ETV Bharat / bharat

ଲସ୍କର ଏ ତୋଏବାର ୨ ଓଭରଗ୍ରାଉଣ୍ଡ କର୍ମଚାରୀ ଗିରଫ - ଲସ୍କର ଏ ତୋଏବା

ସୋପୋରରେ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଏବାର( LeT) ଦୁଇ ଓଭରଗ୍ରାଉଣ୍ଡ କର୍ମଚାରୀ ଗିରଫ । ଅଧିକ ପଢନ୍ତୁ

ଲସ୍କର ଏ ତୋଏବାର ୨ ଓଭରଗ୍ରାଉଣ୍ଡ କର୍ମଚାରୀ ଗିରଫ

author img

By

Published : Sep 10, 2022, 2:38 PM IST

ଶ୍ରୀନଗର: ଜାମ୍ମୁ-କାଶ୍ମୀର ପୋଲିସକୁ ସଫଳତା । ବରମୁଲ୍ଲାର ସୋପୋରରେ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଏବାର ଓଭରଗ୍ରାଉଣ୍ଡ ୱାର୍କର(over ground worker) ମଡ୍ୟୁଲର ପର୍ଦ୍ଦାଫାସ କରିଛି ପୋଲିସ । ଶୁକ୍ରବାର ସୋପୋର ଅଞ୍ଚଳରୁ ଲସ୍କର-ଏ-ତୋଏବାର ଦୁଇ ଓଭରଗ୍ରାଉଣ୍ଡ କର୍ମଚାରୀ ଗିରଫ ହୋଇଛନ୍ତି । ପୋଲିସ, ସିଆରପିଏଫ(CRPF) ଯବାନ ଏବଂ ସେନାର ମିଳିତ ଅପରେସରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏହି ଦୁଇ ଜଣ ବନ୍ଦିପୋରା ଅଞ୍ଚଳର ଶାକିର୍ ଅକବର(Shakir Akber) ଏବଂ ବରମୁଲ୍ଲା ନିବାସୀ ମୋହସିନ ୱାନି(Mohsin Wani) ବୋଲି ପରିଚୟ ମିଳିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ପୋଲିସ, ସେନା ଏବଂ ସିଆରପିଏଫ ଯବାନ ସୋପୋରର ଗୌସିଆବାଦ ଛକ ଚିଙ୍କିପୋରା(Gousiabad Chowk Chinkipora) ଅଞ୍ଚଳରେ ମିଳିତ ଅପରେସନ କରିଥିଲେ । ଏହି ସମୟରେ ଦୁଇ ଜଣ ବ୍ୟକ୍ତିଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ଯାଞ୍ଚ ପାଇଁ ତାଙ୍କୁ ଅଟକାଇବାକୁ ପୋଲିସ ଚେଷ୍ଟା କରିଥିଲା । କିନ୍ତୁ ସେ ଅଟକିବା ପରିବର୍ତ୍ତେ ଘଟଣାସ୍ଥଳରୁ ଖସିପଳାଇବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ସୁରକ୍ଷାକର୍ମୀ ତାଙ୍କୁ ଗୋଡାଇ ଧରିବାରେ ସକ୍ଷମ ହୋଇଥିଲେ । ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବାରୁ ସେମାନଙ୍କୁ ନିକଟରୁ ଦୁଇ ଗ୍ରେନଡ ଜବତ ହୋଇଥିଲା ।

ତେବେ ସେମାନେ ଲସ୍କର-ଏ-ତୋଏବା(LeT) ଆତଙ୍କୀ ସଙ୍ଗଠନର ଓଭରଗ୍ରାଉଣ୍ଡ କର୍ମଚାରୀ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଓଭରଗ୍ରାଉଣ୍ଡ କର୍ମଚାରୀମାନେ ସାଧାରଣ ନାଗରିକଙ୍କ ଭଳି ବସବାସ କରିଥାନ୍ତି । କିନ୍ତୁ ସେମାନେ ଆତଙ୍କବାଦୀଙ୍କ ସହ ସମ୍ପର୍କରେ ରହିଥାନ୍ତି । ସାଧାରଣ ଲୋକଙ୍କ ପରି ସେମାନେ ବିଭିନ୍ନ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଚିହ୍ନବା କଷ୍ଟକର ହୋଇଥାଏ । ଯେଉଁ କାରଣରୁ ସେମାନେ ଅଧିକ ବିପଦଜ୍ଜନକ ହୋଇଥାନ୍ତି ।

ଏହାମଧ୍ୟ ପଢନ୍ତୁ: ବିଷାକ୍ତ ମଦ ପିଇ ଚାଲିଗଲା ୫ ଜୀବନ

ଏହାପୂର୍ବରୁ ଗତ ୨ ତାରିଖ ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ସୋପୋରରୁ ଜଣେ ହାଇବ୍ରିଡ୍ LeT ଆତଙ୍କୀକୁ ଗିରଫ କରିଥିଲେ । ତା'ର ନାମ ସକିବ୍ ଶକୀଲ ଦର( Saqib Shakeel Dar) । ସେ ଏଠାରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଥିଲା । ଗିରଫ ହାଇବ୍ରିଡ୍ ଆତଙ୍କୀ ନିକଟରୁ ଗୋଟିଏ ପିସ୍ତଲ, ମାଗାଜିନ ଏବଂ ୮ଟି ଗୁଳି ଜବତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.