ETV Bharat / bharat

କେରଳରେ ଗଡ଼ିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ, ଏପ୍ରିଲ 25ରେ ଶୁଭାରମ୍ଭ କରିବେ ମୋଦି

ଆସନ୍ତା ୨୫ରେ କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟ ପାଇବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଅଧିକ ପଢନ୍ତୁ

author img

By

Published : Apr 21, 2023, 7:36 PM IST

Updated : Apr 21, 2023, 8:33 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରେ କେରଳରେ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତରେ ଦକ୍ଷିଣ ରାଜ୍ୟ କେରଳକୁ ମିଳିବାକୁ ଯାଉଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ସକାଳ ପ୍ରାୟ ୧୦.୩୦ଟାରେ ପତାକା ଦେଖାଇ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ରାଜଧାନୀ ଥିରୁଅନନ୍ତପୁରମରୁ କସାରଗୋଡ଼ ମଧ୍ୟରେ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ୨୪ ଓ ୨୫ ତାରିଖ ଗସ୍ତରେ କେରଳ ସମେତ ମଧ୍ୟପ୍ରଦେଶ, ଦାଦ୍ରା ନଗର ହାବେଳି, ଡାମନ ଡିଉଙ୍କୁ ମଧ୍ୟ ଗସ୍ତ କରି ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ । ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ୨ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ପ୍ରଥମେ ୨୪ ତାରିଖରେ ମଧ୍ୟପ୍ରଦେଶ ଗସ୍ତ କରିବେ । ମଧ୍ୟପ୍ରଦେଶରେ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ରେୱାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ । ରେୱାଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଉତ୍ସବରେ ଦେଶର ସମସ୍ତ ଗ୍ରାମସଭା ଓ ପଞ୍ଚାୟତିରାଜ ଅନୁଷ୍ଠାନକୁ ସମ୍ବୋଧିତ କରିବେ ମୋଦି । ଏହାସହ ଇ-ଗ୍ରାମସ୍ବରାଜ ଆଣ୍ଡ୍‌ ଜେମ୍‌ ପୋର୍ଟାଲର ଶୁଭାରମ୍ଭ ମଧ୍ୟ ହେବ ।

ଏହା ବି ପଢନ୍ତୁ- Sudan Conflict: ସୁଦାନ ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ

କେନ୍ଦ୍ର ସରକାରଙ୍କ ସ୍ବମିତ୍ବ ଯୋଜନାରେ ହିତାଧିକାରୀଙ୍କୁ ପ୍ରାୟ ୩୫ଲକ୍ଷ କାର୍ଡ ବଣ୍ଟନ କରାଯିବ । ଏହାସହ ସାରା ଦେଶରେ ସ୍ବମିତ୍ବ ଯୋଜନାରେ ହିତାଧିକାରୀଙ୍କୁ ମୋଟ କାର୍ଡ ବଣ୍ଟନ ସଂଖ୍ୟା ୧.୨୫ କୋଟିରେ ପହଞ୍ଚିବ । ଏହାସହ ମଧ୍ୟପ୍ରଦେଶ ପାଇଁ ୪୨୦୦ କୋଟି ଟଙ୍କାର ରେଲୱେ ପ୍ରୋଜେକ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଗ୍ବାଲିଅର ଷ୍ଟେସନର ନବୀକରଣ ଲାଗି ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଜଳ ଜୀବନ ମିଶନ ଅଧୀନରେ ୭୦୦୦ କୋଟି ଟଙ୍କାର ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।

ଏହାପରେ ଏପ୍ରିଲ ୨୫ ତାରିଖରେ କେରଳ ଗସ୍ତ କରିବେ ମୋଦି । ସକାଳ ସାଢେ ୧୦ଟାରେ ପତାକା ଦେଖାଇ ରାଜ୍ୟବାସୀଙ୍କୁ ଭେଟି ଦେବେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନ୍‌ ପ୍ରାୟ ୧୧ଟି ଜିଲ୍ଲାରେ ଚଳାଚଳ କରିବ । ସେହି ଜିଲ୍ଲାଗୁଡ଼ିକ ହେଉଛି ଥିରୁଅନନ୍ତପୁରମ, କୋଲାମ, କୋଟାୟାମ, ଏର୍ଣ୍ଣାକୁଲମ, ଥ୍ରିସୁର, ପାଲକ୍କଡ଼, ପଥାନମଥିତ୍ତା, ମାଲାପୁରମ, କୋଝିକୋଡ଼, କନ୍ନୁର ଓ କସାରଗୋଡ଼ । ଏହାସହ ୩୨୦୦ କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହେବ । କୋଚି ୱାଟର ମେଟ୍ରୋକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ ମୋଦି ।

ଏହାସହ କେରଳକୁ ଅନେକ ରେଳ ପ୍ରକଳ୍ପ ଭେଟି ଦେବେ ମୋଦି । ଥିରୁଅନନ୍ତପୁରମର ଡିଜିଟାଲ ସାଇନ୍ସ ପାର୍କ ମଧ୍ୟ ଶିଳାନ୍ୟାସ କରାଯିବ । ଏହି ପାର୍କର ନିର୍ମାଣରେ ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାପରେ ପର୍ଯ୍ୟାୟକ୍ରମେ ପ୍ରାୟ ୧୫୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାପରେ ଅପରାହ୍ନ ୪ଟାରେ ମୋଦି ନମୋ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଗସ୍ତ କରିବେ । ୪.୩୦ଟା ବେଳେ ସିଲଭସା, ଦାଦ୍ରା ନଗର ହାଭେଳିରେ ପ୍ରାୟ ୪୮୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହେବ ।

Last Updated : Apr 21, 2023, 8:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.