ETV Bharat / bharat

ଋଷିଆ ଯିବେନି ମୋଦି: ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିପାରନ୍ତି ରାଷ୍ଟ୍ରପତି ପୁଟିନ

author img

By

Published : Dec 10, 2022, 11:49 AM IST

ଋଷିଆ ସହ ବାର୍ଷିକ ଦ୍ବିପାକ୍ଷିକ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଚଳିତ ବର୍ଷ ଋଷିଆ ଗସ୍ତ କରିବେନି । ହେଲେ ଜି ୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ରାଷ୍ଟ୍ରପତି ପୁଟିନ ଭାରତ ଆସିପାରନ୍ତି । ଅଧିକ ପଢନ୍ତୁ

ଋଷିଆ ଯିବେନି ମୋଦି: ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିପାରନ୍ତି ରାଷ୍ଟ୍ରପତି ପୁଟିନ
ଋଷିଆ ଯିବେନି ମୋଦି, ଭାରତ ଆସିପାରନ୍ତି ଋଷିଆ ଯିବେନି ମୋଦି, ଭାରତ ଆସିପାରନ୍ତି ରାଷ୍ଟ୍ରପତି ପୁଟିନରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ: ଭାରତ ଓ ଋଷିଆ ମଧ୍ୟରେ ବାର୍ଷିକ ଦ୍ବିପାକ୍ଷିକ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଋଷିଆ ଗସ୍ତ କରିବେ ନାହିଁ । ୟୁକ୍ରେନ-ଋଷିଆ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ ପୁଟିନ ଆଣବିକ ଅସ୍ତ୍ର ପ୍ରୟୋଗ ସମ୍ପର୍କରେ ଦେଇଥିବା ବିବୃତ୍ତି ନେଇ ମୋଦି ଋଷିଆ ଗସ୍ତ ନକରିପାରନ୍ତି । ତେବେ ସମୟ ଅଭାବରୁ ସେ ଏହି ଯାତ୍ରା କରିପାରିବେ ନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଆସନ୍ତା ବର୍ଷ ଭାରତ ଗସ୍ତ କରିପାରନ୍ତି (Putin may come to India to attend G20) । ଋଷିଆ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୁଟିନ ନୂଆଦିଲ୍ଲୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଏଠାକୁ ଆସିପାରନ୍ତି ।

ଆସନ୍ତା ବର୍ଷ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏଥିରେ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୋଗ ଦେବାର ସମ୍ଭାବନା ରହିଥିବା ଋଷିଆ ଜି-୨୦ (ସେର୍ପା) ଶ୍ବେତଲାନା ଲୁକାଶ(Svetlana Lukash) ଗଣମାଧ୍ୟମ ଆଗରେ କହିଛନ୍ତି । ସେ କହିଛନ୍ତି, ପୁଟିନ ନିଶ୍ଚୟ ଜି-୨୦ ସମ୍ମିଳନୀକୁ ଯିବେ ବୋଲି ମୁଁ ଭାବୁଛି । ହେଲେ ଯେକୌଣସି ପ୍ରସଙ୍ଗରେ ସେ ନିଷ୍ପତ୍ତି ନେବେ । ଆସନ୍ତା ବର୍ଷ ଏହି ସମ୍ମିଳନୀ ଆୟୋଜିତ ହେଉଛି । ତେଣୁ ଏ ବାବଦରେ ସେ ବିଶେଷ କିଛି କହିପାରିବେ ନାହିଁ । ହେଲେ ପୁଟିନ ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବାର ସମ୍ଭାବନା ରହିଛି ବୋଲି ଲୁକାଶ ପ୍ରକାଶ କରିଛନ୍ତି ।

ସେପ୍ଟେମ୍ବର ୧୬ରେ ଉଜବେକିସ୍ତାନର ସମରକନ୍ଦ ଠାରେ ଆୟୋଜିତ ଏଏସସିଓ ଶିଖର ସମ୍ମିଳନୀରେ ଶେଷ ଥର ପାଇଁ ମୋଦି ଓ ପୁଟିନଙ୍କ ଭେଟଘାଟ ହୋଇଥିଲା । ଏହି ଅବସରରେ ମୋଦି ଋଷିଆ ରାଷ୍ଟ୍ରପତିଙ୍କୁ ଯୁଦ୍ଧ ବନ୍ଦ ପାଇଁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ । ଶାନ୍ତି ପଥରେ ପ୍ରଗତି ହାସଲ କରିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରକଶଥାଉ କି, ଡିସେମ୍ବର ୧ରେ ଭାରତ ଇଣ୍ଡୋନେସିଆ ଠାରୁ ଜି ୨୦ ସଭାପତିତ୍ବ ଦାୟିତ୍ବ ଗ୍ରହଣ କରିଥିଲା । ୧ ଡିସେମ୍ବର ୨୦୨୨ରୁ ୩୦ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଭାରତ ଜି ୨୦ ଶିଖର ସମ୍ମିଳନୀର ସଭପତି ଦାୟିତ୍ବ ତୁଲାଇବ । ଭାରତ ସଭାପତିତ୍ବ ସମୟରେ ସାରା ଦେଶରେ ପ୍ରାୟ ୨୦୦ ବୈଠକ ଆୟୋଜିତ କରିବ । କହିରଖୁଛୁ କି, ଜି-୨୦ ହେଉଛି ଆନ୍ତର୍ଜାତିକ ଅର୍ଥନୈତିକ ସହଯୋଗର ଏକ ଅଗ୍ରଣୀ ମଞ୍ଚ ଯାହା ବିଶ୍ବ ଅର୍ଥନୀତି ପରିଚାଳନା କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.