ETV Bharat / bharat

କେରଳକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ, ଦେଶରେ ପ୍ରଥମ ୱାର୍ଟର ମେଟ୍ରାେ ବି ଲୋକାର୍ପିତ

author img

By

Published : Apr 25, 2023, 1:25 PM IST

ସବୁଜ ପତାକା ଦେଖାଇ କେରଳକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଥିରୁଅନନ୍ତପୁରମ ରେଲୱେ ଷ୍ଟେସନରୁ ଥିରୁଅନନ୍ତପୁରମ ସେଣ୍ଟ୍ରାଲ କାସାରାଗୋଡ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

kerala got its first Vande Bharat Train
କେରଳକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ଥିରୁଅନନ୍ତପୁରମ: କେରଳକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ସବୁଜ ପତାକା ଦେଖାଇ କେରଳକୁ ତାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଥିରୁଅନନ୍ତପୁରମ ରେଲୱେ ଷ୍ଟେସନରୁ ଥିରୁଅନନ୍ତପୁରମ ସେଣ୍ଟ୍ରାଲ କାସାରାଗୋଡ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଏହା ସପ୍ତମ ବନ୍ଦେ ଭାରତ ଏକ୍ସପ୍ରେସ । କେରଳକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ମଳିବା ସହ ଦେଶକୁ ପ୍ରଥମ ୱାଟର ମୋଟ୍ରୋ ମିଳିଛି । କୋଚିରେ ଏହି ୱାର୍ଟର ମେଟ୍ରୋର ଉଦଘାଟନ କରିବା ସହ 19 ହଜାର କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | Kerala: PM Narendra Modi flags off the Thiruvananthapuram Central-Kasaragod Vande Bharat Express train from Thiruvananthapuram Central railway station. pic.twitter.com/zdqdmwNE3g

    — ANI (@ANI) April 25, 2023 " class="align-text-top noRightClick twitterSection" data=" ">

କେରଳରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି,''କେରଳକୁ ଆଜି ତାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ମିଳିଛି । କୋଚିରେ ୱାଟର ମେଟ୍ରୋ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ହୋଇଛି । କେରଳ ଅଧିକ ସଚେତନ ଓ ଶିକ୍ଷିତ ଲୋକଙ୍କ ପ୍ରଦେଶ । ଏଠାକାର ଲୋକଙ୍କ ସାମର୍ଥ୍ୟ, କଠିନ ପରିଶ୍ରମ ଓ ମାନବିକତା ଏମାନଙ୍କ ବିଶିଷ୍ଟ ପରିଚୟ ତିଆରି କରିଛି । ଦେଶ ବିଦେଶର ପରିସ୍ଥତି ସହ ଏମାନେ ପରିଚିତ । ଭାରତୀୟ ରେଳୱେ ନେଟୱାର୍କରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ଅଧିନ ବେଗରେ ଟ୍ରେନ ପ୍ରସ୍ତୁତ ହେଉଛି । କେରଳରୁ ରେଳୱେ ସହ ଜଡିତ ତାର ପ୍ରକଳ୍ପ ମିଳିଛି । ଯୋଗାଯୋଗ ସହି ଆଜି କେରଳର ବିକାଶ ସହ ଜଡିତ ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟ ଲୋକାର୍ପିତ ହୋଇଛି । ବିକାଶର ଏହି ସମସ୍ତ ପ୍ରକଳ୍ପ ପାଇଁ କେରଳବାସୀଙ୍କୁ ଶୁଭେଚ୍ଛା । ଗ୍ଲୋବାଲ ମାନଚିତ୍ରରେ ଭାରତ ଏକ ସମୃଦ୍ଧ ସଶକ୍ତ ସ୍ଥାନ ହାସଲ କରିଛି । ଭାରତ ଉପରେ ବିଶ୍ବ ବିଶ୍ବାସ କରିବା ନେଇ ଅନେକ କାରଣ ରହିଛି । କେନ୍ଦ୍ରରେ ଏକ ନିର୍ଣ୍ଣାୟକ ସରକାର ଭାରତର ହିତ ପାଇଁ ନିଷ୍ପତ୍ତି ନେଉଛନ୍ତି । ଆଧୁନିକ ଭିତ୍ତିଭୁମି ପାଇଁ ଅଦ୍ଭୂତପୂର୍ବ ନିବେଶ ହୋଇଛି । ଆମ ସରକାର ସହଯୋଗୀ ସଂଘୀୟତାକୁ ପ୍ରୋତ୍ସାହିତ କରୁଛି । ରାଜ୍ୟଗୁଡିକର ବିକାଶକୁ ଦେଶର ବିକାଶର ମନ୍ତ୍ର ଭାବରେ ଗ୍ରହଣ କରାଯାଇଛି ।''

