ETV Bharat / bharat

ପ୍ରେମ ପାଇଁ ସାତଦରିଆ ପାର, ପ୍ରେମିକକୁ ପାଇବାକୁ ପୋଲାଣ୍ଡରୁ ଭାରତ ଆସିଲେ ପ୍ରେମିକା

author img

By

Published : Jul 21, 2023, 1:28 PM IST

ଇନଷ୍ଟାଗ୍ରାମରୁ ପ୍ରେମ ପରେ ପ୍ରେମିକକୁ ପାଇବାକୁ ଭାରତରେ ପହଞ୍ଚିଲେ ପୋଲାଣ୍ଡ ମହିଳା । ଚର୍ଚ୍ଚାରେ ବିଦେଶିନୀ ମହିଳାଙ୍କ ପ୍ରେମ ସମ୍ପର୍କ ।

poland woman falls in love with jharkhand youth

ରାଞ୍ଜି: ଲଭ ପାଇଁ କୁଛଭି କରେଗା । ଭାରତୀୟ ଯୁବକଙ୍କ ପ୍ରେମରେ ପାଗଳ ହେଉଛନ୍ତି ବିଦେଶିନୀ ମହିଳା । ଶେଷରେ ନିଜ ଦେଶ ଛାଡି ଭାରତରେ ପହଞ୍ଚୁଛନ୍ତି । ନିକଟରେ ପବଜି ଖେଳରୁ ପ୍ରେମ ହେବା ପରେ ପ୍ରେମିକକୁ ଭେଟିବାକୁ ଭାରତରେ ପହଞ୍ଚିଥିଲେ ପାକିସ୍ତାନୀ ମହିଳା । ଯାହାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ଏପରି ଆଉ ଏକ ପ୍ରେମ କାହାଣୀ ଚର୍ଚ୍ଚାରେ । ଇନଷ୍ଟାଗ୍ରାମରୁ ଚାଟିଂ ପରେ ଆରମ୍ଭ ହୋଇଥିଲା ପ୍ରେମ । ପ୍ରେମିକକୁ ପାଇବାକୁ ଭାରତରେ ପହଞ୍ଚିଲେ ପୋଲାଣ୍ଡ ମହିଳା ।

ଇନଷ୍ଟାଗ୍ରାମରୁ ପରିଚିତ, ପରେ ପରେ ଚାଟିଂ କରୁ କରୁ ହୋଇଗଲା ପ୍ରେମ । ପ୍ରେମିକକୁ ଦେଖା କରିବାକୁ ଆଖିରୁ ନିଦ ହଜିଗଲା । ଶେଷରେ ସାତ ସମୁଦ୍ର ତେର ନଈ ପାର କରି ପ୍ରେମିକ ପାଖରେ ପହଞ୍ଚିଛନ୍ତି ପୋଲାଣ୍ଡ ପ୍ରେମିକା । ପୋଲାଣ୍ଡ ଛାଡି ଭାରତ ପହଞ୍ଚିବା ପରେ ଝାଡଖଣ୍ଡରେ ପ୍ରେମିକଙ୍କୁ ଭେଟିଛନ୍ତି ବିଦେଶିନୀ ପ୍ରେମିକା । ଏହି ପ୍ରେମ ସମ୍ପର୍କକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

ମହିଳାଙ୍କ ନାମ ହେଉଛି ପୋଲକ ବାର୍ବରା । ସେ ଭାରତରେ ପହଞ୍ଚିବା ପରେ ଝାଡଖଣ୍ଡର ଯୁବକ ଶାଦବାଙ୍କ ହଜାରୀବାଗ ଖୁଟରା ଗାଁରେ ରହୁଛନ୍ତି । ବାର୍ବରା ଓତାଙ୍କ ସ୍ବାମୀଙ୍କ ଛାଡପତ୍ର ହୋଇଥିବା ବେଳେ ସେ ଏବେ ପ୍ରେମିକ ଶାଦବାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଶାଦବା ତାଙ୍କୁ ବିବାହ କରି ପୋଲାଣ୍ଡରେ ରୁହନ୍ତି ବୋଲି ଚାହୁଁଛନ୍ତି ପୋଲକ ବାର୍ବରା । ମହିଳାଙ୍କ ବୟସ 45 ବର୍ଷ ହୋଇଥିବା ବେଳେ ଯୁବକଙ୍କ ବୟସ 35 ବର୍ଷ ।

