ETV Bharat / bharat

ଆଜି ହିମାଚଳପ୍ରଦେଶର ସ୍ବାସ୍ଥ୍ୟକର୍ମୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସଂକ୍ରମଣକୁ ମାତ ଦେବା ପାଇଁ ଦେଶରେ ଜାରି ରହିଛି ଟୀକାକରଣ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟକର୍ମୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଅଧିକ ପଢନ୍ତୁ...

Vaccination;ଆଜି ହିମାଚଳପ୍ରଦେଶ ସ୍ବାସ୍ଥ୍ୟକର୍ମୀ ,ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦି

author img

By

Published : Sep 6, 2021, 7:02 AM IST

ନୂଆଦିଲ୍ଲୀ: ସଂକ୍ରମଣକୁ ମାତ ଦେବା ପାଇଁ ଦେଶରେ ଜାରି ରହିଛି ଟୀକାକରଣ । ଟୀକାକରଣରେ ସ୍ବାସ୍ଥକର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟକର୍ମୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏନେଇ ଦିନ ୧୧ଟା ସମୟରେ ଭିସି ଯୋଗେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

  • कोविड के खिलाफ लड़ाई में सभी Eligible लोगों को वैक्सीन की पहली डोज देकर हिमाचल प्रदेश ने एक मानदंड स्थापित किया है। ऐसे ही कई लाभार्थियों और राज्य के स्वास्थ्यकर्मियों के साथ कल सुबह 11 बजे वीडियो कॉन्फ्रेंसिंग के जरिए संवाद का सौभाग्य प्राप्त होगा। https://t.co/1bPEnGiOa2

    — Narendra Modi (@narendramodi) September 5, 2021 " class="align-text-top noRightClick twitterSection" data=" ">

ସମସ୍ତ ହିତାଧିକାରୀଙ୍କୁ କୋରୋନାର ପ୍ରଥମ ଡୋଜ ଦିଆଯାଉଛି । ସଂକ୍ରମଣ ବିରୋଧରେ ଯାହା ଏକ ମାଇଲଖୁଣ୍ଟ ତିଆରି କରିଛି । ସୋମବାର ପୂର୍ବାହ୍ନ 11 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ଅନେକ ହିତାଧିକାରୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବାର ସୌଭାଗ୍ଯ ମିଳିବ ବୋଲି ମୋଦି ଟ୍ବିଟ କରି ସୂଚନା ଦେଇଥିଲେ । ସେପଟେ ହିମାଚଳ ପ୍ରଦେଶରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କୋରୋନାର ପ୍ରଥମ ଡୋଜ ଦିଆଯାଇଛି ଏବଂ ଟୀକାକରଣ ସଫଳତାର ସହ ଆଗେଇ ଚାଲିଛି ବୋଲି ପିଏମଓଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ କୁହାଯାଇଛି ।

ମହାମାରୀ କାଳରେ ଭୌଗଳିକ ମାନଚିତ୍ରକୁ ଦେଖି ପ୍ରାଥମିକତା ଭିତ୍ତିରେ ସଚେତନାତ ସୃଷ୍ଟି କରାଯାଉଛି । ଯେଉଁଥିରେ ସ୍ବାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ଏହି ପ୍ରାଥମିକତା ଭିତ୍ତିରେ ବୟସ୍କ,ଶ୍ରମିକ,କାରଖାନାରେ କାମ କରୁଥିବା ଶ୍ରମିକ, ମହିଳା ଓ ଦିବ୍ୟାଙ୍ଗ ମାନଙ୍କୁ ସାମିଲ କରାଯାଇଛି । ଏଥିପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘ସୁରକ୍ଷା କି ୟୁକ୍ତି କୋରୋନା ସେ ମୁକ୍ତ’ ଆରମ୍ଭ କରାଯାଇଛି । ଯାହା କୋରୋନା ବିରୋଧରେ ସଚେତନ ସୃଷ୍ଟି କରିବାରେ ସହାୟକ ହେଉଛି । ତେବେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟକର୍ମୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିବା ସମୟରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉପସ୍ଥିତ ରହିବେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.