ETV Bharat / bharat

ପାକିସ୍ତାନ ବାୟୁମାର୍ଗରେ ଆଗକୁ ବଢିଲା Air India One, ମୋଦିଙ୍କ ନନଷ୍ଟପ ଆମେରିକା ଯାତ୍ରା - ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଯାତ୍ରା

ଦିଲ୍ଲୀରୁ ୱାଶିଂଟନ ଡିସି ପର୍ଯ୍ୟନ୍ତ ଯାତ୍ରାରେ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରି ଆଗକୁ ବଢିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଏୟାର ଇଣ୍ଡିଆ ୱାନ । କାହିଁକି ପାକିସ୍ତାନ ବାୟୁ ସୀମାରେ ପ୍ରବେଶ କଲା ମୋଦିଙ୍କ ବିମାନ ? କଣ ରହିଛି ଏହାର କାରଣ ? ଅଧିକ ପଢନ୍ତୁ...

ପାକିସ୍ତାନ ବାୟୁମାର୍ଗରେ ଆଗକୁ ବଢିଲା Air India One, ମୋଦି ନନଷ୍ଟପ ଆମେରିକା ଯାତ୍ରା

author img

By

Published : Sep 22, 2021, 6:08 PM IST

ନୂଆଦିଲ୍ଲୀ: ଆମେରିକା ଅଭିମୁଖେ ଉଡାଣ ଭରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରୁ ୱାଶିଂଟନ ଡିସି ପର୍ଯ୍ୟନ୍ତ ଯାତ୍ରାରେ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରି ଆଗକୁ ବଢିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଏୟାର ଇଣ୍ଡିଆ ୱାନ । କାହିଁକି ପାକିସ୍ତାନ ବାୟୁ ସୀମାରେ ପ୍ରବେଶ କଲା ମୋଦିଙ୍କ ବିମାନ ? କଣ ରହିଛି ଏହାର କାରଣ ?

ଲକ୍ଷ ଥିଲା ନନଷ୍ଟପ ଯାତ୍ରା । ସାମ୍ନାରେ ଥିଲା ଆଫଗାନିସ୍ତାନରେ ସୁରକ୍ଷା ଚ୍ୟାଲେଞ୍ଜ । ଏହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ବିମାନ ଆଫଗାନିସ୍ତାନ ବାୟୁ ମାର୍ଗରେ ଉଡିବା କେବେ ବି ସମ୍ଭବ ନଥିଲା । ଯଦି ଏହି ରୁଟ୍‌କୁ ବାଦ୍‌ ଦିଆଯାଏ, ତେବେ ଅନ୍ୟ କୌଣସି ମତେ ନନଷ୍ଟପ୍‌ ଯାତ୍ରା ହୋଇପାରିନଥାନ୍ତା । ତେବେ ଗୋଟିଏ ରାସ୍ତା ଥିଲା, ଆଉ ତାହା ହେଉଛି ପାକିସ୍ତାନ ବାୟୁମାର୍ଗ ।

ପ୍ରଧାନମନ୍ତ୍ରୀଙ୍କ ବିମାନର ଉଡାଣ ପାଇଁ ପାକିସ୍ତାନକୁ ଅନୁମତି ମାଗିଥିଲା ଭାରତ । ସବୁ କ୍ଷେତ୍ରରେ ବ୍ୟାକଫୁଟେ ଥିବା ପାକିସ୍ତାନ ପାଖରେ ମୋଦିଙ୍କ ବିମାନର ଉଡାଣକୁ ଅନୁମତି ଦେବା ପରିବର୍ତ୍ତେ ଆଉ କୌଣସି ଚାରା ନଥିଲା । ସବଠୁ ବଡ କଥା ହେଉଛି ଯେ ଏହାପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଯାତ୍ରା ପାଇଁ ୩ ଥର ନିଜ ବାୟୁ ମାର୍ଗ ବ୍ୟବହାର କରିବାକୁ ମନାକରିଦେଇଥିଲା ପାକିସ୍ତାନ । ୨୦୧୯ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଘଟିଥିଲା ଏହି ମାମଲା ।

ସେହପରି ଏହା ପୂର୍ବରୁ ପିଏମ ମୋଦିଙ୍କ ଆମେରିକା ଓ ଜର୍ମାନୀ ଗସ୍ତ ଏବଂ ରାଷ୍ଟ୍ରପତି କୋବିନ୍ଦଙ୍କ ଆଇସଲଲ୍ୟାଣ୍ଡ୍‌ ଗସ୍ତ ସମୟରେ ମଧ୍ୟ ପାକିସ୍ତାନ ପକ୍ଷରୁ ମିଳିନଥିଲା ଅନୁମତି । ଏଥର କିନ୍ତୁ ବ୍ୟାକଫୁଟରେ ରହିଥିବା ପାକିସ୍ତାନ ନିଜ ଦେଶର ବାୟୁ ସୀମାରେ ମୋଦିଙ୍କ ବିମାନ ଉଡାଣକୁ ଅନୁମତି ପ୍ରଦାନ କରିଛି ।

ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନନଷ୍ଟପ ବିମାନ ଯାତ୍ରା କରୁଛନ୍ତି । କୌଣସି ସ୍ଥାନରେ ନ ଅଟକି ୧୫ ଘଣ୍ଟାରେ ଆମେରିକା ପହଁଞ୍ଚିବ ପ୍ରଧାନମନ୍ତ୍ରୀଙ୍କ ବିମାନ ଏୟାର ଇଣ୍ଡିଆ ୱାନ । ଆମେରିକା ପହଁଞ୍ଚିବା ପାଇଁ ମୋଦିଙ୍କୁ ସାମାନ୍ୟ ଅଧିକ ଘଣ୍ଟା ଲାଗିବ । ଭାରତୀୟ VVIP ଯାତ୍ରା ପାଇଁ କିଣାଯାଇଥିବା ନୂତନ ଏବଂ ବିଶେଷ ବୈଶିଷ୍ଟ୍ୟ ଥିବା ଏହି ବିମାନର ଏହା ହେଉଛି ପ୍ରଥମ ସରକାରୀ ଆମେରିକା ଗସ୍ତ ।

୩ ଦିନିଆ ଆମେରିକା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ପହଁଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବା ସହିତ କ୍ବାଡ ସମ୍ମିଳନୀରେ ଯୋଗଦେବେ ମୋଦି । ଏହାସହିତ ଜାତିସଂଘ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.