ନୂଆଦିଲ୍ଲୀ: ଚଳିତମାସ (ସେପ୍ଟେମ୍ବର) ଶେଷ ସୁଦ୍ଧା ଆମେରିକା ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରାଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ । କିନ୍ତୁ ଏନେଇ ଖବର ସରବରାହ ସଂସ୍ଥା ଏଏନଆଇ ତରଫରୁ ଆମେରିକା ଗସ୍ତ ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି ।
ଏନେଇ କାର୍ଯ୍ୟସୂଚୀ କିଛି ଚୁଡାନ୍ତ ହୋଇନାହିଁ । ଆସନ୍ତା ସେପ୍ଟେମ୍ବର ୨୩ କିମ୍ବା ୨୪ରେ ମୋଦି ଆମେରିକା ଗସ୍ତରେ ଯାଇପାରନ୍ତି ବୋଲି ତାରିଖ ସ୍ଥିର କରାଯାଉଛି ।
ସୂଚନାଅନୁଯାୟୀ ୨୦୧୯, ରେ ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଯାଇଥିଲେ । ଏହି ସମୟରେ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଭେଟିବା ସହ ହ୍ୟୁଷ୍ଟନରେ ଏକ ବିରାଟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପୁଣି ଦୀର୍ଘ ୨ ବର୍ଷ ପରେ ମୋଦି ଆମେରିକା ଗସ୍ତରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