ETV Bharat / bharat

Rozgar Mela: ବମ୍ଫର ନିଯୁକ୍ତି, ଦିନକରେ 70 ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

author img

By

Published : Jun 13, 2023, 11:29 AM IST

Updated : Jun 13, 2023, 11:52 AM IST

ଦେଶରେ 70 ହଜାର 126 ଯୁବକ ଯୁବତୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋଜଗାର ମେଳା ଅଧୀନରେ ନିଯୁକ୍ତି ପାଇଛନ୍ତି ଏହି କର୍ମଚାରୀ । ଅଧିକ ପଢନ୍ତୁ

Rozgar Mela
ନିଯୁକ୍ତପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିନକରେ ଚାକିିରି ପାଇଲେ 70 ହଜାର ଯୁବକ ଯୁବତୀ । ଦେଶରେ 70 ହଜାର 126 ଯୁବକ ଯୁବତୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋଜଗାର ମେଳା ଅଧୀନରେ ନିଯୁକ୍ତି ପାଇଛନ୍ତି ଏହି କର୍ମଚାରୀ । ନିଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଲକ୍ଷ୍ୟରେ ଷଷ୍ଠ ରୋଜଗାର ମେଳାରେ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୁବକ ଯୁବତୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତିପତ୍ର ବାଣ୍ଟିବା ସହିତ ସମସ୍ତ ନବନିଯୁକ୍ତଙ୍କୁ ଶୁଭେଚ୍ଛା ସହ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ରୋଜଗାର ମେଳା ଏନଡିଏ-ବିଜେପି ସରକାରଙ୍କ ନୂଆ ପରିଚୟ ପାଲଟିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • More than 70,000 youth have been given appointment letters today. The 'Rozgar Mela' has become a new identity of the NDA-BJP government: PM Modi pic.twitter.com/3arXlDDHVQ

    — ANI (@ANI) June 13, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...‘ଯଦି ସାହସ ଅଛି, ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କର’

ରୋଜଗାର ମେଳାକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, '' ଯେଉଁ ବ୍ୟକ୍ତି ଏହି ସମୟରେ ସରକାରୀ ଚାକିରି କରୁଛନ୍ତି ସେମାନଙ୍କ ପାଇଁ ଏହା ଅଧିକ ମହତ୍ତ୍ବପୂର୍ଣ୍ଣ ସମୟ । ଆଜାଦୀ କା ଅମୃତ ମହୋତ୍ସବ ଆରମ୍ଭ ହୋଇଛି । ତୁମ ଆଗରେ ଆଗାମୀ 25 ବର୍ଷରେ ଭାରତକୁ ବିକଶିତ ଭାରତ କରିବା ଲକ୍ଷ୍ୟ ରହିଛି । ବର୍ତ୍ତମାନ ସହିତ ଦେଶର ଉଜ୍ବଳ ଭବିଷ୍ୟତ ପାଇଁ କାମ କରିବାକୁ ହେବ । ଆଜି ଭାରତରେ ପ୍ରାଇଭେଟ ଓ ପବ୍ଲିକ ସେକ୍ଟରରେ ଦେଶର ନାଗରିକଙ୍କ ପାଇଁ ନିରନ୍ତର ନୂଆ ସୁଯୋଗ ତିଆରି କରାଯାଉଛି । ବଡ ସଂଖ୍ୟାରେ ଯୁବଗୋଷ୍ଠୀ ସ୍ବାରୋଜଗାର ପାଇଁ ଆଗକୁ ଆସୁଛନ୍ତି । ଷ୍ଟ୍ରାର୍ଟଅପ ଇଣ୍ଡିଆ, ଷ୍ଟେଟ ଅପ ଇଣ୍ଡିଆ ଭଳି ଅଭିଯାନରେ ଯୁବଗୋଷ୍ଠୀଙ୍କ ସମାର୍ଥ୍ୟ ବଢିଛି । ଆଜି ସମଗ୍ର ବିଶ୍ବ ଆମର ବିକାଶ ଯାତ୍ରା ସହ ଚାଲିବାକୁ ତତ୍ପରତା ପ୍ରକାଶ କରିଛି । ଭାରତ ତାର ଅର୍ଥବ୍ୟବସ୍ଥାକୁ ନୂଆ ଶିଖର ଦିଗରେ ନେଇଛି ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ରୋଜଗାର ମେଳା ଏନଡିଏ-ବିଜେପି ସରକାରଙ୍କ ନୂଆ ପରିଚୟ ହୋଇଛି । ଏକ ଦଶକ ପୂର୍ବ ତୁଳନାରେ ଆଜି ଭାରତ ସ୍ଥିର, ସୁରକ୍ଷିତ ଓ ମଜଭୁତ ଦେଶ ହୋଇଛି । ରାଜନୈତିକ ଭ୍ରଷ୍ଟାଚାର, ଯୋଜନାରେ ଦୁର୍ନୀତି, ଫଣ୍ଡରୁ ଦୂରୋପଯୋଗ ପୂର୍ବ ସରକାରଙ୍କ ପରିଚୟ ଥିଲା । ଆଜି ଭାରତ ତାର ରାଜନୈତିକ ସ୍ଥିରତା ପାଇଁ ଜଣାଶୁଣା । ଆଜି ଭାରତ ସରକାରଙ୍କ ପରିଚୟ ତାର ନିର୍ଣ୍ଣାୟକ ନିଷ୍ପତ୍ତିରୁ ହେଉଛି । ଆର୍ଥିକ ଓ ସାମାଜିକ ସୁଧାର ଭାରତର ପରିଚୟ ହୋଇଛି । ପୂର୍ବ ସରକାର ତୁଳନାରେ ଭାରତ ଆଜି ସବୁ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛି ।

ଏହି ଷଷ୍ଠ ରୋଜଗାର ମେଳା ଦେଶର 43ଟି ସ୍ଥାନରେ ଅନୁଷ୍ଠିତ ହୋଇଛି । ନିଯୁକ୍ତି ପାଇଥିବା ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରଙ୍କ ଅଧିନରେ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ନିଯୁକ୍ତି ପାଇଛନ୍ତି । ନୂତନ ନିଯୁକ୍ତ କର୍ମଚାରୀମାନେ ସେବା ବିଭାଗ, ଡାକ ବିଭାଗ, ଶିକ୍ଷା ଉଚ୍ଚଶିକ୍ଷା, ରାଜସ୍ବ, ସ୍ବାସ୍ଥ୍ୟ, ରେଳ ମନ୍ତ୍ରଣାଳୟ, ଆଇଟି ଏବଂ ଆକାଉଣ୍ଟାସ ବିଭାଗର ବିଭିନ୍ନ ପଦ ପଦବୀରେ ଯୋଗ ଦେବେ ।

ଦେଶରେ ନିଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ରୋଜଗାର ମେଳାର ପରିକଳ୍ପନା କରିଛନ୍ତି । ଏହା ମାଧ୍ୟମରେ ଗୋଟିଏ ବର୍ଷରେ 10 ଲକ୍ଷ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି । ନିଯୁକ୍ତି ସୃଷ୍ଟିରେ ରୋଜଗାର ମେଳା ଏକ ଉତପ୍ରେରକ ଭାବେ କାର୍ଯ୍ୟ କରିବ ଏବଂ ଯୁବକଯୁବତୀମାନଙ୍କୁ ସଶକ୍ତ କରିବ । ଗତ ମେ' 16 ତାରିଖରେ ଏକ ରୋଜଗାର ମେଳାରେ 71 ହଜାର ନିଯୁକ୍ତିପତ୍ର ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Last Updated : Jun 13, 2023, 11:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.