ETV Bharat / bharat

ଆଜି ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ, NACIN ପ୍ରତିଷ୍ଠାନର କରିବେ ଉଦଘାଟନ

author img

By ETV Bharat Odisha Team

Published : Jan 16, 2024, 11:33 AM IST

PM Modi Andhra Pradesh visit: ଆଜି ଆନ୍ଧ୍ରପ୍ରଦେଶ ଗସ୍ତ କରି ଏନଆଇସିଆଇଏନ ପ୍ରତିଷ୍ଠାନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ
PM Modi visit to Andhra Pradesh

ଅମରାବତୀ: ଆଜି ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆନ୍ଧ୍ରପ୍ରଦେଶରେ ପହଞ୍ଚିବା ପରେ ଶ୍ରୀ ସତ୍ୟସାଇ ଜିଲ୍ଲାରେ ନ୍ୟାସନାଲ୍ ଏକାଡେମୀ ଅଫ୍ କଷ୍ଟମ୍ସ, ଇନଡାଇରେକ୍ଟ ଟ୍ୟାକ୍ସେସ ଏବଂ ନାର୍କୋଟିକ୍ସ (NACIN) ପ୍ରତିଷ୍ଠାନର ଉଦଘାଟନ କରିବେ । ସେହିପରି ପ୍ରଧାନମନ୍ତ୍ରୀ ପ୍ରସିଦ୍ଧ ଲେପାକ୍ସି ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏନେଇ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ଆଜି (ମଙ୍ଗଳବାର) ଅପରାହ୍ନରେ ମୋଦି ପାଲାସାମୁଦ୍ରମରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ - ଭାରତ-ମାଳଦ୍ବୀପ ବିବାଦ ମଧ୍ୟରେ ପୁଣି କେରଳ ଯିବେ ପ୍ରଧାନମନ୍ତ୍ରୀ, ଦୁଇ ସପ୍ତାହ ମଧ୍ୟରେ 2ୟ ଗସ୍ତ

ଏହାପରେ ଏନଏସିଆଇଏନ ପ୍ରତିଷ୍ଠାନ ବୁଲି ଦେଖିବା ପରେ ସେଠାରେ ବୃକ୍ଷରୋପଣ କରିବା ସହ ଶ୍ରମିକମାନଙ୍କ ସହ କଥାବାର୍ତ୍ତା ହେବେ । କିଛି ପ୍ରଶିକ୍ଷକ ଅଧିକାରୀଙ୍କୁ ଭେଟିବେ ଏବଂ 'ଫ୍ଲୋରା ଅଫ୍ ପାଲାସାମୁଦ୍ରମ୍' ନାମକ ଏକ ପୁସ୍ତକ ଉନ୍ମୋଚନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ NACINକୁ ଏକ ସ୍ୱୀକୃତି ପ୍ରାପ୍ତ ପ୍ରମାଣପତ୍ର ପ୍ରଦାନ କରିବା ପରେ ସମ୍ବୋଧନ କରିବେ ।

ଏହା ମଧ୍ୟ ପଢନ୍ତୁ - ମୋଦିଙ୍କ ଗସ୍ତ ପ୍ରଭାବ: ଗୁଗୁଲ ଓ ମେକ ମାଇଁ ଟ୍ରିପରେ ବଢୁଛି ଲାକ୍ଷାଦ୍ବୀପର କ୍ରେଜ

ଏନଏସିଆଇଏନ ହେଉଛି ଭାରତ ସରକାରଙ୍କ ଏକ ସର୍ବୋଚ୍ଚ ଅନୁଷ୍ଠାନ । ଯାହା ପରୋକ୍ଷ କର କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିଥାଏ, ଶୁଳ୍କ, ଡ୍ରଗ୍ ଆଇନ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ଦେଶର ଅଧିକାରୀମାନଙ୍କୁ ଏଠାରେ ତାଲିମ ଦିଆଯାଇଥାଏ । ଏହା ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳ ପାଇଁ ବିଶ୍ୱ କଷ୍ଟମ୍ସ ଅର୍ଗାନାଇଜେସନ୍ (WCO) ଆଞ୍ଚଳିକ ତାଲିମ କେନ୍ଦ୍ର ହୋଇଥିବା ବେଳେ ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (UNEP) NACINକୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଏକ ସହଯୋଗ କେନ୍ଦ୍ର ଭାବରେ ନାମିତ କରିଛି ।

ଏନଏସିଆଇଏନରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଏକ୍ସାଇଜ୍ ଆଣ୍ଡ କଷ୍ଟମ୍ସ (ସିବିଇସି), ରାଜସ୍ୱ ବିଭାଗ, ଅର୍ଥ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ପ୍ରମୁଖ ପ୍ରଶିକ୍ଷଣ ସଂସ୍ଥା ବିଭିନ୍ନ ଏସୀୟ ଦେଶର କର୍ମକର୍ତ୍ତାଙ୍କୁ ଡ୍ରଗ୍ ଆଇନ ପ୍ରଣୟନ ଉପରେ ତାଲିମ ପ୍ରଦାନ କରିବ । ନରେନ୍ଦ୍ର ମୋଦିଙ୍କ ଆନ୍ଧ୍ରପ୍ରଦେଶ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସତ୍ୟସାଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଯାଞ୍ଚ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.