ETV Bharat / bharat

Aero India 2023: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ନୂଆ ଭାରତ ସାମର୍ଥ୍ୟର ସାକ୍ଷୀ ହେଲା ବେଙ୍ଗାଲୁରୁ ଆକାଶ - ଏରୋ ଇଣ୍ଡିଆ ଶୋ 2023

ବେଙ୍ଗାଲୁରୁର ୟେଲୋହଙ୍କାରେ ଏସିଆର ସବୁଠୁ ବଡ ଏରୋ ଇଣ୍ଡିଆ ଶୋ 2023ର 14ତମ ସଂସ୍କରଣକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Aero India 2023
ଏରୋ ଇଣ୍ଡିଆ ଶୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
author img

By

Published : Feb 13, 2023, 10:30 AM IST

Updated : Feb 13, 2023, 11:14 AM IST

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ବେଙ୍ଗାଲୁରୁରେ ୟେଲୋହଙ୍କାରେ ଏସିଆର ସବୁଠୁ ବଡ ଶୋ ଏରୋ ଇଣ୍ଡିଆ 2023ର 14ତମ ସଂସ୍କରଣକୁ ଉଦଘାଟନ କରିଛନ୍ତି । ଆଜିଠୁ 5 ଦିନ ଧରି ଏହି ଏରୋ ଇଣ୍ଡିଆ ଶୋ ଚାଲିବ । ଚଳିତବର୍ଷର ବିଷୟବସ୍ତୁ ରହିଛି 'ଦି ରନୱେ ଟୁ ଏ ବିଲିୟନ ଅପରଟ୍ୟୁନିଟିଜ'। କାର୍ଯ୍ୟକ୍ରମରେ 100ଟି ବନ୍ଧୁ ରାଷ୍ଟ୍ରର 800ରୁ ଅଧିକ ପ୍ରଦର୍ଶନକାରୀ କମ୍ପାନୀ ସାମିଲ ହୋଇଛନ୍ତି ।

ଏଥିରେ ୱିଙ୍କସ ଅଫ ଦି ଫ୍ୟୁଚର ନାମରେ ଇଣ୍ଡିଆ ପ୍ୟାଭିଲିୟନ ରହିଛି । ବେଙ୍ଗାଲୁରୁ ଆକାଶରେ ଶକ୍ତି ଦେଖାଇଛନ୍ତି ଫାଇଟର ଜେଟ । ବାୟୁସେନା ପକ୍ଷରୁ ଆକାଶରେ ବିରତ୍ବ ପ୍ରଦର୍ଶନ ହୋଇଛି । ନୂଆ ଭାରତର ସାମର୍ଥ୍ୟର ସାକ୍ଷୀ ହୋଇଛି ବେଙ୍ଗାଲୁରୁ ଆକାଶ । ନୂଆ ଭାରତର ସତ୍ୟତାର ସାକ୍ଷୀ ବେଙ୍ଗାଲୁରୁ ଆକାଶ କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଆଜି ଦେଶ ନୂଆ ଶିଖର ଛୁଇଁଛି । ଯେବେ କୌଣସି ଦେଶ ନୂଆ ଚିନ୍ତାଧାରା, ନୂଆ ଉପାୟକୁ ସାଥୀରେ ନେଇ ଆଗକୁ ବଢେ ସେବେ ତାର ବ୍ୟବସ୍ଥା ମଧ୍ୟ ନୂଆ ଚିନ୍ତାଧାରା ହିସାବରେ ଆଗକୁ ବଢିଥାଏ । ଏରୋ ଇଣ୍ଡିଆର ଏହି ଆୟୋଜନ ଆଜି ନୂଆ ଭାରତର ନୂଆ ପ୍ରୟାସର ପ୍ରତିଫଳିତ ହୋଇଛି । ସମୟ ଥିଲା ଏହାକୁ କେବଳ ଏକ ଶୋ ବୋଲି ବିବେଚନା କରାଯାଉଥିଲା । ବିଗତ ଦିନରେ ଏହାକୁ ନେଇ ପ୍ରସ୍ତୁତି ପରିବର୍ତ୍ତନ କରାଗଲା । ଆଜି ଏରୋ ଇଣ୍ଡିଆ କେବଳ ଏକ ଶୋ ନୁହେଁ ଏହା ଭାରତର ସାମର୍ଥ୍ୟ ହୋଇଛି । ଭାରତୀୟ ପ୍ରତିରକ୍ଷା ଇଣ୍ଡଷ୍ଟ୍ରୀ ପାଇଁ ପରିସର ସୃଷ୍ଟି କରିଛି । ଆତ୍ମରକ୍ଷାକୁ ପ୍ରତିଫଳିତ କରିଛି ।''

