ETV Bharat / bharat

Parkash Purab Of Guru Tegh Bahadur: ଆଜି ଲାଲକିଲ୍ଲାରୁ ରାଷ୍ଟ୍ରକୁ ସମ୍ବୋଧନ କରିବେ ମୋଦି

author img

By

Published : Apr 21, 2022, 7:14 AM IST

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଖ ଗୁରୁ ତେଗ ବାହାଦୂରଙ୍କ ୪୦୦ତମ ପ୍ରକାଶ ପର୍ବ ଅବସରରେ ଲାଲ କିଲ୍ଲା ଠାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଅଧିକ ପଢନ୍ତୁ

ଆଜି ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ଶିଖ ଗୁରୁ ତେଗ ବାହାଦୂରଙ୍କ ୪୦୦ତମ ପ୍ରକାଶ ପର୍ବ ଅବସରରେ ଐତିହାସିକ ଲାଲକିଲ୍ଲା ଠାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରୀ ଜି. କିଶାନ ରେଡ୍ଡୀ କହିଛନ୍ତି ଶିଖ ଗୁରୁ ତେଗ ବାହାଦୂରଙ୍କ (Parkash Purab Of Guru Tegh Bahadur) ୪୦୦ତମ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଏକ ଡାକ ଟିକଟର ଉନ୍ମୋଚନ କରିବା ସହ ମୁଦ୍ରାର ମଧ୍ୟ ଲୋକାର୍ପଣ କରିବେ । ସମୟ 9ଟା 15 ସୁଦ୍ଧା ଏହି କାର୍ଯ୍ୟକ୍ରମ ହେବାର ନେଇ ସୂଚନା ମିିଳିଛି ।

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିବ । ଏହା ଲାଲ୍‌କିଲ୍ଲାରେ ହେବାକୁ ଥିବା ବେଳେ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଦେଶକୁ ସମ୍ବୋଧିତ କରିବେ । ଏହାବ୍ୟତୀତ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ । ଦେଶ ବିଦେଶରୁ ଅନେକ ଅତିଥି ମଧ୍ୟ ସାମିଲ ହେବେ । 400 ଜଣ ଶିଖ ସଙ୍ଗୀତ ପରିବେଷଣ କରିବେ । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଏହି କାର୍ଯ୍ୟକ୍ରମକୁ ଭବ୍ୟ ରୂପେ ପାଳନ କରୁଛନ୍ତି କେନ୍ଦ୍ର ସରକାର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.