ETV Bharat / bharat

ଭାରତ-ମାଳଦ୍ବୀପ ବିବାଦ ମଧ୍ୟରେ ପୁଣି କେରଳ ଯିବେ ପ୍ରଧାନମନ୍ତ୍ରୀ, ଦୁଇ ସପ୍ତାହ ମଧ୍ୟରେ 2ୟ ଗସ୍ତ

author img

By ETV Bharat Odisha Team

Published : Jan 14, 2024, 10:56 PM IST

PM Modi to visit Kerala for 2nd time: ଭାରତ-ମାଳଦ୍ବୀପ ବିବାଦ ମଧ୍ୟରେ ପୁଣି ଥରେ ଦୁଇଦିନିଆ କେରଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଭାରତ-ମାଳଦ୍ବୀପ ବିବାଦ ମଧ୍ୟରେ ପୁଣି କେରଳ ଯିବେ ପ୍ରଧାନମନ୍ତ୍ରୀ, ଦୁଇ ସପ୍ତାହରେ 2ୟ ଗସ୍ତ

ଥିରୁଅନନ୍ତପୁରମ: ଭାରତ-ମାଳଦ୍ବୀପ ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ପୁଣି ଥରେ କେରଳ ଗସ୍ତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେରଳ- ଲାକ୍ଷାଦ୍ବୀପ ଗସ୍ତର ମାତ୍ର 2 ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ପୁଣି ଥରେ 16 ତାରିଖରୁ 2 ଦିନିଆ କେରଳ ଗସ୍ତ କରିବାକୁ ଯାଉଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିନଥିଲେ ସୁଦ୍ଧା କେରଳ ବିଜେପି ୟୁନିଟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛି ।

କେରଳ ରାଜ୍ୟ ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜାନୁଆରୀ 16 ତାରିଖରେ ପ୍ରଥମେ କୋଚିରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରେ ସେ ଏକ ରୋଡ ସୋ’ରେ ଅଂଶଗ୍ରହଣ କରିବେ । ପରଦିନ (17 ତାରିଖରେ) ରେ କୋଚିରୁ ଥ୍ରୀସୁର ଗସ୍ତ କରିବେ । ସେଠାରେ ସେ ଅଭିନେତା ତଥା ରାଜନେତା ସୁରେଶ ଗୋପୀଙ୍କ ଝିଅଙ୍କ ବିବାହ ଉତ୍ସବରେ ଅଂଶଗ୍ରହଣ କରିବେ । ପରେ ସେ ଅପରାହ୍ନରେ କୋଚି ଫେରିବା ସହ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରାୟ 6 ହଜାର ଶକ୍ତିକେନ୍ଦ୍ର ପ୍ରଭାରୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ କେନ୍ଦ୍ର ସରକାରଙ୍କ ଯୋଜନା ସହ ଜଡିତ ଏକାଧିକ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ । 17 ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ :- ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ, ବାସଭବନରେ ଗୋମାତାଙ୍କୁ ଖାଦ୍ୟ ଖୁଆଇଲେ

ଚଳିତ ମାସ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ କେରଳ ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହା ପରେ ସେ କୋଚିରୁ ଆରବ ସାଗରରେ ଥିବା ଦ୍ବୀପପୂଞ୍ଜ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପ ମଧ୍ୟ ଗସ୍ତ କରିଥିଲେ । ସେଠାରେ ସେ 1,150 କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ । ବେଳାଭୂମିରେ ସମୟ ବିତାଇବା ସହ ସମୁଦ୍ରରେ ସ୍କୁବାଡାଇଭିଂ କରିବା ପରି ରୋମାଞ୍ଚକର ଅନୁଭବକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଆରବ ସାଗରରେ ଅବସ୍ଥିତ ଦ୍ବୀପରାଷ୍ଟ୍ର ମାଳଦ୍ବୀପ ପ୍ରବଳ ପ୍ରତିକ୍ରିୟାଶୀଳ ହୋଇଥିଲା । ମୋଦିଙ୍କ ଗସ୍ତକୁ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ପ ସହ ମଧ୍ୟ ଯୋଡାଯାଇଥିଲା । ତେବେ ଏବେ ମଧ୍ୟ ଭାରତ-ମାଳଦ୍ବୀପ ମଧ୍ୟରେ ତିକ୍ତତା ପ୍ରଶମିତ ହୋଇନାହିଁ । ଆଜି ମାଳଦ୍ବୀପ ମାର୍ଚ୍ଚ 15 ତାରିଖ ସୁଦ୍ଧା ସୈନ୍ୟ ଅପସାରଣ ପାଇଁ ନୂଆଦିଲ୍ଲୀକୁ କହିଛି । ଏବେ ପୁଣି ପ୍ରଧାନମନ୍ତ୍ରୀ ଦୁଇଦିନିଆ କେରଳ ଗସ୍ତରେ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.