ଏହା ବି ପଢନ୍ତୁ...ଦେଶର ୪ଟି ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ

ଆଜି ଭାରତ ଏକ ସାମ୍ଭାବ୍ୟ ପ୍ରତିରକ୍ଷା ପାର୍ଟନର ହୋଇଛି । ଯେଉଁ ଦେଶ ତାର ରକ୍ଷା ଆବଶ୍ୟକତା ପାଇଁ ଭରସାଯୋଗ୍ୟ ସାଥୀ ଖୋଜୁଛି । ଭାରତ ସେମାନଙ୍କ ପାଇଁ ଏକ ଉନ୍ନତ ସାମ୍ଭାବ୍ୟ ପ୍ରତିରକ୍ଷା ପାର୍ଟନର ହୋଇଛି । ଆମ ଟେକ୍ନୋଲୋଜି ଦେଶ ପାଇଁ ପ୍ରଭାବୀ ଓ ବିଶ୍ବସନୀୟ ହୋଇଛି । ଆଜି ଆକାଶରେ ଗର୍ଜନ କରୁଥିବା ତେଜସ ଯୁଦ୍ଧ ବିମାନ 'ମେଇ ଇନ ଇଣ୍ଡିଆ' ସାମର୍ଥ୍ୟର ପ୍ରମାଣ ଦେଇଛି । ହିନ୍ଦ ମହାସାଗରରେ ନିଯୋଜିତ ଏୟାରକ୍ରାଫ୍ଟ ଆଇଏନଏସ ବିକ୍ରାନ୍ତ 'ମେଇ ଇନି ଇଣ୍ଡିଆ' ବିସ୍ତାରର ପ୍ରମାଣ । ଏକବିଂଶ ଶତଦ୍ଦୀର ନୂଆ ଭାରତ ଏବେ କୌଣସି ସୁଯୋଗ ହାତଛଡା କରିବ ନା କୌଣସି ପରିଶ୍ରମ କରିବାରେ ଉଣା କରିବ ବୋଲି କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପିଏମ ମୋଦି ଆହୁରି କହିଛନ୍ତି, ''ଆଜିର ଭାରତ ଦ୍ରୁତ ଏବଂ ଦୂର ପର୍ଯ୍ୟନ୍ତ ଚିନ୍ତା କରେ । ଶୀଘ୍ର ନିଷ୍ପତ୍ତି ନିଏ । ଅମୃତକାଳର ଭାରତ ଏକ ଫାଇଟର ପାଇଲଟ ଭଳି ଆଗକୁ ବଢୁଛି । ଏକ ଏମିତି ଦେଶ ଯିଏ ଶିଖର ଛୁଇଁବାକୁ ଭୟଭୀତ ହୁଏ ନାହିଁ । ସବୁଠୁ ଉଚ୍ଚା ଉଡିବାକୁ ଉତ୍ସାହିତ ରହିଥାଏ । ଏରୋ ଇଣ୍ଡିଆରେ ଗଗନ ଭେଦ ଗର୍ଜନ ଭାରତର ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରର ଗୁଞ୍ଜରଣ । ଭାରତ ଏବେ 75 ଦେଶକୁ ପ୍ରତିରକ୍ଷା ଉପକରଣ ପଠାଉଛି ।''

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏରୋ ଇଣ୍ଡିଆ ଶୋ ଦୁଇଟି ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଫୋକସ କରାଯାଇଛି । ପ୍ରଥମ ଉଚ୍ଚତା ଓ ଅନ୍ୟଟି ଗତି । ଏହି ଦୁଇଟି ଗଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଏବଂ ବ୍ୟକ୍ତିତ୍ବକୁ ଦର୍ଶାଉଛି । ଭାରତର ଅଖଣ୍ଡତା ଏବଂ ପ୍ରତିବଦ୍ଧତା ଓ ନିଷ୍ପତ୍ତି ନେବାର ଗତି ଫଳାଫଳ ପ୍ରଦାନ କରିଛି । ବିଶ୍ବ ଆକାଶରେ ଭାରତ ଆଜି ତାରକା ଭଳି ଉଭା ହୋଇଛି ଯାହା କେବଳ ଆଲୋକ ନୁହେଁ ଅନ୍ୟମାନଙ୍କୁ ଆଲୋକିତ କରିଛି ।''

ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାସଭାରାଜ ବୋମାଇ କର୍ଣ୍ଣାଟକ ରାଜ୍ୟପାଳ ଓ ଦେଶ ବିଦେଶରୁ ଆସିଥିବା ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ । 100 ଦେଶରୁ 800 କମ୍ପାନୀ ସାମିଲ ହୋଇଛନ୍ତି ।

Last Updated : Feb 13, 2023, 11:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.