ନୂଆଦିଲ୍ଲୀ: ଆଜି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ 86ତମ ଜନ୍ମଦିନ । ଏନେଇ ଟେଲିଫୋନ ଯୋଗେ ଦଲାଇ ଲାମାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥି ସହ ତାଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି ।
ଏନେଇ ମୋଦି ଟ୍ବିଟ କରି କହିଛନ୍ତି ଯେ ଦଲାଇଲାମାଙ୍କ 86ତମ ଜନ୍ମଦିନରେ ମୁଁ ଫୋନ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଇଛି ଓ ତାଙ୍କ ଦୀର୍ଘାୟୁ କାମନା କରିଛି ।
-
Spoke on phone to His Holiness the @DalaiLama to convey greetings on his 86th birthday. We wish him a long and healthy life.
— Narendra Modi (@narendramodi) July 6, 2021 " class="align-text-top noRightClick twitterSection" data="
">Spoke on phone to His Holiness the @DalaiLama to convey greetings on his 86th birthday. We wish him a long and healthy life.
— Narendra Modi (@narendramodi) July 6, 2021Spoke on phone to His Holiness the @DalaiLama to convey greetings on his 86th birthday. We wish him a long and healthy life.
— Narendra Modi (@narendramodi) July 6, 2021
ଏକ ଭିଡିଓ ବାର୍ତ୍ତାରେ ଦଲାଇ ଲାମା ଭାରତକୁ ପ୍ରଶଂସା କରିବା ସହ ଭାରତର ସଚ୍ଚୋଟତା, ଦୟା ଏବଂ ଅହିଂସା ପ୍ରତି ତାଙ୍କ ସମ୍ମାନ ରହିଥିବା କହିଛନ୍ତି ।
ଆଜି ଦିନ ତିବ୍ଦତୀୟ ଆଧ୍ୟାତ୍ମିକ ଧର୍ମଗୁରୁ ତାଙ୍କର 86ତମ ଜନ୍ମଦିନ ପାଳନ କରୁଛନ୍ତି । ସେ 6 ଜୁଲାଇ 1935ରେ ଉତ୍ତର-ପୂର୍ବ ତିବ୍ଦତର ଆମ୍ଡୋ, ଟାକ୍ଟରରେ ଅବସ୍ଥିତ । ସେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
@ANI