ETV Bharat / bharat

ଅକ୍ସିଜେନ ଯୋଗାଣରେ ମୋଦିଙ୍କ ନିଷ୍ପତ୍ତି, PM କେୟାର ଫଣ୍ଡରୁ କିଣାହେବ 1 ଲକ୍ଷ କଣ୍ଟେନର - ଅକ୍ସିଜେନ ଯୋଗାଣ

ପିଏମ କେୟାର୍ସ ଫଣ୍ଡରୁ 1 ଲକ୍ଷ ପୋର୍ଟେବଲ ଅକ୍ସିଜେନ କଣ୍ଟେନର୍ସ କିଣିବାକୁ ମଞ୍ଜୁରୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଅକ୍ସିଜେନ ଯୋଗାଣ ଉପରେ ମୋଦିଙ୍କ ନିଷ୍ପତ୍ତି, PM କେୟାର ଫଣ୍ଡ୍ରୁ‌ କିଣାହେବ 1 ଲକ୍ଷ କଣ୍ଟେନର

author img

By

Published : Apr 28, 2021, 5:56 PM IST

Updated : Apr 28, 2021, 9:19 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଙ୍କଟ ମଧ୍ୟରେ ଅକ୍ସିଜେନନର ଘୋର ଅଭାବ ବଡ ସମସ୍ୟା ହୋଇ ଛିଡା ହୋଇଛି । ଏହାରି ମଧ୍ୟରେ ବଡ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ କେୟାର୍ସ ଫଣ୍ଡରୁ 1 ଲକ୍ଷ ପୋର୍ଟେବଲ ଅକ୍ସିଜେନ କଣ୍ଟେନର୍ସ କିଣିବାକୁ ମଞ୍ଜୁରୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

କୋରୋନା ପରିଚାଳନା ପାଇଁ ତରଳ ମେଡିକାଲ ଅକ୍ସିଜେନ ଆବଶ୍ୟକତାରେ ସୁଧାର ଆଣିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ଯେ ପୋର୍ଟେବଲ ଅକ୍ସିଜେନ କଣ୍ଟେନର୍ସ ଖୁବଶୀଘ୍ର କିଣିବା ସହ ରାଜ୍ୟକୁ ପଠାଯାଉ । ଅକ୍ସିଜେନ ଯୋଗାଣ କ୍ଷେତ୍ରରେ କୋରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟଗୁଡିକୁ ପ୍ରାଥମିକତା ଦିଆଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବୈଠକରେ ପିଏମ କେୟାର ଫଣ୍ଡରୁ ପ୍ରଥମରୁ ସ୍ବୀକୃତ 713 PSA ପ୍ଲାଣ୍ଟକୁ ଡିଆରଡିଓ ଓ ସିଏସଆଇଆର ପକ୍ଷରୁ ବିକଶିତ ସ୍ବଦେଶୀ ଟେକ୍ନୋଲୋଜୀ ଜରିଆରେ ସ୍ଥାପନ କରାଯିବ ।

ଏହି ନିଷ୍ପତିକୁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମଗ୍ର ଭାରତବର୍ଷର ଅକ୍ସିଜେନର ଚାହିଦା ମେଣ୍ଟାଇବା ଲାଗି ମେଡ଼ିକାଲ ଅକ୍ସିଜେନର ଯୋଗାଣକୁ ତ୍ବରାନ୍ବିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରାଥମିକତା ଦେଉଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟ ତଥା ଟାୟର ୨ ସହର ଏବଂ ଅଧିକ କରୋନା ସଂକ୍ରମିତ ରାଜ୍ୟ ଗୁଡ଼ିକରେ ତରଳ ମେଡିକାଲ ଅକ୍ସିଜେନ ଯୋଗାଣକୁ ବୃଦ୍ଧି କରାଯିବ । ଏଥି ପାଇଁ ପିଓସିର କ୍ରୟ ଏବଂ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭାବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 28, 2021, 9:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.