ETV Bharat / bharat

PM Modi In Germany: ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

author img

By

Published : May 2, 2022, 6:24 PM IST

ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜର୍ମାନ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ସାକ୍ଷାତ କରିଛନ୍ତି । ଅଧିକ ପଢନ୍ତୁ

PM Modi In Germany: ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
PM Modi In Germany: ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ବର୍ଲିନ: ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ସୋମବାର) ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ସାକ୍ଷାତ କରିଛନ୍ତି । ଜର୍ମାନୀର ଫେଡରାଲ ଚାନସେଲାରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜେ ଚାଲସେଲର ସ୍କୋଲଜ ସ୍ବାଗତ କରିଥିଲେ । ପରେ ଉଭୟ ରାଷ୍ଟ୍ରମୁଖ୍ୟ ମିଳିତ ଅଭିବାଦନ ମଧ୍ୟ ଗ୍ରହଣ କରିଥିଲେ । ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ସାକ୍ଷାତ ଓ ଆଲେଚନା ମଧ୍ୟ ହୋଇଛି । ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବଟ କରି ସୂଚନା ଦିଆଯାଇଛି ।

ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ବର୍ଲିନରେ ଅବତରଣ କରିବା ପରେ ଜର୍ମାନୀ ପକ୍ଷରୁ ଭବ୍ୟ ସ୍ବାଗତ ମଧ୍ୟ କରାଯାଇଥିଲା । ପ୍ରବାସୀ ଭାରତୀୟ ସମୁଦାୟଙ୍କ ସହ ଆଲୋଚନା ପରେ ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ଫେଡରାଲ ଚାନସେଲାରୀରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି 3ଦିନିଆ ଗସ୍ତରେ ସେ ପ୍ରଥମେ ଜର୍ମାନୀ, ଡେନମାର୍କ ଓ ତୃତୀୟ ଅର୍ଥାତ ଗସ୍ତର ଶେଷ ଦିନରେ ଫ୍ରାନ୍ସ ଗସ୍ତ କରି ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ମଧ୍ୟ ସାକ୍ଷାତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.