ETV Bharat / bharat

୪ରେ ପ୍ରଧାନମନ୍ତ୍ରୀଙ୍କ ମଣିପୁର ଓ ତ୍ରିପୁରା ଗସ୍ତ

ଚଳିତ ମାସ ୪ ତାରିଖରେ ମଣିପୁର ଓ ତ୍ରିପୁରା ଯିବେ ପ୍ରଧାନମନ୍ତ୍ରୀ । ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ PMO ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

୪ ତାରିଖରେ ମଣିପୁର ଓ ତ୍ରିପୁରା ଗସ୍ତ କରିବେ ପ୍ରଧାନମନ୍ତ୍ରୀ
୪ ତାରିଖରେ ମଣିପୁର ଓ ତ୍ରିପୁରା ଗସ୍ତ କରିବେ ୪ ତାରିଖରେ ମଣିପୁର ଓ ତ୍ରିପୁରା ଗସ୍ତ କରିବେ ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ
author img

By

Published : Jan 2, 2022, 7:52 PM IST

ନୂଆଦିଲ୍ଲୀ: ଚଳିତ ମାସ 4 ତାରିଖରେ ମଣିପୁର ଏବଂ ତ୍ରିପୁରା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ରବିବାର) ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ଜାରି ବିବୃତ୍ତିରେ ସୂଚନା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମଣିପୁରରେ ପ୍ରାୟ 1850 କୋଟିର 13ଟି ପ୍ରକଳ୍ପର ଉଦଘାଟନ କରିବା ସହ 2,950 କୋଟିର 9 ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିପରି ତ୍ରିପୁରାରେ ବୀର ବିକ୍ରମ ବିମାନବନ୍ଦରରେ ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦଘାଟନ ସହ ଏବଂ ଅନ୍ୟ ଦୁଇଟି ପ୍ରମୁଖ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ମଣିପୁରରେ 1,700 କୋଟିରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମୋଟ 110 କିଲୋମିଟରରୁ ଅଧିକ ଲମ୍ବ ବିଶିଷ୍ଟ ଏହି ରାଜପଥ ଗୁଡିକର ନିର୍ମାଣ ଫଳରେ ଏହି ଅଞ୍ଚଳର ସଡ଼କ ସଂଯୋଗ ଓ ଯୋଗାଯୋଗକୁ ସୁଦୃଢ କରାଯାଇ ପାରିବ ବୋଲି କର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସେହିପରି 75 କୋଟିରୁ ଅଧିକ ବ୍ୟୟରେ NH-37ରେ ବାରକ ନଦୀ ଉପରେ ନିର୍ମିତ ଇସ୍ପାତ ବ୍ରିଜକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ବୋଲି PMO କହିଛି ।

ପ୍ରଧାନମନ୍ତ୍ରୀ ମଣିପୁରବାସୀଙ୍କ ଉଦ୍ଦେଶ୍ୟରେ 2,387 ମୋବାଇଲ୍ ଟାୱାର ମଧ୍ୟ ଲୋକାର୍ପଣ କରିବା ସହ ରାଜଧାନୀ ଇମ୍ଫାଲରେ 'ଷ୍ଟେଟ୍ ଅଫ୍ ଆର୍ଟ କ୍ୟାନସର ହସ୍ପିଟାଲ’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିପରି ରାଜ୍ୟରେ କୋଭିଡ ସମ୍ବନ୍ଧୀୟ ଭିତ୍ତିଭୂମି ବୃଦ୍ଧି ପାଇଁ DRDO ସହଯୋଗରେ ପ୍ରାୟ 37 କୋଟି ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା 200 ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ମଧ୍ୟ ଉଦଘାଟନ କରିବା ସହ 170 କୋଟିରୁ ଅଧିକ ବ୍ୟୟରେ ବିକଶିତ ଇମ୍ଫାଲ୍ ସ୍ମାର୍ଟ ସିଟି ମିଶନର ତିନୋଟି ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ବୋଲି ସୂଚନା ଦେଇଛି PMO ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.