୁ ପହଞ୍ଚିଥିଲେ ଥାନା ଅଧିକାରୀ । ଏହି ସମୟରେ ବାଲି ମାଫିଆ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ SIଙ୍କ ଗାଡ଼ିକୁ ଧକ୍କା ଦେବା ସହ ତାଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ । ଏଥିରେ ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି ।

  • गरही थाना अन्तर्गत अवैध बालू लदे ट्रैक्टर चालक ने पुलिसकर्मी को रौंदा, पु०अ०नि० शहीद।#jamuipolice#BiharPolice pic.twitter.com/U2hRjnn8Iz

    — JAMUI POLICE (@JamuiPolice) November 14, 2023 " class="align-text-top noRightClick twitterSection" data=" ">

ଘଟଣାଟି ଜମୁଇ ଜିଲ୍ଲା ଅନ୍ତର୍ଗତ ଗରହି ଥାନା ଅଞ୍ଚଳର । ଏଠାରେ ଟ୍ରାକ୍ଟରଟି ଚୋରା ବାଲି ନେଇ ଦ୍ରୁତ ଗତିରେ ଯାଉଥିଲା । ଟ୍ରାକ୍ଟରର ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ SI ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସକୁ ଦେଖି ଟ୍ରାକ୍ଟର ଚାଳକ ଗତି ଆହୁରି ବଢ଼ାଇଥିଲେ । ତେଣୁ ଟ୍ରାକ୍ଟର ଚାଳକ ଗାଡ଼ିକୁ ଆୟତ୍ତ କରି ନପାରି ପୋଲିସ ଭ୍ୟାନ ସହ ପିଟିଥିଲେ । ଘଟଣା ସ୍ଥଳରେ ଏସ୍ ଆଇ ପ୍ରଭାତ ରଞ୍ଜନଙ୍କ ମୃତ୍ୟୁ ହୋଇଥିବା ବେଳେ ହୋମଗାର୍ଡ ରାଜେଶ କୁମାର ଗୁରୁତର ଆହାତ ହୋଇଥିଲେ । ଆହାତଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା । ଏବେ ତାଙ୍କ ସ୍ଥିତି ଗମ୍ଭୀର ଥିବା ସୂଚନା ମିଳିଛି ।

ଜମୁଇ ଜିଲ୍ଲା ଅନ୍ତର୍ଗତ ମୋହଲି ଟାଣ୍ତ ନଦୀ ପାଖରେ ଚୋରା ବାଲି କାରବାର ହେଉଥିବା ସୁଚନା ମିଳିଥିଲା । ଏନେଇ ଆଜି(ମଙ୍ଗଳବାର) ଏସ୍ ଆଇ ପ୍ରଭାତ ରଞ୍ଜନ ତାଙ୍କ ଟିମ୍‌ ସହିତ ଚନର ପୋଲ ପାଖରେ ଚେକିଂ କରୁଥିଲେ । ଘଟଣା ପରେ ପାଖରେ ଥିବା ପୋଲିସ କର୍ମୀ କିଛି କରିବା ଆଗରୁ ସେ ଗାଡି ସେଠାରୁ ଚାଲିଯାଇଥିଲା । ଧଣ୍ତେଲ ଠାରୁ ଏଇ ଅଞ୍ଚଳର ଚୋରା ବାଲି କାରବାର ହେଉଥିବା ଅଭିଯୋଗ ଆସିଥାଏ । ଏହାକୁ ନେଇ ଆଜି ପୋଲିସ ଅଧିକାରୀ ନିଜ ଟିମ୍‌ ସହ ଯାଞ୍ଚ ଚଳାଇଥିଲେ । ଯାଞ୍ଚ ବେଳେ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଟ୍ରାକ୍ଟର ଚାଳକ ଜଣକ ଧରା ପଡ଼ିଯିବା ଭୟରେ ବେଗ ବଢ଼ାଇ ଦେଇଥିଲେ । ଏହି ଦ୍ରୁତଗାମୀ ଟ୍ରାକ୍ଟରଟି ଯାଞ୍ଚସ୍ଥଳରେ ଥିବା ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ପୋଲିସ ସମର୍ଗ ଅଞ୍ଚଳକୁ ସିଲ୍ କରି ଦେଇଛି । ଅଭିଯୁକ୍ତ ଫେରାର ଥିବା ବେଳେ ଖୁବଶୀଘ୍ର ଧରା ପଡିବ ବୋଲି ପୋଲିସ କହିଛି । ସେପଟେ ବାଲି ମାଫିଆଙ୍କ ଉପରେ ନଜର ରଖିବା ପାଇଁ ଗରହି ଥାନାର ପୋଲିସ ବିଭିନ୍ନ ସ୍ଥାନରେ ଛାପା ମାରୁଛି ।

ଏହା ମଧ୍ୟ ପଢ଼ନ୍ତୁ...ନିରାକାର ସାହୁ ହତ୍ୟା ଘଟଣା: 2 ସୁପାରି କିଲର ଗିରଫ

ମୃତ ପୋଲିସ ଅଧିକାରୀଙ୍କୁ ଜମୁଇ ଜିଲ୍ଲାର ମଳୟପୁର ଥାନାରେ ପୋଲିସ ସଲାମୀ ଦିଆଯିବ । ପରେ ତାଙ୍କ ପାର୍ଥୀବ ଶରୀରକୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ । ସୂଚନା ଅନୁଯାୟୀ ମୃତ ପୋଲିସ ଅଧିକାରୀ ବିହାର ଜିଲ୍ଲାର ବୈଶାଳି ଅଞ୍ଚଳ ଅଧିବାସୀ ଥିଲେ । ସେ 2018 ବ୍ୟାଚ୍‌ର ପୋଲିସ ଅଧିକାରୀ ଥିଲେ ।

ବ୍ୟୁରୋ ରିପୋଟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.