ଏହା ମଧ୍ୟ ପଢନ୍ତୁ-Seema Haider On ETV Bharat: ସଚିନ ସହିତ ସତ ପ୍ରେମ ନା ଭାରତ ବିରୋଧରେ ଷଡଯନ୍ତ୍ର ? ଜାଣନ୍ତୁ କେବେ କରିବେ ଭାରତୀୟ ନାଗରିକତା ପାଇଁ ଆବେଦନ

ବାର୍ବରା ଓ ଶାଦବା 2021 ପରସ୍ପରକୁ ଇନଷ୍ଟାଗ୍ରାମରୁ ଜାଣିଥିଲେ । ପ୍ରଥମେ ବନ୍ଧୁତ୍ବ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ଉଭୟ ଇନଷ୍ଟାଗ୍ରାମରେ ଚାଟିଂ କରନ୍ତି । ଏହାପରେ ପ୍ରେମିକୁ ଦେଖିବାକୁ ଅସ୍ତିର ହୋଇଗଲା ବିଦେଶିନୀ ପ୍ରେମିକାର ମନ । ଶେଷରେ ଭାରତ ଆସିବାକୁ ଭିସା ପାଇଁ ଆବେଦନ କରିଥିଲେ । କିଛି ଦିନ ପୂର୍ବରୁ ଭିସା ପାଇବା ମାତ୍ରେ ଝାଡଖଣ୍ଡରେ ପହଞ୍ଚିଥିଲେ । ହୋଟେଲରେ କିଛି ଦିନ ରହିବା ପରେ ସେ ଗତ ପାଞ୍ଚ ଦିନ ଧରି ପ୍ରେମିକଙ୍କ ପାଖରେ ରହୁଛନ୍ତି ।

ପ୍ରେମିକର ଘରେ ପହଞ୍ଚିବା ପରେ ମହିଳାଙ୍କୁ ଅସହ୍ୟ ଗରମ ହୋଇଥିଲା । ତେଣୁ ତାଙ୍କ ପାଇଁ 2ଟି ଏସି ବ୍ୟବସ୍ଥା କରାଯାଉଇଥିଲା। ମହିଳା ଜଣଙ୍କ ପ୍ରେମିକକଙ୍କ ଘରେ କାମ ମଧ୍ୟ କରୁଛନ୍ତି । ଗାଈ ଗୋବର ଏବଂ ଅଳିଆ ମଧ୍ୟ ସଫା କରୁଛନ୍ତି । ମହିଳାଙ୍କୁ ଦେଖିବାକୁ ପ୍ରତିଦିନ ଶହ ଶହ ଲୋକ ଭିଡ ଜମୁଛି । ବିଦେଶୀ ମହିଳା ହଜାରୀବାଗରେ ପହଞ୍ଚିବା ଖବର ପାଇବା ପରେ ହଜାରୀବାଗ ମୁଖ୍ୟାଳୟର ଡିଏସପି ରାଜୀବ କୁମାର ଓ ଇନ୍ସପେକ୍ଟର ଅଭିଷେକ କୁମାର ତାଙ୍କ ସହ କଥା ହୋଇଛନ୍ତି । ସେ ପୋଲିସ ଅଧିକାରୀଙ୍କୁ ତାଙ୍କ ଭିସା ଦେଖାଇଥିଲେ। ଆଗାମୀ ଦିନରେ ସେ ନିଜ ଦେଶକୁ ଫେରିବେ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.