ETV Bharat / bharat

Bhutan King meets PM Modi: ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ ଲକ୍ଷ୍ୟ - ଭୁଟାନ କିଙ୍ଗ

ଅରୁଣାଚଳପ୍ରଦେଶରେ ଚୀନର ଜୋରଜବରଦସ୍ତ ଦଖଲ ବିବାଦ ବେଳେ ଭାରତ ଗସ୍ତରେ ଭୁଟାନ ରାଜା । ମଙ୍ଗଳବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

PM Modi meets Bhutan king
PM Modi meets Bhutan king
author img

By

Published : Apr 4, 2023, 7:30 PM IST

Updated : Apr 4, 2023, 8:21 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁଟାନ କିଙ୍ଗ ଜିଗମେ ଖେସର ନାମଗ୍ୟାଲ ବାଙ୍ଗଚୁକ୍‌ ଭେଟିଛନ୍ତି । ଏହି ଭେଟଘାଟରେ ଉଭୟ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ଓ ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଭାଗିତା ନେଇ ଆଲୋଚନା ହୋଇଛି । ଡୋକଲାମ ବିବାଦ ଉପରେ ଭୁଟାନ ପ୍ରଧାନମନ୍ତ୍ରୀ ଲୋତେ ଶେରିଙ୍ଗ ନିକଟରେ କିଛି ମନ୍ତବ୍ୟ ଦେଇଥିଲେ । ଏହି ବୟାନ ଯୋଗୁଁ ଭୁଟାନ ଚୀନର ନିକଟତର ହେଉଥିବା ନେଇ ଭାରତୀୟ ଭାବିଥିଲେ । ହେଲେ ଭାରତ ସହିତ ଭୁଟାନର ପୂର୍ବପରି ସମ୍ପର୍କ ରହିଥିବା ନେଇ ସ୍ପଷ୍ଟ କରିଛନ୍ତି ଭୁଟାନ ରାଜା ବାଙ୍ଗଚୁକ୍‌ ।

ଅରୁଣାଚଳର ଥିମ୍ପୁ ଉପରେ ପଡ଼ୋଶୀ ଦେଶ ଚୀନର ପ୍ରଭାବ ବଢୁଥିବା ସମୟରେ ଭୁଟାନ ରାଜା ଭାରତ ଗସ୍ତରେ ଆସିଛନ୍ତି । ହେଲେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ଦିଗରେ ଆଲୋଚନା ହେଲା ବୋଲି ସୂଚନା ମିଳିଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଦିଲ୍ଲୀ ବିମାନ ବନ୍ଦରରେ ଭୁଟାନ ରାଜାଙ୍କୁ ସ୍ବାଗତ କରିଥିଲେ । ଭବିଷ୍ୟତରେ ଭାରତ ସହିତ ଥିବା ଉତ୍ତମ ସମ୍ପର୍କକୁ ଆହୁରି ସୁଦୃଢ କରିବା ଲାଗି ଭୁଟାନ ରାଜା ବେଶ ଆଶାୟୀ ଥିବା କହିଥିଲେ ଜୟଶଙ୍କର । ଭୁଟାନ ଭାରତ ଲାଗି ରଣନୀତି ଦୃଷ୍ଟିକୋଣରୁ ଏକ ପ୍ରମୁଖ ଦେଶ । ଗତ କିଛି ବର୍ଷ ଧରି ଉଭୟ ଦେଶ ମଧ୍ୟରେ ସମ୍ପର୍କ ମଧ୍ୟ ମଜଭୁତ ରହିଛି ଓ ସମୟକ୍ରମେ ଏହା ଆହୁରି ମଜଭୁତ ହୋଇଛି ବୋଲି ଜୟଶଙ୍କର କହିଥିଲେ ।

ଏହା ବି ପଢନ୍ତୁ-ଚୀନର ମନମାନି, ବଦଳାଇଲା ଅରୁଣାଚଳ ପ୍ରଦେଶର 11 ସ୍ଥାନର ନାଁ

ଗତ ୨୦୧୭ ମସିହାରେ ଭୁଟାନର ଡୋକଲାମଠାରେ ଭାରତୀୟ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଡୋକଲାମ ଅଞ୍ଚଳଟି ଭାରତ-ଚୀନ-ଭୁଟାନ ୩ଟି ଦେଶର ସୀମାବର୍ତ୍ତୀ ଅଞ୍ଚଳ । ଏହି କ୍ଷେତ୍ରଟି ଭାରତର ସାମିରକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ । ଡୋକଲାମ ଟ୍ରାଇ-ଜଙ୍କସନରେ ୨୦୧୭ରେ ଚୀନ ସଡ଼କ ନିର୍ମାଣ କରିବା ଲାଗି ଉଦ୍ୟମ କରିବା ବେଳେ ଭାରତ ଓ ଚୀନର ସେନା ମୁହାଁମୁହିଁ ହୋଇଥିଲେ । ଭାରତ ଏହାକୁ କଡ଼ା ବିରୋଧ କରିଥିଲା । ଚୀନ ଭାରତ ସୀମାରେ ସଡ଼କ ନିର୍ମାଣ କଲେ ଭାରତର ସୁରକ୍ଷା ପ୍ରତି ବିପଦ ଥିଲା । ଅନ୍ୟପଟେ ଭୁଟାନ ଏହାକୁ ନିଜ ଅଞ୍ଚଳ ବୋଲି କହିଥିଲା । ଭାରତ ଓ ଚୀନ ମଧ୍ୟରେ ଏକାଧିକ ବୈଠକ ପରେ ମାମଲା ଶାନ୍ତ ପଡ଼ିଥିଲା ।

ସେପଟେ ୨୦୨୧ ମସିହାରେ ଏହି ବିବାଦର ସମାଧାନ ଲାଗି ଚୀନ ଓ ଭୁଟାନ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ମଧ୍ୟ ହୋଇଥିଲା । ଭୁଟାନ ଚୀନ ସହିତ ପ୍ରାୟ ୪୦୦କିମିରୁ ଅଧିକ ସୀମା ସେୟାର କରୁଛି । ୨ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ଲାଗି ୨୪ରୁ ଏକାଧିକ ବୈଠକ ବସିଛି । ନିକଟରେ ଭୁଟାନ ପ୍ରଧାନମନ୍ତ୍ରୀ ଏହି ବିବାଦକୁ ନେଇ ବୟାନ ଦେଇଥିଲେ । ସେ କହିଥିଲେ ଯେ ଡୋକଲାମ ସୀମା ବିବାଦର ସମାଧାନ କରିବା ଲାଗି ଚୀନର ଭୂମିକା ମଧ୍ୟ ସମାନ ରହିଥିଲା । ତେବେ ଭାରତ ଲଗାତାର ଭାବେ ଭୁଟାନ ସହିତ ବାଣିଜ୍ୟିକ ସମ୍ପର୍କ ବଜାୟ ରଖିଛି । ଭାରତ ଭୁଟାନ ଲାଗି ପୁଞ୍ଜିନିବେଶର ଏକ ପ୍ରଧାନ ସ୍ରୋତ ଭାବେ ଉଭା ହୋଇଛି ।

Last Updated : Apr 4, 2023, 8:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.