ETV Bharat / bharat

Karnataka Election Result: ମ୍ୟାଜିକ ନମ୍ବର ପାର୍ କଲା କଂଗ୍ରେସ, ମୋଦିଙ୍କୁ ଜୟରାମଙ୍କ କଟାକ୍ଷ - ଜୟରାମ ରମେଶ

ବିଜୟର ବାସ୍ନା ବାରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । କର୍ଣ୍ଣାଟକର କେବଳ ବିଜେପିର ହାର ନୁହେଁ, ବରଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ହାର ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

PM Modi has lost
PM Modi has lost
author img

By

Published : May 13, 2023, 1:15 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ଚାଲିଛି ଭୋଟ ଗଣତି । ସରକାର ଗଢିବା ଲାଗି ମ୍ୟାଜିକ ନମ୍ବର ୧୧୩ ହୋଇଥିବା ବେଳେ ଏବେ ସୁଦ୍ଧା ୧୧୭ଟି ଆସନରେ ଆଗୁଆ ରହିଛି କଂଗ୍ରେସ । ବିଜୟର ବାସ୍ନା ଆସିବା ପରେ ପୁଣି ନିଜର ମନ୍ତବ୍ୟକୁ ଦୋହରାଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ହାର ହୋଇଛି ବୋଲି ସେ କହିଛନ୍ତି । ନିର୍ବାଚଳ ଫଳ ଆସିବା ପୂର୍ବରୁ ଗତକାଲି ମଧ୍ୟ ସମାନ କଥା କହିଥିଲେ ଜୟରାମ ।

  • जैसे-जैसे कर्नाटक चुनाव का परिणाम अंतिम रूप ले रहा है, वैसे-वैसे स्पष्ट होता जा रहा है कि कांग्रेस जीत गई है और प्रधानमंत्री हार गए हैं। बीजेपी ने अपने चुनाव अभियान को पीएम और राज्य को उनका 'आशीर्वाद' मिलने को लेकर जनमत संग्रह बना लिया था। इसे स्पष्ट रूप से खारिज कर दिया गया है!…

    — Jairam Ramesh (@Jairam_Ramesh) May 13, 2023 " class="align-text-top noRightClick twitterSection" data=" ">

ଭୋଟ ଗଣତି ଜାରି ରହିଥିବା ବେଳେ ଏବେ ସୁଦ୍ଧା କଂଗ୍ରେସ ପ୍ରାୟ ୧୧୭ଟି ଆସନରେ ଆଗୁଆ ରହିଛି । ସେପଟେ ବିଜେପି ୭୫ଟି ଆସନରେ ଲିଡ୍‌ କରୁଛି । ସେପଟେ ଗୋଟିଏ ପରେ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ବାଜିମାତ କରିଚାଲିଛନ୍ତି କଂଗ୍ରେସ ପ୍ରାର୍ଥୀ । ଭୋଟ ଗଣତି ଆରମ୍ଭ ବେଳେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ହେଲେ ସମୟକ୍ରମେ ବହୁ ଆଗରେ ରହିଛି କଂଗ୍ରେସ । ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବା ପରେ ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଜୟରାମ । କର୍ଣ୍ଣାଟକରେ କେବଳ ବିଜେପିର ପରାଜୟ ନୁହେଁ, ବରଂ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାଜୟ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- Karnataka Election: ଜୟରାମଙ୍କ ଦୃଢୋକ୍ତି, 'ସରକାର ଗଢିବ କଂଗ୍ରେସ, ମୋଦିଙ୍କ ହେବ ବଡ଼ ହାର'

ଜୟରାମଙ୍କ କହିଛନ୍ତି, "କର୍ଣ୍ଣାଟକ ବିଧାନସଭା ନିର୍ବାଚନୀ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ମୋଦି ବହୁ କସରତ କରିଥିଲେ । ପ୍ରଚାର ମୈଦାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା କାହାର ଯାଦୁ ଚାଲିନଥିଲା । ସବୁଠାରେ କେବଳ ଗୋଟିଏ ମୁହଁ ଦେଖିବାକୁ ମିଳିଥିଲା । ନିର୍ବାଚନୀ ପ୍ରଚାର ଲାଗି ରାଜ୍ୟରେ ଡେରା ପକାଇଥିଲେ ମୋଦି । ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ସେ ଏକାଧିକ ରୋଡ ଶୋ' କରିଥିଲେ । ହେଲେ ମୋଦିଙ୍କ ଯାଦୁ ଭୋଟରଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ ।"

ସେ ଆହୁରି କହିଛନ୍ତି ଯେ କଂଗ୍ରେସ କର୍ଣ୍ଣାଟକବାସୀଙ୍କ ସମସ୍ୟା, ସୁରକ୍ଷା, ଦରଦାମ ବୃଦ୍ଧି, ଚାଷୀଙ୍କ ସମସ୍ୟା, ବିଦ୍ୟୁତ ସମସ୍ୟା, ବେରୋଜଗାର ସହିତ ଦୁର୍ନୀତି ବିରୋଧରେ ନିର୍ବାଚନ ଲଢୁଥିଲା । ମାତ୍ର ମୋଦି ରାଜ୍ୟରେ ବିଭେଦ କରିବାକୁ ଉଦ୍ୟମ କରୁଥିଲେ । ହେଲେ ଭୋଟର ଡବଲ ଇଞ୍ଜିନ ସରକାରକୁ ଗ୍ରହଣ କରିବା ବଦଳରେ ସିଙ୍ଗଲ ଇଞ୍ଜିନ ସରକାରକୁ ନିଜର ଶାସକ ଭାବେ ଚୟନ କରିଛନ୍ତି । ଏହି କଂଗ୍ରେସ ସରକାର ଯିଏକି ସାମାଜିକ ସମନ୍ବୟ ରକ୍ଷା କରିବା ସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରିବ । ସୂଚନା ଥାଉ କି ଗତକାଲି ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଜୟରାମ କଂଗ୍ରେସର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । କଂଗ୍ରେସ ପୂର୍ଣ୍ଣ ବହୁମତ ସହିତ ସରକାର ଗଢିବ ବୋଲି ସେ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.