ETV Bharat / bharat

PM'S security breach: ପଞ୍ଜାବ ସରକାରଙ୍କୁ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ଅପିଲ୍

author img

By

Published : Jan 8, 2022, 7:00 AM IST

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବିଭ୍ରାଟ ଘଟଣାରେ ପଞ୍ଜାବ ସରକାରଙ୍କୁ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ଅପିଲ କଲେ ହରିୟାଣା ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

PM'S security breach: ପଞ୍ଜାବ ସରକାରଙ୍କୁ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ଅପିଲ୍
PM'S security breach: ପଞ୍ଜାବ ସରକାରଙ୍କୁ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ଅପିଲ୍

ଚଣ୍ଡିଗଡ: ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବିଭ୍ରାଟ ନେଇ ଜୋର୍ ଧରିଛି ରାଜନୀତି । ଘଟଣାରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ସିଂ ଖଟ୍ଟର କଂଗ୍ରେସ ନେତୃତ୍ବାଧୀନ ପଞ୍ଜାବ ସରକାରଙ୍କ ବରଖାସ୍ତ ଦାବି କରିଛନ୍ତି । ଚନ୍ନି ସରକାରଙ୍କୁ ବହିଷ୍କାର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅପିଲ୍ କରିଛନ୍ତି ଖଟ୍ଟର ।

ଶୁକ୍ରବାର ହରିୟାଣା ସରକାରର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ(Bandaru Dattatreya)ଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଷଡଯନ୍ତ୍ର କରିବା ଅଭିଯାଗରେ ଚନ୍ନି ସରକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ପ୍ରତିନିଧି ମଣ୍ଡଳୀ ।

ଖଟ୍ଟର କହିଛନ୍ତି, ଭାରତ ବିଶ୍ବର ସବୁଠୁ ବଡ ଗଣତାନ୍ତ୍ରକ ରାଷ୍ଟ୍ର । ପଞ୍ଜାବରେ ପିଏମ୍‌ଙ୍କ ପାଇଁ ଯେଉଁ ପ୍ରକାରେ ପ୍ରତିବନ୍ଧକ ସୃଷ୍ଟି କରାଗଲା ତାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ତେଣୁ ପଞ୍ଜାବ ସରକାରଙ୍କୁ ବରଖାସ୍ତ କରିବା ପାଇଁ ଏବଂ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମୁଁ ରାଷ୍ଟ୍ରପତି କୋବିନ୍ଦଙ୍କୁ ଅପିଲ୍ କରିଛି । ରାଜ୍ୟପାଳଙ୍କ ସହ ସାକ୍ଷାତକାର ପରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଖଟ୍ଟର ।

ଉଲ୍ଲେଖଯୋଗ୍ୟ, ବୁଧବାର ପଞ୍ଜାବରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଡି କୃଷକଙ୍କ ଆନ୍ଦୋଳନ ଯୋଗୁଁ ଫ୍ଲାଏ ଓଭରରେ ୨୦ ମିନିଟ୍ ଧରି ଫସି ରହିଥିଲା । ପିଏମ୍‌ଙ୍କ ସୁରକ୍ଷାରେ ଏଭଳି ବଡ ଧରଣର ତ୍ରୁଟି ପରେ ରାଜନୀତି ସରଗରମ୍ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.