ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ରୋମାଞ୍ଚକର ଲାକ୍ଷାଦ୍ବୀପ ଗସ୍ତ, ଗଭୀର ସମୁଦ୍ରରେ କଲେ ସ୍କୁବା ଡାଇଭିଂ - pm modi

PM Modi Lakshadweep visit: ପ୍ରଧାନମନ୍ତ୍ରୀଙ୍କ ରୋମାଞ୍ଚକର ଲାକ୍ଷାଦ୍ବୀପ ଗସ୍ତ । ଗଭୀର ସମୁଦ୍ରରେ ସ୍କୁବା ଡାଇଭିଂ କଲେ । କହିଲେ ଉତ୍ସାହବର୍ଦ୍ଧକ ଗସ୍ତ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ରୋମାଞ୍ଚକର ଲାକ୍ଷାଦ୍ବୀପ ଗସ୍ତ, ସ୍କୁବା ଡାଇଭିଂ କଲେ

author img

By ETV Bharat Odisha Team

Published : Jan 4, 2024, 6:35 PM IST

Updated : Jan 4, 2024, 6:42 PM IST

ନୂଆଦିଲ୍ଲୀ: ଆକାଶରୁ ଗଭୀର ସମୁଦ୍ର ପର୍ଯ୍ୟନ୍ତ ସବୁଠାରେ ଫିଟ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିକଟରେ ବେଙ୍ଗାଲୁରୁରେ ‘ତେଜସ’ ଲଢୁଆ ବିମାନରେ ଉଡାଣ ଭରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଲାକ୍ଷାଦ୍ବୀପ ଗସ୍ତରେ ଗଭୀର ସମୁଦ୍ରରେ ସ୍କୁବା ଡାଇଭିଂ କରିଛନ୍ତି । ଗତକାଲି ସେ ଲାକ୍ଷାଦ୍ବୀପ ଗସ୍ତ କରି ଫେରିଛନ୍ତି । ଆଜି ନିଜ ରୋମାଞ୍ଚକପୂର୍ଣ୍ଣ ଲାକ୍ଷାଦ୍ବୀପ ଗସ୍ତ ସମ୍ପର୍କରେ ଏକାଧିକ ଫଟୋ ସେୟାର କରି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗସ୍ତକୁ ସେ ଏକ ଉତ୍ସାହବର୍ଦ୍ଧକ ଗସ୍ତ ବୋଲି କହିଛନ୍ତି ।

  • Recently, I had the opportunity to be among the people of Lakshadweep. I am still in awe of the stunning beauty of its islands and the incredible warmth of its people. I had the opportunity to interact with people in Agatti, Bangaram and Kavaratti. I thank the people of the… pic.twitter.com/tYW5Cvgi8N

    — Narendra Modi (@narendramodi) January 4, 2024 " class="align-text-top noRightClick twitterSection" data=" ">

ଆଜି ପ୍ରଧାନମନ୍ତ୍ରୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଏକାଧିକ ଫଟୋ ସେୟାର କରି ଲାକ୍ଷାଦ୍ବୀପ ଗସ୍ତକୁ ଅବିସ୍ମରଣୀୟ ବୋଲି କରିଛନ୍ତି । ସ୍ଥାନୀୟ ଲୋକଙ୍କର ଆତିଥ୍ୟତା ପାଇଁ ମଧ୍ୟ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି,‘‘ ନିକଟରେ ମୁଁ ଲକ୍ଷାଦ୍ବୀପ ଗସ୍ତ କରି ସେଠାକାର ଲୋକଙ୍କ ସହ ସମୟ ବିତାଇବାର ଅବସର ପାଇଲି । ଲାକ୍ଷାଦ୍ବୀପର ଚମତ୍କାର ସୌନ୍ଦର୍ଯ୍ୟ ଏବଂ ସେଠାକାର ଲୋକମାନଙ୍କ ମଧ୍ୟରେ ଥିବା ଅବିଶ୍ୱାସନୀୟ ଉତ୍ସାହ ଦ୍ୱାରା ମୁଁ ବିସ୍ମିତ । ଆଗତୀ, ବଙ୍ଗରାମ ଓ କବାରତୀରେ ଲୋକଙ୍କ ସହ ବାର୍ତ୍ତାଳାପ କରିବାର ସୁଯୋଗ ମିଳିଲା । ଆତିଥ୍ୟ ପାଇଁ ମୁଁ ଏହି ଦ୍ୱୀପପୁଞ୍ଜ ଲୋକଙ୍କୁ ଧନ୍ୟବାଦ ଦେଉଛି । ଆକାଶମାର୍ଗରୁ ଲାକ୍ଷାଦ୍ବୀପର କିଛି ଝଲକ...’’

