ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ସଙ୍କଟ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଉଭୟ ନେତାଙ୍କ ମଧ୍ୟରେ ୟୁକ୍ରେନ ସଙ୍କଟ ପ୍ରସଙ୍ଗରେ ପ୍ରାୟ ୫୦ ମିନିଟ ଧରି ଟେଲିଫୋନିକ ବାର୍ତ୍ତାଳାପ ହୋଇଛି । ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମଧ୍ୟ ଫୋନରେ କଥା ହୋଇଥିଲେ ।
-
PM Modi spoke on the phone to Russian President Putin. The phone call lasted for about 50 min. They discussed the evolving situation in Ukraine. President Putin briefed PM Modi on the status of negotiations between the Ukrainian and Russian teams: GoI Sources
— ANI (@ANI) March 7, 2022 " class="align-text-top noRightClick twitterSection" data="
(File pics) pic.twitter.com/KCGv8Sz894
">PM Modi spoke on the phone to Russian President Putin. The phone call lasted for about 50 min. They discussed the evolving situation in Ukraine. President Putin briefed PM Modi on the status of negotiations between the Ukrainian and Russian teams: GoI Sources
— ANI (@ANI) March 7, 2022
(File pics) pic.twitter.com/KCGv8Sz894PM Modi spoke on the phone to Russian President Putin. The phone call lasted for about 50 min. They discussed the evolving situation in Ukraine. President Putin briefed PM Modi on the status of negotiations between the Ukrainian and Russian teams: GoI Sources
— ANI (@ANI) March 7, 2022
(File pics) pic.twitter.com/KCGv8Sz894
ଏହାମଧ୍ୟ ପଢନ୍ତୁ: Russia-Ukraine crisis: ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି
ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ପୁଟିନ ବର୍ତ୍ତମାନ ୟୁକ୍ରେନ ସ୍ଥିତି ସମ୍ପର୍କରେ ମୋଦିଙ୍କୁ ଅବଗତ କରାଇଛନ୍ତି । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦ୍ବିପାକ୍ଷିକ ଆଲୋଚନାର ଅଗ୍ରଗତି ସମ୍ପର୍କରେ ମଧ୍ୟ ପୁଟିନ ମୋଦି ସୂଚୀତ କରାଇଛନ୍ତି । ଆଜି ପୂର୍ବାହ୍ନରେ ମୋଦି ଜେଲେନସ୍କିଙ୍କ ସହ କଥା ହେବା ବେଳେ ଭାରତୀୟଙ୍କ ସମେତ ସାଧାରଣ ଲୋକଙ୍କ ସୁରକ୍ଷା ଓ ଦୁଇ ଦେଶ ମଧ୍ୟରେ ଆଲୋଚନା ପ୍ରକ୍ରିୟାକୁ ତ୍ବରିତ କରିବା ଉପରେ ଗୁରୁତ୍ବ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