ETV Bharat / bharat

ଅଯୋଧ୍ୟାବାସୀଙ୍କୁ ମୋଦିଙ୍କ ଭେଟି, ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଯୋଧ୍ୟା ଗସ୍ତ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଉଦଘାଟନ କଲେ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର । ଅଧିକ ପଢନ୍ତୁ

Maharishi Valmiki International Airport
Maharishi Valmiki International Airport
author img

By ETV Bharat Odisha Team

Published : Dec 30, 2023, 5:04 PM IST

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ରାମ ଜନ୍ମଭୂମି ଅଯୋଧ୍ୟା ଗସ୍ତ କରିଛନ୍ତି । ଏହି ଗସ୍ତରେ ମୋଦି ଅନେକ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଅଯୋଧ୍ୟା ଜଙ୍କସନ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ସ୍ଥିତ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିଛନ୍ତି । ଏହି ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ନିର୍ମାଣ ପାଇଁ ୧୪୫୦ କୋଟି ବ୍ୟୟ କରାଯାଇଛି । ବିମାନବନ୍ଦରର ଟର୍ମିନାଲ ୬୫୦୦ ବର୍ଗଫୁଟ ଅଞ୍ଚଳରେ ବ୍ୟାପିଥିବା ବେଳେ ବାର୍ଷିକ ୧୦ ହଜାର ଯାତ୍ରୀଙ୍କ ଯାତାୟାତ ପାଇଁ ବ୍ୟବସ୍ଥା ହୋଇଛି ।

  • उत्तर प्रदेश के बहुप्रतीक्षित महर्षि वाल्मीकि अंतरराष्ट्रीय हवाईअड्डा #अयोध्या धाम का उद्घाटन आज आदरणीय प्रधानमंत्री श्री @narendramodi जी द्वारा शिलापट्ट का अनावरण कर किया गया। #AyodhyaAirport #Ayodhya #NewAirport pic.twitter.com/dizyMAxzYZ

    — Airports Authority of India (@AAI_Official) December 30, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ ଲାଗି ବ୍ୟାପକ ବ୍ୟବସ୍ଥା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଅଯୋଧ୍ୟାବସୀ ଭବ୍ୟ ସ୍ବାଗତ କରିଥିଲେ । ଏହି ଗସ୍ତକୁ ଦୃଷ୍ଟିରେ ରଖି ସୁଗନ୍ଧିତ ରଙ୍ଗ ବେରଙ୍ଗର ପୁଷ୍ପ ସହିତ ନବବଧୂ ପରି ସଜେଇ ହୋଇଥିଲା ରାମନଗରୀ । ଅଯୋଧ୍ୟାର ନବନିର୍ମିତ ବିମାନ ବନ୍ଦର ପାଇଁ ଗତ ୨୦୨୨ ଏପ୍ରିଲରେ ଉତ୍ତରପ୍ରଦେଶ ସରକାରଙ୍କ ସହିତ ଚୁକ୍ତି ସ୍ବାକ୍ଷର କରିଥିଲା ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ । ପ୍ରଥମେ ଏହି ବିମାନ ବନ୍ଦରର ନାମ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ନାମାନୁସାରେ ରଖାଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ନାମକୁ ପରିବର୍ତ୍ତନ କରାଯାଇଛି ।

ଏହା ବି ପଢନ୍ତୁ- ଅଯୋଧ୍ୟା ଧାମ ଷ୍ଟେସନ ଲୋକାର୍ପିତ: ଦେଶରେ ଗଡିଲା ପ୍ରଥମ ଅମୃତ ଭାରତ ଟ୍ରେନ

ଏହି ବିମାନ ବନ୍ଦରର ଟର୍ମିନାଲର ଆକାର ରାମ ମନ୍ଦିର ଶୈଳୀରେ ନିର୍ମାଣ କରାଯାଇଛି । ଟର୍ମିନାଲର ଭିତର ପାର୍ଶ୍ବରେ ସ୍ଥାନୀୟ କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି । ଏହାସହିତ ରାମାୟଣର ଅନେକ କଥାବସ୍ତୁକୁ ରଙ୍ଗତୂଳୀରେ ଟର୍ମିନାଲ ଭିତର କାନ୍ଥରେ ଦର୍ଶାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଟର୍ମିନାଲ ଭିତରର ସୌନ୍ଦର୍ଯ୍ୟକରଣ କରାଯାଇଛି । ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖାଯାଇ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି ବିମାନ ବନ୍ଦର ଅନେକ କ୍ଷେତ୍ରକୁ ସଂଯୋଗ କରୁଥିବା ବେଳେ ଯାତ୍ରୀ ବହୁ ଉପକୃତ ହେବେ ।

ମାତ୍ର ୨୦ ମାସ ମଧ୍ୟରେ ଏହି ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷର ଚେୟାରମ୍ୟାନ ସଞ୍ଜୀବ କୁମାର ସୂଚନା ଦେଇଛନ୍ତି । ଧୀରେ ଧୀରେ ଦେଶରେ ବିମାନ ବନ୍ଦରର ବୃଦ୍ଧି ଯୋଗୁଁ ସେ ନିଜର ଖୁସିବ୍ୟକ୍ତ ମଧ୍ୟ କରିଛନ୍ତି । ଏହି ବିମାନ ବନ୍ଦର ଯୋଗୁଁ ଧାର୍ମିକ ସ୍ଥଳୀ ଅଯୋଧ୍ୟାକୁ ଲୋକେ ସହଜରେ ଯାତ୍ରା କରିପାରିବେ । ଦେଶର ଏହି ପ୍ରମୁଖ ଧାର୍ମିକ ସ୍ଥଳକୁ ବିଦେଶରୁ ମଧ୍ୟ ପର୍ଯ୍ୟଟକ ଅତି ସହଜରେ ଆସିପାରିବେ ।

ଏହା ବି ପଢନ୍ତୁ- ମହର୍ଷି ବାଲ୍ମିକୀ ନାମରେ ନାମିତ ହେଲା ଅଯୋଧ୍ୟା ଏୟାରପୋର୍ଟ

ଦ୍ବିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ । ଏହି ଦ୍ବିତୀୟ ପର୍ଯ୍ୟାୟରେ ଆଉ ଏକ ଟର୍ମିନାଲ ୫୦ହଜାର ବର୍ଗ କିଲୋମିଟର ନିର୍ମାଣ କରାଯିବ । ଏହି ଟର୍ମିନାଲରେ ୪ହଜାର ଯାତ୍ରୀଙ୍କୁ ପ୍ରତି ଘଣ୍ଟାରେ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା ବେଳେ ବାର୍ଷିକ ୬୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ । ଶନିବାର ବିମାନ ବନ୍ଦର ଉଦଘାଟନ ସାଙ୍ଗକୁ ଯାତ୍ରୀମାନେ ଯାତ୍ରା କରିଥିଲେ । ଏହି ବିମାନ ବନ୍ଦର ଫଳରେ ଯାତ୍ରା ଆହୁରି ସହଜ ହୋଇଥିବା ବେଳେ ଅଯୋଧ୍ୟାର ରୂପରେଖ ମଧ୍ୟ ବଦଳିଛି କହି ଅନେକ ଯାତ୍ରୀ ଖୁସିବ୍ୟକ୍ତ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.