  • First Vande Bharat Express of Kerala, water metro in Kochi and other initiatives launched today will further the state's development journey. pic.twitter.com/9mrLOSG1Wy

    — PMO India (@PMOIndia) April 25, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଗତ 9 ବର୍ଷରେ ଭାରତରେ ଯୋଗଯୋଗ ଭିତ୍ତିଭୁମି ପାଇଁ ଅଦ୍ଭୂତପୂର୍ବ ସ୍ପିଡ ଓ ସ୍କେଲ ଉପରେ କାର୍ଯ୍ୟ ହୋଇଛି । ଚଳିତ ବର୍ଷ ବଜେଟରେ ଏ ଦିଗରେ 10 ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି । ସଡ଼କ ହେଉ ବା ରେଳ ଧନୀ ହେଉ କି ଗରିବ ସମସ୍ତେ ସଡକର ବ୍ୟବହାର କରନ୍ତି ଏଥିରେ କୌଣସି ଭେଦଭାବ ନାହିଁ । ଏହା ହିଁ ପ୍ରକୃତ ବିକାଶ । ଏହା ହିଁ ଶ୍ରେଷ୍ଠ ଭାରତ ଭାବନାକୁ ସଶକ୍ତ କରିଥାଏ । ଉତ୍ତମ ସଂଯୋଗ ବିକାଶ ନିଶ୍ଚିନ୍ତ କରିଥାଏ ।''

ଏହା ବି ପଢନ୍ତୁ...Threat to CM Yogi: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

କେରଳର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ପ୍ରାୟ ୧୧ଟି ଜିଲ୍ଲାରେ ଚଳାଚଳ କରିବ । ସେହି ଜିଲ୍ଲାଗୁଡ଼ିକ ହେଉଛି ଥିରୁଅନନ୍ତପୁରମ, କୋଲାମ, କୋଟାୟାମ, ଏର୍ଣ୍ଣାକୁଲମ, ଥ୍ରିସୁର, ପାଲକ୍କଡ଼, ପଥାନମଥିତ୍ତା, ମାଲାପୁରମ, କୋଝିକୋଡ଼, କନ୍ନୁର ଓ କସାରଗୋଡ଼ । ଦକ୍ଷିଣ କେରଳ ଉତ୍ତର କେରଳ ମଧ୍ୟରେ ସଂଯୋଗର ମାଧ୍ୟମ ହେବ । ଏହି ଟ୍ରେନ ଯାତ୍ରୀଙ୍କୁ ସୁନ୍ଦୁର ଅନୁଭୂତି ଦେବ । ଦେଶକୁ ପ୍ରଥମ ଓ୍ବାଟର ମେଟ୍ରୋକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ମେଟ୍ରୋଟି ପାଣିରେ ଚାଲିବ । କୋଚିରେ ଏହି ମେଟ୍ରୋ ସେବା ଯାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ବେଳେ ଏହା ଦେଶର ପ୍ରଥମ । ୱାଟର ମେଟ୍ରୋ ସାହାଯ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗମନାଗମନ କରିବେ ଯାତ୍ରୀ । ମେଟ୍ରୋ ଟ୍ରେନ ପରି ସମାନ ଅନୁଭବ ମଧ୍ୟ ଓ୍ବାଟର ମେଟ୍ରୋରେ କରିପାରିବେ । ୱାର୍ଟର ମେଟ୍ରୋ ଦେଖିବାକୁ ଜାହାଜ ସଦୃଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.