  • PM Modi tweets, "For those who wish to embrace the adventurer in them, Lakshadweep has to be on your list. During my stay. I also tried snorkelling - what an exhilarating experience it was" pic.twitter.com/oWqqDkI6By

    — ANI (@ANI) January 4, 2024 " class="align-text-top noRightClick twitterSection" data=" ">

ଗତକାଲି (3 ଡିସେମ୍ବର) ଲାକ୍ଷାଦ୍ବୀପ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବୀପପୂଞ୍ଜ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପରେ 1,156 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କିଛି ପ୍ରକଳ୍ପର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଲାକ୍ଷାଦ୍ବୀପ ଆକାରରେ ଛୋଟ ହୋଇପାରେ କିନ୍ତୁ ଏହାର ହୃଦୟ ବହୁତ ବଡ଼ । ଏଠାରୁ ମିଳୁଥିବା ପ୍ରେମ ଏବଂ ଆଶୀର୍ବାଦରେ ମୁଁ ଅଭିଭୂତ ହୋଇଯାଇଛି । ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ସ୍ବାଧୀନତା ପରେ ଦଶନ୍ଧି ଧରି କେନ୍ଦ୍ରରେ ରହିଥିବା ସରକାରଙ୍କ ଏକମାତ୍ର ପ୍ରାଥମିକତା ହେଛି ରାଜନୈତିକ ଦଳ ଦ୍ବାରା ଦେଶର ବିକାଶ କରିବା । ଗତ 10 ବର୍ଷ ଧରି ଆମ ସରକାର ସୀମାନ୍ତ ଅଞ୍ଚଳ ଓ ଦ୍ବୀପାଞ୍ଚଳକୁ ଗୁରୁତ୍ବ ଦେଇଛନ୍ତି। " ଆଜି ପ୍ରଧାନମନ୍ତ୍ରୀ ନିଜ ଗସ୍ତର ରୋମାଞ୍ଚକର ଅନୁଭୂତି ସମ୍ପର୍କିତ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଲାକ୍ଷାଦ୍ବୀପ ଛୋଟ ହୋଇପାରେ କିନ୍ତୁ ହୃଦୟ ବହୁତ ବଡ଼: ପ୍ରଧାନମନ୍ତ୍ରୀ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, 73 ବର୍ଷୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବେଙ୍ଗାଲୁରୁ ଗସ୍ତ କରି ସ୍ବଦେଶୀ ହାଲୁକା ଲଢୁଆ ବିମାନ ‘ତେଜସ’ରେ ଉଡାଣ ଭରିଥିଲେ । ସମ୍ପୂର୍ଣ୍ଣ ବାୟୁସେନାର ଲଢୁଆ ପାଇଲଟଙ୍କ ପୋଷାକରେ ସେ ବିମାନର ଆସିଷ୍ଟାଣ୍ଟ ପାଇଲଟଙ୍କ ସିଟରେ ଉଡାଣ ଭରିଥିଲେ । ଏହାକୁ ଏକ ଅବିସ୍ମରଣୀୟ ଅବୁଭବ କହିବା ସହ ଏକ ଆତ୍ମନିର୍ଭର ଭାରତର ଝଲକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏବେ ସେ ପୁଣି ଲାକ୍ଷାଦ୍ବୀପରେ ଗଭୀର ସମୁଦ୍ରରେ ସ୍କୁବା ଡାଇଭିଂ କରି ଶାରିରୀକ ସୁସ୍ଥତାର ପରିଚୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 4, 2024, 6:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.