ETV Bharat / bharat

ମେ’ ୩୧ରେ ମିଳିବ PM-KISAN ୧୧ କିସ୍ତି

author img

By

Published : May 29, 2022, 7:46 AM IST

ଆସନ୍ତା ୩୧ (ମଙ୍ଗଳବାର) ରିଲିଜ ହେବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN)ର ୧୧ଦଶ କିସ୍ତି । ଏହି କିସ୍ତି ବାବଦକୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏ ପଠାଯିବ । ସିମଲାରେ ଆୟୋଜିତ ଗରିବ କଲ୍ୟାଣ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ । ଅଧିକ ପଢ଼ନ୍ତୁ

pm modi will release the 11th installment of kisan samman nidhi on may 31
ମେ ୩୧ରେ ମିଳିବ PM-KISAN ୧୧ କିସ୍ତି

ନୂଆଦିଲ୍ଲୀ: ଆସନ୍ତା ୩୧ (ମଙ୍ଗଳବାର) ରିଲିଜ ହେବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN)ର ୧୧ଦଶ କିସ୍ତି । ଏହି କିସ୍ତି ବାବଦକୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏ ପଠାଯିବ । ସିମଲାରେ ଆୟୋଜିତ ଗରିବ କଲ୍ୟାଣ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ ।

ସୂଚନା ଅନୁସାରେ, ଏହି ୧୧ଦଶ କିସ୍ତିରେ ୨୧ ହଜାର କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ମୋଦି ୭୭୩ ଜିଲ୍ଲାରେ ଜାରି ହୋଇଥିବା ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ଏବଂ ଆୟୋଜିତ କାର୍ଯ୍ୟକ୍ରମରେ ୧୭ଟି କେନ୍ଦ୍ରୀୟ ଯୋଜନାର ୨୪୦ ହିତାଧିକାରୀଙ୍କ ସହ ସିଧାସଳଖ କଥା ହେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କର ସରକାରୀ କାର୍ଯ୍ୟକାଳ ୮ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୦ଟି କିସ୍ତି ଜାରି ହୋଇଛି । PM-KISAN ଯୋଜନା ଅନୁଯାୟୀ, ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ଲାଭ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲା । ପ୍ରତ୍ୟେକଟି କିସ୍ତି ୪ ମାସର ବ୍ୟବଧାନରେ ୨୦୦୦ ଟଙ୍କା ପ୍ରଦାନ କରାଯାଇଥାଏ । ଏହି ପାଣ୍ଠି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ । ଅନ୍ୟପଟେ ଏହି ଯୋଜନାରର ଲାଭ ଉଠାଇବା ପାଇଁ e-KYCକୁ ବାଧ୍ୟତାମୂଳକ କରାଯାଇଛି । ୩୧ ମେ ମଧ୍ୟରେ ଏହାକୁ କରିବା ପାଇଁ ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.