ETV Bharat / bharat

ପୋଲିସ କନଷ୍ଟେବଳଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ସହକର୍ମୀଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ନେଇ ଥାନାରେ ମାମଲା - ପୋଲିସ କନଷ୍ଟେବଳଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଛତିଶଗଡ ପୋଲିସର ଜଣେ କନଷ୍ଟେବଳଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ସାଥୀ ପୋଲିସ କର୍ମଚାରୀଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ନେଇ ରାୟପୁରର ନୂଆ ରାଜେନ୍ଦ୍ରନଗର ଥାନାରେ ଅଭିଯୋଗ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ କନଷ୍ଟେବଳଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

ପୋଲିସ କନଷ୍ଟେବଳଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ସହକର୍ମୀଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ନେଇ ଥାନରେ ମାମଲା

author img

By

Published : Mar 22, 2022, 10:51 PM IST

ରାୟପୁର: ଛତିଶଗଡ ପୋଲିସର ଜଣେ କନଷ୍ଟେବଳଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ସାଥୀ ପୋଲିସ କର୍ମଚାରୀଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ନେଇ ରାୟପୁରର ନୂଆ ରାଜେନ୍ଦ୍ରନଗର ଥାନାରେ ଅଭିଯୋଗ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ କନଷ୍ଟେବଳଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଘଟଣାଟି ସ୍ଥାନୀୟ ନୂଆ ରାଜେନ୍ଦ୍ରନଗର ପୋଲିସ ଥାନା ଅଞ୍ଚଳର । ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ କନେଷ୍ଟବଳ ଅନୀଲ ଗୋଣ୍ଡ ପୀଡ଼ିତାଙ୍କ ପଡ଼ୋଶୀ । ତେବେ ଭୟ କାରଣରୁ ସେ ନିଜ ସ୍ୱାମୀଙ୍କୁ ଏହି କଥା କହି ନଥିଲେ । କିନ୍ତୁ ଯେତେବେଳେ ଅଭିଯୁକ୍ତ ବାରମ୍ବାର ଜବରଦସ୍ତ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲା, ଶେଷରେ ପୀଡିତା ନିଜ ସ୍ୱାମୀଙ୍କୁ ଏହି ବିଷୟରେ ଜଣାଇଥିଲେ ।

ସେହିଭଳି ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଯବାନ ଛତିଶଗଡ ପୋଲିସରେ ୪ର୍ଥ ବାଟାଲିୟନରେ କାମ କରୁଛି । ତେବେ ଏଠାରେ ମଧ୍ଯ ପୀଡିତାଙ୍କ ସ୍ବାମୀ ୪ର୍ଥ ବାଟାଲିୟନରେ କାମ କରୁଛନ୍ତି । ପୀଡିତାଙ୍କ ସ୍ୱାମୀ ସାଥୀ ଯବାନ ଅନିଲ ଗୋଣ୍ଡଙ୍କୁ ତାଙ୍କ ପତ୍ନୀଙ୍କ ମୋବାଇଲ ନମ୍ବରରେ ରିଚାର୍ଜ କରିବାକୁ କିଛିଦିନ ତଳେ କହିଥିଲେ ।

ଏହି ମୋବାଇଲ ରିଚାର୍ଜ ପରଠାରୁ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ଏକାଧିକ ବାର ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି । ଥାନାରେ ମାମଲା ପରେ ରାୟପୁର ପଶ୍ଚିମ ଅତିରିକ୍ତ ଏସପି ଆକାଶ ରାଓ କହିଛନ୍ତି, ନୂଆ ରାଜେନ୍ଦ୍ର ନଗର ପୋଲିସ ଷ୍ଟେସନରେ ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, FIR ପଞ୍ଜୀକୃତ ହୋଇଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଫେରାର୍‌ ରହିଛି ମାତ୍ର ଖୁବ୍ ଶୀଘ୍ର ତାକୁ ଧରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.