ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଭାରତ ବାୟୋଟେକର ମନୋବଳ ବୃଦ୍ଧି କରିବ: TDP ମୁଖ୍ୟ

author img

By

Published : Nov 29, 2020, 9:50 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଇଦ୍ରାବାଦ ଗସ୍ତ ଭାରତ ବାୟୋଟେକ ପାଇଁ କୋରୋନା ଭାଇରସ ଟିକା କୋଭାକ୍ସିନ ତିଆରି କରିବାରେ ଏକ ଦୃଢ ପ୍ରେରଣା ହେବ ବୋଲି ତେଲୁଗୁ ଦେଶାମ୍ ପାର୍ଟିର (ଟିଡିପି) ଜାତୀୟ ସଭାପତି ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି । ଅଧିକ ପଢନ୍ତୁ...

ଏନ ଚନ୍ଦ୍ରବାବୁ ନାଇଡୁ
ଏନ ଚନ୍ଦ୍ରବାବୁ ନାଇଡୁ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଇଦ୍ରାବାଦ ଗସ୍ତ ଭାରତ ବାୟୋଟେକ ପାଇଁ କୋରୋନା ଭାଇରସ ଟିକା କୋଭାକ୍ସିନ ତିଆରି କରିବାରେ ଏକ ଦୃଢ ପ୍ରେରଣା ହେବ ବୋଲି ତେଲୁଗୁ ଦେଶମ୍ ପାର୍ଟିର (ଟିଡିପି) ଜାତୀୟ ସଭାପତି ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି । ଏକ ବିବୃତ୍ତିରେ ଟିଡିପି ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ବିଶେଷଜ୍ଞ ଦଳ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ବୈଜ୍ଞାନିକ ତଥା ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଜେନୋମ ଭ୍ୟାଲିରେ ଭାରତ ବାୟୋଟେକ୍ ସହିତ କୋଭିଡ-19 ଟିକା ବିକଶିତ କରିବା ତଥା ସ୍ବାସ୍ଥ୍ୟ ସଙ୍କଟ ସମୟରେ ଦେଶକୁ ସାହାଯ୍ୟ କରିବା ପାଇଁ ସ୍ବପ୍ନ ସାକାର ହୋଇଛି ବୋଲି ନାଇଡୁ କହିଛନ୍ତି । ଅନେକ ଅନ୍ତର୍ଜାତୀୟ କମ୍ପାନୀ ଗବେଷଣା ଏବଂ ବିକାଶ ଆରମ୍ଭ କରି ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି ।

ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନୋଟି ସହର ପରିଦର୍ଶନ କରି କୋଭିଡ-19 ଟିକାକରଣର ବିକାଶ ତଥା ଉତ୍ପାଦନ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି ।

ତେବେ ହାଇଦ୍ରାବାଦରେ ଭରତ ବାୟୋଟେକ୍ ବ୍ୟତୀତ ସେ ଅହମ୍ମଦାବାଦର ଜାଇଡସ୍ ବାୟୋଟେକ୍ ପାର୍କ ଏବଂ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.