ETV Bharat / bharat

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥାହେଲେ ମୋଦି, ଜଣାଇଲେ ଧନ୍ୟବାଦ - ଫ୍ରାନ୍ସ ରାଷ୍ଟ୍ରପତି

କୋରୋନା ବିପର୍ଯ୍ୟୟ ସମୟରେ ଫ୍ରାନ୍ସ ପକ୍ଷରୁ ଦିଆଯାଇଥିବା ସହାୟତାକୁ ନେଇ ମାକ୍ରନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, ଜଣାଇଲେ ଧନ୍ୟବାଦ

author img

By

Published : May 26, 2021, 9:41 PM IST

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ବିପର୍ଯ୍ୟୟ ସମୟରେ ଫ୍ରାନ୍ସ ପକ୍ଷରୁ ଦିଆଯାଇଥିବା ସହାୟତାକୁ ନେଇ ମାକ୍ରନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ-ୟୁରୋପୀୟ ନେତାଙ୍କ ମଧ୍ୟରେ ନିକଟରେ ହୋଇଥିବା ବୈଠକର ସକରାତ୍ମକ ଫଳାଫଳକୁ ନେଇ ଦୁଇ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହ, ଉଭୟ ସହମତ ହୋଇଥିଲେ ଯେ ସନ୍ତୁଳିତ ତଥା ବ୍ୟାପକ ମୁକ୍ତ ବାଣିଜ୍ୟ ଏବଂ ଭାରତ-ଇୟୁରୋପୀୟ ସଂଘ ଯୋଗାଯୋଗ ପାଇଁ ବୁଝାମଣା ପୁନଃ ଆରମ୍ଭ କରିବାକୁ ଘୋଷଣା ସ୍ବାଗତଯୋଗ୍ୟ ପଦକ୍ଷେପ ।

କୋଭିଡ ସଂର୍ଘଷରେ ଭାରତକୁ ସହଯୋଗର ହାତ ବଢାଇଥିଲା ଫ୍ରାନ୍ସ । ଭାରତବାସୀଙ୍କୁ ଏକତାର ବାର୍ତ୍ତା ଦେଇ ଇମାନୁଏଲ କହିଥିଲେ, ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଭାରତୀୟଙ୍କ ଏହି ଯୁଦ୍ଧରେ ପ୍ରତିଟି ମୂହୁର୍ତ୍ତରେ ଫ୍ରାନ୍ସ ଛିଡା ହୋଇଛି ବୋଲି କହିଥିଲେ ଇମାନୁଏଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.