ନୂଆଦିଲ୍ଲୀ: ଆଜି (ଶନିବାର) ବିଭିନ୍ନ ଜିଲ୍ଲାଧିକାରୀଙ୍କ(ଡିଏମ୍) ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦିନ 11ଟା ସମୟରେ ଭିଡିଓ କନଫରେନ୍ସ ମାଧମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାଧିକାରୀଙ୍କ ସହ ଆଲୋଚନା କରିବା ନେଇ ସୂଚନା ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜିଲ୍ଲାରେ ହେଉଥିବା ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ବିକାଶ ନେଇ ଆଲୋଚନା କରିବେ।
ଏହାସହ ଜିଲ୍ଲାରେ ବର୍ତ୍ତମାନର ସ୍ଥିତି ନେଇ ଜିଲ୍ଲାଧିକାରୀଙ୍କଠାରୁ ଫିଡବ୍ୟାକ ନେବେ । ଏହି ବୈଠକରେ ସରକାରୀ ଯୋଜନାର ସମୀକ୍ଷା କରାଯିବ। ପିଏମ୍ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର ବିକାଶ କ୍ଷେତ୍ରରେ ସରକାରଙ୍କ ଏହି ପଦକ୍ଷେପ ସମସ୍ତ ଜିଲ୍ଲା ପାଇଁ ଲାଭଦାୟକ ହେବ । ଯାହା ଫଳରେ ଦେଶର ସମସ୍ତ ନାଗରିକ ବିକାଶ କ୍ଷେତ୍ରରେ ଆଗକୁ ବଢ଼ିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