ETV Bharat / bharat

'ମନ କି ବାତ' ପାଇଁ ଜନସାଧାରଣଙ୍କ ପରାମର୍ଶ ଲୋଡିଲେ ମୋଦି - ଜନସାଧାରଣଙ୍କର ମତାମତ ଓ ପରାର୍ମଶ ଲୋଡିଲେ ମୋଦି

ଆସନ୍ତା ମାର୍ଚ୍ଚ 28ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ 'ମନ କି ବାତ' କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ମତାମତ ଓ ପରାମର୍ଶ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Mar 14, 2021, 2:22 PM IST

ନୂଆଦିଲ୍ଲୀ: ମାର୍ଚ୍ଚ 28ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ 'ମନ କି ବାତ' କାର୍ଯ୍ୟକ୍ରମରେ ଜନସାଧାରଣଙ୍କର ମତାମତ ଓ ପରାମର୍ଶ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷର ତୃତୀୟ 'ମନ୍ କି ବାତ' ଅଧିବେଶନ ପାଇଁ ସେମାନଙ୍କର ପ୍ରେରଣାଦାୟକ ଜୀବନ ଯାତ୍ରା ବାଣ୍ଟିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମାର୍ଚ୍ଚ 28ରେ ହେବାକୁ ଥିବା 'ମନ କି ବାତ' କାର୍ଯ୍ୟକ୍ରମ ଆକର୍ଷଣୀୟ ବିଷୟ ଓ ଭାରତର ବିଭିନ୍ନ ସ୍ଥାନରୁ ପ୍ରେରଣାଦାୟକ ଜୀବନ ଯାତ୍ରା ଉପରେ ଆଲୋକିତ କରିବାର ଆଉ ଏକ ସୁଯୋଗ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ନିଜର ମତାମତ ନମୋ ଆପରେ ଅପଲୋଡ କରିବାକୁ ଟ୍ବିଟ କରି କହିଛନ୍ତି ମୋଦି ।

'ମନ କି ବାତ' ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ଦ୍ବାରା ସେ ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ପ୍ରତି ମାସ ଶେଷ ରବିବାର ଏହି କାର୍ଯ୍ୟକ୍ରମ ହୋଇଥାଏ । ଗତମାସରେ ହୋଇଥିବା 'ମନ କି ବାତ' କାର୍ଯ୍ୟକ୍ରମରେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଯୋଦ୍ଧା ହେବାକୁ ପରାମର୍ଶ ଦେଇଥିଲେ । ପରୀକ୍ଷାକୁ ଖୁସି ଖୁସି ସାମ୍ନା କରିବା ସହିତ ନିଜ ସହିତ ପ୍ରତିନ୍ଦ୍ବନ୍ଦିତା କର ବୋଲି କହିଥିଲେ ମୋଦି ।

ଜାନୁଆରୀରେ ହୋଇଥିବା 'ମନ କି ବାତ' କାର୍ଯ୍ୟକ୍ରମରେ ଦେଶର 75 ତମ ସ୍ବାଧୀନତା ଦିବସ ପାଳନ ପାଇଁ ସ୍ବାଧୀନତା ସଂଗ୍ରାମୀ ତଥା ସେମାନଙ୍କ ସଂଗ୍ରାମର କାହାଣୀ ଲେଖିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭ ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.