ETV Bharat / bharat

PM Modi In Uttarakhand: 17547 କୋଟିର ଏକାଧିକ ପ୍ରକଳ୍ପର କଲେ ଶିଳାନ୍ୟାସ

author img

By

Published : Dec 30, 2021, 9:13 PM IST

ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହଲ୍ଦୁନିରେ 17ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପର କଲେ ଶିଳାନ୍ୟାସ । କହିଲେ ନୂଆ ଦଶନ୍ଧି ଦେଖିବ ଉତ୍ତରାଖଣ୍ଡ । ରାଜ୍ୟକୁ ଲୁଟିଛନ୍ତି ପୂର୍ବ ସରକାର । ଅଧିକ ପଢନ୍ତୁ

PM Modi in Uttarakhand: 17547 କୋଟିର ଏକାଧିକ ପ୍ରକଳ୍ପର କଲେ ଶିଳାନ୍ୟାସ

ଡେରାଡୁନ: ଉତ୍ତରାଖଣ୍ଡର ହଲ୍ଦୁନି ଗସ୍ତ କରି ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପ୍ରକଳ୍ପ ମଧ୍ୟରେ 23 ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଥିବାବେଳେ ଏଥିରେ 17 ହଜାର 5 ଶହ 47 କୋଟି ଖର୍ଚ୍ଚ ବ୍ୟୟବରାଦ ରଖାଯାଇଛି । ଏହି 23 ପ୍ରକଳ୍ପ ମଧ୍ୟରୁ 17 ପ୍ରକଳ୍ପର ଭିତ୍ତିପ୍ରସ୍ତାର ସ୍ଥାପନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ ମଧ୍ୟ କରିଛନ୍ତି ।

ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକାଧିକ ପ୍ରକଳ୍ପ ଜରିଆରେ ଆମେ ଉତ୍ତରାଖଣ୍ଡର ନିରନ୍ତର ପ୍ରୟାସ ଜାରି ରଖିଛୁ । ଏହି ଦଶନ୍ଧି ଉତ୍ତରାଖଣ୍ଡବାସୀଙ୍କର ହେବ । ଉତ୍ତରାଖଣ୍ଡବାସୀ ଏହି ଅବସରକୁ ସଫଳତାରେ ପରିବର୍ତ୍ତନ କରିବା ସହ ରାଜ୍ୟ ପାଇଁ ଏକ ସଫଳ ଦଶନ୍ଧିର ନିର୍ମାଣ କରିବେ ବୋଲି ତାଙ୍କର ବିଶ୍ବାସ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ପ୍ରାୟ 2 ହଜାର କୋଟି ବ୍ୟୟରେ ରାଜ୍ୟରେ ସାମଗ୍ରିକ ବିକାଶ ଦିଗରେ ଏକାଧିକ ଭିତ୍ତିଭୂମି ଦିଗରେ ଏକାଧିକ ପ୍ରକଳ୍ପର ମଧ୍ୟ ଶିଳାନ୍ୟସ ମଧ୍ୟ କରାଯାଇଛି । ଏହି ପ୍ରକଳ୍ପ ମଧ୍ୟରେ ରାସ୍ତାଘାଟ ଓ ଯୋଗାଯୋଗ , ପାନୀୟ ଜଳ ଯୋଗାଣ, ଡ୍ରେନେଜ ଓ ସ୍ବରେଜ, ପାର୍କିଂ, ଷ୍ଟ୍ରିଷ୍ଟ ଲାଇଟ ପରିମଳ, ହାଉସିଂ ପ୍ରମୁଖ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.